ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୨୫ତାରିଖ ମଙ୍ଗଳବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୩/୨୧ ,ସୂର୍ଯ୍ୟାସ୍ତ- ଘ୬/୨୨/୪୫ ,ଶ୍ରାବଣ ମାସ ,ଚାନ୍ଦ୍ରମଳ ଶୁକ୍ଳପକ୍ଷ ,ଭୌମ ବାସ ,ତିଥି- ସପ୍ତମୀ ଦିବା ଘ୩/୧୪ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ । ,ନକ୍ଷତ୍ର- ଚିତ୍ରା ନକ୍ଷତ୍ର ରାତ୍ରି ଘ୧୨/୫୧ମି ପର୍ଯ୍ୟନ୍ତ ତଦନ୍ତେ ସ୍ବାତୀ ନକ୍ଷତ୍ରଚ଼ନ୍ଦ୍ର- କନ୍ୟା ଚନ୍ଦ୍ର ଦିବା ଘ୧୧/୫୬ମି ପର୍ଯ୍ୟନ୍ତ ତଦନ୍ତେ ତୁଳାଚନ୍ଦ୍ର।ସୌରଚଳନେ କର୍କଟ ଦି୯ନ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟ କୋଣରେ, ଦିବା ଘ୩/୧୪ମି ପରେ ଐଶାନ୍ୟ କୋଣରେ। ମଙ୍ଗଳବାର, ଅଗନ୍ତବ୍ୟ ତିଥି, ବିଷ୍ଟିକରଣ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତବାର–ମକର ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ଏହି ମଳ ଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତ ବ୍ୟକ୍ତିଙ୍କର ଶ୍ରାଦ୍ଧ କରଣୀୟ। ନିଷିଦ୍ଧଖାଦ୍ୟ- ତାଳ, ଦିବା ଘ୩/୧୪ମି ପରେ ନଡ଼ିଆ ଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା ଦିବା ଘ୭/୨ମି ରୁ ଘ୮/୩୯ମି ପର୍ଯ୍ୟନ୍ତ।କାଳବେଳା ଦିବା ଘ୧/୩୦ମି ରୁ ଘ୩/୭ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୭/୪୪ମି ରୁ ଘ୯/୭ମି ପର୍ଯ୍ୟନ୍ତ। ଶୁଭବେଳା–ଅମୃ ଦିବାଘ୭/୫୯ମି ରୁ ଘ୧୦/୨୩ମି ମଧ୍ୟେ, ଘ୧୨/୪୭ମି ରୁ ଘ୨/୨୩ମି ମଧ୍ୟେ, ଘ୩/୧୧ମି ରୁ ଘ୪/୪୭ମି ମଧ୍ୟେ, ସୂର୍ଯ୍ୟାସ୍ତରୁ ରାତ୍ରି ଘ୭/୯ମି ମଧ୍ୟେ, ଘ୯/୩୩ମି ରୁ ଘ୧୧/୫୭ମି ମଧ୍ୟେ, ଘ୨/୨୧ମି ରୁ ଘ୩/୫୭ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ଦିବା ଘ୩/୪୦ମି ରୁ ଘ୫/୨୪ମି ପର୍ଯ୍ୟନ୍ତ।
ମେଷ-ଆଜି ଆପଣଙ୍କଦିନ ମିଶ୍ରିତଫଳଦାୟୀ ରହିବ। ଖର୍ଚ୍ଚରଚିନ୍ତାରେ ମନ ଅଶାନ୍ତିରହିପାରେ କିନ୍ତୁ ସବୁ ଠିକହୋଇଯିବ। ବାଣୀଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତିହୋଇପାରେ। ଅଫିସର ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭହେବ। ଆର୍ଥିକଦୃଷ୍ଟିକୋଣରେ ଦିନ ମଧ୍ୟମଫଳଦାୟୀ ଅଟେ। କୌଣସିପ୍ରକାରର ସଙ୍କଟରେ ନ ପଡ଼ନ୍ତୁ ସେଥିପାଇଁ ଦେଖିଚାହିଁ କାର୍ଯ୍ୟ କରିବାକୁ ଉପଦେଶ। ବ୍ୟବସାୟକ୍ଷେତ୍ରରେ ଆଜି ଅଧିକାରୀମାନଙ୍କ ସାଙ୍ଗରେ ଉଗ୍ର ଚର୍ଚ୍ଚା କରିବେନାହିଁ, ଅନ୍ୟଥା କ୍ଷତିହେବାର ସମ୍ଭାବନା ଅଛି। ଗୃହସ୍ଥ ଜୀବନରେ ଆନନ୍ଦପୂର୍ଣ୍ଣ ବାତାବରଣ ରହିବ। କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ ପ୍ରସଙ୍ଗରେ ଆପଣଙ୍କ ଉପସ୍ଥିତି ରହିବ। ତୀର୍ଥଯାତ୍ରା ହୋଇପାରେ।
ବୃଷ- ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ଭଲ ରହିବ। ଉତ୍ସାହ ଗୁଣ କୌଣସି ମଧ୍ୟ କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି। ଆପଣଙ୍କ ଭାବନାତ୍ମକ ଚିନ୍ତାଯୋଗୁଁ ଆପଣ ଆଜି ଅସୁସ୍ଥତା ଅନୁଭବ କରିପାରନ୍ତି। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରନ୍ତୁ ନାହିଁ। ବାଣୀ ଏବଂ ବଚନ ଉପରେ ନିୟନ୍ତ୍ରଣ ରଖିବାକୁ ପରାମର୍ଶ। ଖାଇବା ପିଇବା ଉପରେ ଧ୍ୟାନ ରଖିବେ। ବ୍ୟବସାୟ କ୍ଷେତ୍ରରେ ବିଘ୍ନ ଉପସ୍ଥିତ ହୋଇପାରେ। ଉଚ୍ଚ ଅଧିକାରୀମାନଙ୍କ ସହିତ ଘର୍ଷଣର ପ୍ରସଙ୍ଗକୁ ଏଡ଼ାଇବାକୁ ଚେଷ୍ଟା କରିବା ସହିତ ଶତ୍ରୁମାନଙ୍କ ସହିତ ବାଦ-ବିବାଦ କିମ୍ବା ଉଗ୍ର ଚର୍ଚ୍ଚା ନ ହେଉ ଏହାର ଧ୍ୟାନ ରଖିବେ। କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବାରେ ବିଳମ୍ବ ହୋଇପାରେ ଏଥିପାଇଁ ଧୈର୍ଯ୍ୟର ସହକାରେ କାର୍ଯ୍ୟ କରନ୍ତୁ।
ମିଥୁନ- ଆଜି ଆପଣଙ୍କ ଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତା ସହିତ କଟିବ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଆଜି ଆମୋଦ-ପ୍ରମୋଦରେ ନିଜକୁ ଆପଣ ଭୁଲି ଯିବାର ଦିନ ଅଟେ। ମନୋରଞ୍ଜନ ପ୍ରବୃତ୍ତିରେ ଆପଣ ମଜ୍ଜି ରହିବେ। ମିତ୍ରମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ। ଭଲ ଖାଇବା ପିଇବା ଏବଂ ଭଲ ବସ୍ତ୍ର ଉପଲବ୍ଧ ହେବ। ମଧ୍ୟାହ୍ନ ପରେ ଆପଣ କିଛି ଅଧିକ ଭାବୁକ ହେବେ। ଏହା ମନର ବ୍ୟଥା ବୃଦ୍ଧି କରିପାରେ। ପ୍ରଭୁଙ୍କର ଭକ୍ତି ଏବଂ ଯୌଗିକ ଧ୍ୟାନରେ ମନକୁ ଶାନ୍ତି ପ୍ରାପ୍ତି ହେବ।
କର୍କଟ- ଆପଣଙ୍କ ଦିନ ଆନନ୍ଦ ଏବଂ ଉଲ୍ଲାସରେ କଟିବ। ବ୍ୟାପାରରେ ଲାଭ ହେବ ଏବଂ ଆୟର ସ୍ରୋତରେ ବୃଦ୍ଧି ହୋଇପାରେ। ମିତ୍ରମାନଙ୍କଠାରୁ ଲାଭ ହେବ ଏବଂ ତାଙ୍କ ସହିତ ସାକ୍ଷାତକରି ଆନନ୍ଦଲାଭ କରିବେ। ବିବାହୋତ୍ସୁକମାନଙ୍କ ପାଇଁ ବିବାହର ଯୋଗ ଭଲ ଅଛି। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟର ବାତାବରଣ ଅନୁକୂଳ ରହିବ। ମା’ ଘରୁ ଗୃହିଣୀମାନଙ୍କୁ ଭଲ ଖବର ମିଳିବ। ପାରିବାରିକ ବାତାବରଣ ମଧ୍ୟ ଅନୁକୂଳ ରହିବ। ଶତ୍ରୁମାନଙ୍କୁ ମଧ୍ୟ ଅଧିକ ଲାଭ ପ୍ରାପ୍ତି ହେବ ନାହିଁ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ବୌଦ୍ଧିକ ଚର୍ଚ୍ଚାରେ ନିଜର ତାର୍କିକ ବିଚାରକୁ ପ୍ରଦାନ କରିବା ପାଇଁ ସମୟ ଅନୁକୂଳ ଅଟେ। ସାମାଜିକ ରୂପରେ ସମ୍ମାନ ପ୍ରାପ୍ତି ହେବ। ଭାଗିଦାରୀରେ ମଧ୍ୟ ଲାଭ ହେବ।
ସିଂହ- ଆପଣଙ୍କ ଆତ୍ମବିଶ୍ଵାସରେ ପ୍ରତ୍ୟେକ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରତିଭା ବଢ଼ିପାରେ। ଚାକିରିରେ ପ୍ରମୋଶନ ହୋଇପାରେ। ପିତାଙ୍କର ସଂପତ୍ତିରେ ଲାଭ ହେବ। ସରକାରଙ୍କ ସହିତ ଧନର ବ୍ୟବହାର ସଫଳ ରହିବ। ପ୍ରଣୟ-ପ୍ରସଙ୍ଗ ପାଇଁ ଆଜିର ଦିନ ଅନୁକୂଳ ଅଟେ। ତଥାପି ମଧ୍ୟ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ପେଟ ସମ୍ବନ୍ଧିତ ରୋଗରେ ଶାରୀରିକ କଷ୍ଟ ହୋଇପାରେ। କିନ୍ତୁ ମଧ୍ୟାହ୍ନ ପରେ ପରିବାରରେ ଆନନ୍ଦ ଏବଂ ଉଲ୍ଲାସମୟ ବାତାବରଣ ରହିବ। ମାନସିକ ରୂପରେ ପ୍ରସନ୍ନ ଏବଂ ଫୁର୍ତ୍ତିର ଅନୁଭବ ହେବ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି। ସହକର୍ମିମାନଙ୍କର ସହଯୋଗ ମିଳିବା ପରେ କାମ କରିବାରେ ଆନନ୍ଦ ଆସିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ ହେବାକୁ ପଡ଼ିବ।
କନ୍ୟା- ଆଜିର ଦିନ ବହୁତ ଶୁଭ ଅଟେ। ଧାର୍ମିକ କାର୍ଯ୍ୟ ଏବଂ ଯାତ୍ରା ପାଇଁ ସମୟ ଅନୁକୂଳ ଅଟେ। ମିତ୍ର ଏବଂ ସମ୍ବନ୍ଧିମାନଙ୍କ ସହିତ ହୋଇଥିବା ସାକ୍ଷାତର କାରଣରୁ ଆନନ୍ଦ ମିଳିବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ। ଭାଇ-ଭଉଣୀମାନଙ୍କଠାରୁ ଆର୍ଥିକ ଲାଭ ହେବ। ଆଜି ଶାରୀରିକ ଫୁର୍ତ୍ତି ତଥା ମାନସିକ ଉଲ୍ଲାସ ଏବଂ ଚେତନା ଶକ୍ତିର ଅଭାବ ରହିବ। ସାମାଜିକ ରୂପରେ ଅପମାନ ନ ହେଉ, ଏହାର ଧ୍ୟାନ ରଖିବେ। ଧନହାନି ହେବାର ଆଶଂକା ଅଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। କାର୍ଯ୍ୟରେ ସଫଳତା ନ ମିଳିବା କାରଣରୁ ନିରାଶା ହୋଇପାରେ। ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେଇ ପାରିବେ ଏବଂ ନୂଆ ବସ୍ତ୍ରର କ୍ରୟ ମଧ୍ୟ କରିବେ। ବାହନ ସୁଖ ମିଳିବ।
ତୁଳା- ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ସରକାର ବିରୋଧୀ ପ୍ରବୃତ୍ତି ଏବଂ କ୍ରୋଧରୁ ଦୂର ରୁହନ୍ତୁ। ନୂଆ ସମ୍ବନ୍ଧ ଅନିଷ୍ଟକାରକ ହୋଇପାରେ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ଆଜିର ଦିନ ଭଲ ଅଟେ। ପ୍ରିୟ ବ୍ୟକ୍ତିଙ୍କ ସହିତ ହୋଇଥିବା ଭେଟ ଆନନ୍ଦଦାୟୀ ରହିବ। ଭାଗ୍ୟବୃଦ୍ଧି ହେବ। ସାମାଜିକ ରୂପରେ ମାନ-ସମ୍ମାନ ପ୍ରାପ୍ତି ହେବ। ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନରେ ଉଦାସ ରହିବ। ଶାରୀରିକ ରୂପରେ ଅସୁସ୍ଥତା ଅନୁଭବ କରିପାରନ୍ତି। ମାତାଙ୍କର ସ୍ଵାସ୍ଥ୍ୟ ମଧ୍ୟ ବିଗିଡ଼ି ପାରେ, ଏହାର ଧ୍ୟାନ ରଖିବେ।
ବିଛା-ଆଜି ଆପଣ ସାମାନ୍ୟ ଦୈନିକ କାର୍ଯ୍ୟଗୁଡ଼ିକ ଭୁଲିକରି ଆମୋଦ-ପ୍ରମୋଦରେ ବୁଡ଼ି ରହିପାରନ୍ତି। କୌଣସି ମନୋରଞ୍ଜନ ସ୍ଥଳ କିମ୍ବା ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରି ମନ ପ୍ରସନ୍ନ ହେବ। ସମାଜରେ ମାନ-ସମ୍ମାନ ମିଳିବ। ମିତ୍ର ତଥା ସ୍ଵଜନମାନଙ୍କ ସହିତ ବୁଲିବା ଆନନ୍ଦପ୍ରଦ ହୋଇପାରେ। ନିର୍ଦ୍ଧାରିତ କାର୍ଯ୍ୟ ସମ୍ପନ୍ନ ନ ହେବା କାରଣରୁ ହତାସା ଅନୁଭବ କରିବେ। କୌଣସି ମଧ୍ୟ ମହତ୍ଵପୂର୍ଣ୍ଣ କାର୍ଯ୍ୟ ଅଥବା ତା’ ବିଷୟରେ ନିର୍ଣ୍ଣୟ ନେବା ପାଇଁ ଉପଦେଶ। ପରିଜନ ତଥା ଭାଇ-ଭଉଣୀମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ସମୟ କଟାଇବେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାଜିତ କରି ପାରିବେ। ଶାରୀରିକ ଏବଂ ମାନସିକ ରୂପରେ ଆଜି ସୁସ୍ଥ ରହିବେ। ଜୀବନରେ ଆଧ୍ୟାତ୍ମିକତାର ଅନୁଭୂତ ହେବ।।

ଧନୁ-ପରିବାରରେ ଆନନ୍ଦର ବାତାବରଣ ରହିବ, ଯାହାଦ୍ୱାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ବ୍ୟବସାୟରେ ମଧ୍ୟ ଦିନ ଲାଭଦାୟୀ ରହିବ। ସହକର୍ମିମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକ ଲାଭ ହେବ। ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଫଳଦାୟୀ ଅଟେ। କାର୍ଯ୍ୟ ସିଦ୍ଧି ଏବଂ ଲକ୍ଷ୍ମୀ ପ୍ରାପ୍ତିର ଯୋଗ ଅଛି। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଉତ୍ସାହୀ ତଥା ପ୍ରଫୁଲ୍ଲିତ ରହିବେ। ଏଥିପାଇଁ ପ୍ରତ୍ୟେକ କାର୍ଯ୍ୟ କରିବାରେ ଆପଣଙ୍କୁ ଉତ୍ସାହ ମିଳିବ। ମଧ୍ୟାହ୍ନ ପରେ ଆପଣ କିଛି ଦ୍ଵିଧାରେ ରହିବେ। ଘରେ ତଥା ବ୍ୟବସାୟରେ କାର୍ଯ୍ୟଭାର ରହିବ। ଅଧିକ ଖର୍ଚ୍ଚ ହୋଇପାରେ।
ମକର- ପାରିବାରିକ ଜୀବନରେ ଶାନ୍ତି ବନାଇ ରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନା ହେଉ, ଏହାର ଧ୍ୟାନ ରଖିବେ। ଅଫିସ୍ ରେ ଉଚ୍ଚ ଅଧିକାରୀମାନଙ୍କର ଅସନ୍ତୋଷର ସାମନା କରିବାକୁ ପଡ଼ିପାରେ। ବାଣୀ ଏବଂ ବଚନ କାରଣରୁ ଭ୍ରାନ୍ତି ନ ହେଉ, ଏହାର ଧ୍ୟାନ ରଖିବେ। କ୍ରୋଧର ମାତ୍ରା ବଢ଼ି ଯିବାରୁ କୌଣସି ବ୍ୟକ୍ତିଙ୍କ ସହିତ ଉଗ୍ର ଚର୍ଚ୍ଚା କିମ୍ବା ବିବାଦ ନ ହେଉ ମନରେ ବ୍ୟଗ୍ରତା ରହିବ। ଏଥିପାଇଁ ଆଧ୍ୟାତ୍ମିକତାର ଆଶ୍ରୟ ନେଲେ ମନ ଶାନ୍ତ ହେବ। ମଧ୍ୟାହ୍ନ ପରେ ଫୁର୍ତ୍ତି ଏବଂ ଉଲ୍ଲାସ ଅନୁଭବ କରିବେ। ପାରିବାରିକ ବାତାବରଣ ଆନନ୍ଦପ୍ରଦ ଏବଂ ଶାନ୍ତ ରହିବ।
କୁମ୍ଭ- ଆଜି ଆପଣଙ୍କ ମନ ବହୁତ ସମ୍ବେଦନଶୀଳ ରହିବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲ ଅଟେ। ଆଜିର ଆୟୋଜିତ ପ୍ରତ୍ୟେକ କାର୍ଯ୍ୟ ଭଲ ଭାବରେ ସଂପନ୍ନ ହେବ। ମହିଳାମାନଙ୍କର ସୌନ୍ଦର୍ଯ୍ୟ ପ୍ରସାଧନ ପଛରେ ଖର୍ଚ୍ଚ ହୋଇପାରେ। ଆଜିର ଦିନ ସବୁ କ୍ଷେତ୍ରରେ ଲାଭପ୍ରଦ ଅଟେ। ସାମାଜିକ କ୍ଷେତ୍ରରେ ଆପଣ ଅଧିକ ସକ୍ରିୟ ରହିବେ ଏବଂ ତା’ର ଫଳ ସ୍ଵରୁପ ମାନ ସମ୍ମାନ ପ୍ରତିଷ୍ଠାରେ ମଧ୍ୟ ବୃଦ୍ଧି ହେବ। ଶାରୀରିକ ସ୍ଵାସ୍ଥ୍ୟ ବିଗିଡ଼ିବାର ଆଶଂକା ଅଛି। ଏଥିପାଇଁ ଆବେଶପୂର୍ଣ୍ଣ ମନକୁ ନିୟନ୍ତ୍ରଣରେ ରଖିବେ। ଧନର ଅଧିକ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ। ଜୀବନସାଥୀଙ୍କ ସହିତ ତାଳମେଳର ଅଭାବ ରହିବ। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ହୋଇପାରେ।
ମୀନ-ଆବଶ୍ୟକ ନିର୍ଣ୍ଣୟଗୁଡ଼ିକ ପାଇଁ ଆଜିର ଦିନ ଅତି ଉତ୍ତମ ଅଟେ। ଆପଣଙ୍କ ସୃଜନାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହେବ। ବୈଚାରିକ ଦୃଢ଼ତା ଏବଂ ମାନସିକ ସ୍ଥିରତା କାରଣରୁ କାର୍ଯ୍ୟ ସଫଳତାରେ ସରଳତା ହେବ। ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ। ଆଜିର ଦିନ ସବୁ ପ୍ରକାରରେ ଆପଣଙ୍କ ପାଇଁ ଲାଭଦାୟୀ ଅଟେ। କୌଣସି ପରୋପକାର କାର୍ଯ୍ୟ ଆପଣଙ୍କ ଦ୍ଵାରା ହେବ। ବ୍ୟାପାରରେ ଉଚିତ ଆୟୋଜନ ଦ୍ଵାରା ବ୍ୟାପାର ବୃଦ୍ଧି କରି ପାରିବେ। ଉଚ୍ଚ ଅଧିକାରୀଗଣ ଆପଣଙ୍କ କାର୍ଯ୍ୟର ପ୍ରଶଂସା ଆନନ୍ଦ ପୂର୍ବକ କରିବେ। ପିତା ଏବଂ ବଡ଼ଙ୍କର ଆଶୀର୍ବାଦ ଏବଂ ତାଙ୍କଠାରୁ ଲାଭ ମଧ୍ୟ ମିଳିବ। ଆୟରେ ବୃଦ୍ଧି ହେବାର ସମ୍ଭାବନା ଅଛି।
ନିତୀବାଣୀ-ବାଣୀ-ମଣିଷକୁ ବୁଝିବା ଓ ଚିହ୍ନିବାପାଇଁ ସମୟ ଲାଗେ।ହେଲେ କିଛି ଲୋକବୁଝିଚିହ୍ନି ମଧ୍ୟ ଅବୁଝା ରହିଯାଆନ୍ତି,କାରଣ ସେମାନଙ୍କପାଇଁ ସମ୍ପର୍କ ବଡ ହେଇଥାଏ।
ବାସ୍ତୁଟିପ୍ପଣୀ=ବାସ୍ତୁଅନୁଯାୟୀ ସଜାଡନ୍ତୁ ଆଲମିରା ! ସକରାତ୍ମକ ଉର୍ଜା ପ୍ରବାହିତ ହେବାସହ ଅଶାନ୍ତିରୁ ମିଳିଥାଏ ମୁକ୍ତି...କୁହାଯାଏଯେ ଯଦି ଗୋଟିଏ ଘରେ ବାସ୍ତୁଦୋଷ ରହିଥାଏ ତେବେ ସେହିଘରର କଦାପି ଉନ୍ନତି ହୋଇ ନଥାଏ । ତେଣୁ ଯେବେବିଘର ତିଆରି ହେଉଛି କିମ୍ବା କୌଣସି କାର୍ଯ୍ୟ କରୁଛନ୍ତି ତେବେ ବାସ୍ତୁଅନୁସାରେ କରିବା ନିହାତି ଆବଶ୍ୟକ ।ଯାହାଦ୍ୱାରା ଘରେ ଓ ଜୀବନରେ ସକାରାତ୍ମକ ଉର୍ଜା ଆସିଥାଏ ଓ ସଫଳତା ପ୍ରାପ୍ତି ହୋଇଥାଏ ।ଘରେ ସାଧାରଣତଃ ସମସ୍ତଙ୍କର ଆଲମିରା ରହିଥାଏ । ହେଲେ ଏହାକୁ ନେଇ ମଧ୍ୟ ବାସ୍ତୁ ବିବୃତି ରହିଛି । ବାସ୍ତୁଶାସ୍ତ୍ର ଅନୁସାରେ ସର୍ବଦା ଆଲମିରାକୁ ଦକ୍ଷିଣ- ପଶ୍ଚିମ ଦିଗରେ ରଖନ୍ତୁ । ଏଭଳି କରିବା ଫଳରେ ଘରକୁ ସକରାତ୍ମକ ଉର୍ଜା ପ୍ରବାହିତ ହୋଇଥାଏ । ଘରେ ଅଶାନ୍ତିରୁ ମୁକ୍ତି ମିଳିଥାଏ ।ସେହିଭଳି ସବୁବେଳେ ଆଲମିରାକୁ ସଜାଡି ରଖନ୍ତୁ । ପୋଷାକକୁ ସଜାଡି ରଖିବା ଫଳରେ ଏହାର ଭଲ ପ୍ରଭାବ ଘରର ପରିବେଶ ଉପରେ ମଧ୍ୟ ପଡିଥାଏ ବୋଲି ବିଶ୍ୱାସ ରହିଛି । ସେହିଭଳି ଆଲମିରାର ଫ୍ରଣ୍ଟ ଡୋରରେ ମିରର ଲଗାଇବାରୁ ବଞ୍ଚିତ ରୁହନ୍ତୁ ।ଏପରି କରିବାଫଳରେ ନକରାତ୍ମକ ଉର୍ଜା ଘରେ ପ୍ରବାହିତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେହିଭଳି ଶୋଇବାଘରେ ମଧ୍ୟ ମିରର ରଖନ୍ତୁ ନାହିଁ, ଏହା ବାସ୍ତୁଅନୁଯାୟୀ ଭଲ ହୋଇନଥାଏ ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

 

- Advertisement -

Leave A Reply

Your email address will not be published.