ଆଜିର ରାଶିଫଳ

0 173

୨୦୨୩ମସିହା ଜୁଲାଇମାସ ୨୪ତାରିଖ ସୋମବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୨/୫୭ ,ସୂର୍ଯ୍ୟାସ୍ତ- ଘ୬/୨୩/୫ ,ଶ୍ରାବଣମାସ ,ଚାନ୍ଦ୍ରମଳ ଶୁକ୍ଳପକ୍ଷ ,ଚନ୍ଦ୍ର ବାସ ,ତିଥି- ଷଷ୍ଠୀ ଦିବା ଘ୧/୪୮ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ।ଘାତଚନ୍ଦ୍ର–ବୃଷରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଷଷ୍ଠୀର ଏକୋଦ୍ଦିଷ୍ଟଶ୍ରାଦ୍ଧ ।ଏହି ମଳ ଶୁକ୍ଳ ଓ କୃଷ୍ଣପକ୍ଷ ମଳ ମାସରେ ମୃତବ୍ୟକ୍ତିଙ୍କରଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- ନିମ୍ବ, ଦିବା ଘ୧/୪୮ମିପରେ ତାଳଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୭/୨ମିରୁ ଘ୮/୩୯ମି ପର୍ଯ୍ୟନ୍ତ।ବାରବେଳା ଦିବା ଘ୩/୭ମି ରୁ ଘ୪/୪୪ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୦/୩୦ମି ରୁ ଘ୧୧/୫୩ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟରୁ ଦିବା ଘ୭/୧ମି ମଧ୍ୟେ, ଘ୧୦/୧୩ମିରୁ ଘ୧୨/୩୭ମି ମଧ୍ୟେ, ରାତ୍ରି ଘ୭/୧୦ମି ରୁ ଘ୯/୩୪ମି ମଧ୍ୟେ, ଘ୧୧/୫୮ମି ରୁ ଘ୩/୧୦ମି ପର୍ଯ୍ୟନ୍ତ।ଶୁଭକର୍ମ:- ଅଦ୍ୟ ୧୩ ନକ୍ଷତ୍ରେ ନବଦୋଳାଦ୍ୟାରୋହଣ, ବୃକ୍ଷରୋପଣ, ନୌକାଗଠନ, ନାମକରଣ, ନିଷ୍କ୍ରାମଣ, ଔଷଧକରଣ, ହଳପ୍ରବାହ, ବୀଜବପନ, ବାଣିଜ୍ୟକରଣ, ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାସନାଦ୍ବୁପଭୋଗ, ଅଳଙ୍କାର ଭୂଷଣ, ଧାନ୍ୟଚ୍ଛେଦନ ଓ ସ୍ଥାପନ, ନାଟ୍ୟାରମ୍ଭ, ରାଜଦର୍ଶନ, ଦିବା ଘ୧/୪୮ମି ପରେ ନୌକାଚାଳନ ଓ ଯାତ୍ରା, ଅନ୍ନପ୍ରାଶନ।

ମେଷ-ବିଚାର ଓ କାର୍ଯ୍ୟଦକ୍ଷତା ପ୍ରଦର୍ଶନରେ ଉଚ୍ଚକର୍ତ୍ତୃପକ୍ଷ ସନ୍ତୁଷ୍ଟରହିବେ । ଉଚ୍ଚଅଭିଳାଷ ପୂରଣହେବ । ଦାମ୍ପତ୍ୟସୁଖ, ପରୋପକାର, ଆର୍ଥିକ ସ୍ୱଚ୍ଛଳତା,ରାଜନୀତିରେ ଉତ୍ତମବୁଝାମଣା, ଧର୍ମାନୁଷ୍ଠାନ ସହ ସୁସଂପର୍କ ରଖିବେ ।ଶୁଭରଙ୍ଗ-କଫି ।ଶୁଭଅଙ୍କ-୩
ବୃଷ-ସମସ୍ୟାବହୁଳ ଦିନଟିଏ ।ତର୍କବିତର୍କରୁ ଦୂରେଇ ରହିବାଭଲ । ପରିବାରରେ ଶାନ୍ତି ଦାୟକସ୍ଥିତି, ମୂଲ୍ୟବାନ ଦ୍ରବ୍ୟ ନଷ୍ଟ, ଅନିୟମିତ ଆହାର , ବିଶ୍ରାମ, ଦେବ କାର୍ଯ୍ୟରେ ନିଷ୍ଠା, ରାଜନୀତିରେ ନିନ୍ଦା ଅପବାଦର ସମ୍ଭାବନା ।ଶୁଭରଙ୍ଗ-ଗ୍ରୀନ୍ ।ଶୁଭଅଙ୍କ- ୬
ମିଥୁନ-ପାରିବାରିକସୁଖସୌଭାଗ୍ୟ ଅବ୍ୟାହତରହିବ ।ଜମିବାଡିସଂପର୍କୀତ ବିବାଦ ସମାଧାନ କରିବେ ।ମାନସିକ ଅସ୍ଥିରତା ଦୂରହେବ ନାହିଁ ।କର୍ମକ୍ଷେତ୍ରରେସ୍ଥିତିସୁଦୃଢକରିବେ ।ବନ୍ଧୁମାନେ ସହ-ଯୋଗୀହେବେ ।ରାଜନୀତିରେ ଅସ୍ଥିରଭାବରହିବ ।ଶୁଭରଙ୍ଗ-ଗ୍ରୀନ୍ ।ଶୁଭଅଙ୍କ-୬
କର୍କଟ-ଘାତଚନ୍ଦ୍ର ଦିନ ସାରାଭୋଗହେବ ।ସ୍ଥିରବୁଦ୍ଧି ପ୍ରୟୋଗ ନ କଲେ ପ୍ରତିକ୍ଷେତ୍ରରେକ୍ଷତିସହିବେ ।ସ୍ୱାସ୍ଥ୍ୟରେ ଅବନତି , ପାରିବାରିକସୁଖ, କର୍ମକ୍ଷେତ୍ରରେନେତୃତ୍ୱଲାଭ , ଦୂର ଯାତ୍ରାରେବ୍ୟୟ, ବ୍ୟବସାୟରେସମୃଦ୍ଧି ଓ ରାଜନୀତିରେ ଅଧୋଗତି ଆସିବ ।ଶୁଭରଙ୍ଗ-ଲାଲ୍ ।ଶୁଭଅଙ୍କ-୩
ସିଂହ-ଶ୍ରୀଚନ୍ଦ୍ରଭୋଗ ପାଇଁ ଦିନଟିମଙ୍ଗଳ ଦାୟକ ଅଟେ ।ମନରେସନ୍ତୋଷ,କର୍ମରେଶୃଙ୍ଖଳା, ସଜ୍ଜନ ସଂପର୍କ, ପରୋପକାର, ସୁଖାଦ୍ୟ, ମନୋରଂଜନ ଏବଂବସ୍ତ୍ରାଳଙ୍କାର ପ୍ରାପ୍ତି ଅଛି ।ରାଜନୀତିରେ ଉଚ୍ଚ ପଦାସୀନଙ୍କସାହାର୍ଯ୍ୟମିଳିବ ।ଶୁଭରଙ୍ଗ-ଲାଲ୍ ।ଶୁଭଅଙ୍କ-୧
କନ୍ୟା-କର୍ମକ୍ଷେତ୍ରରେ ଅଯଥା ଅଭିଯୋଗ ଆସିବ । ଉଚ୍ଚ କର୍ତ୍ତୃପକ୍ଷ ନିରବରହିବାକୁବାଧ୍ୟ ହେବେ । ଦୈହିକସ୍ୱାସ୍ଥ୍ୟସେପରି ଭଲ ନ ରହିପାରେ । ଯାନ ବାହାନରେବ୍ୟୟସାମାଜିକ ପ୍ରତିଷ୍ଠା, ବ୍ୟବସାୟରେଉନ୍ନତି, ଧର୍ମକାର୍ଯ୍ୟରେ ଆଗ୍ରହହେବ ।ଶୁଭରଙ୍ଗ-ବ୍ରାଉନ୍ ।ଶୁଭଅଙ୍କ-୩
ତୁଳା-ଦିନଟିଶାନ୍ତିସନ୍ତୋଷ ପ୍ରଦାୟକହେବ ।ମାଙ୍ଗଳିକକାର୍ଯ୍ୟକ୍ରମରେସକ୍ରିୟ ଅଂଶଗ୍ରହଣକରିବେ ।ବ୍ୟୟହେଲେ ମଧ୍ୟ କାର୍ଯ୍ୟମାନ ସଂପାର୍ଦିତହେବ । ଦ୍ରବ୍ୟଲାଭ , ନିମ୍ନ ଅଙ୍ଗରେ ପୀଡା କିମ୍ବା ଗୁରୁଜନଙ୍କ ସ୍ୱାସ୍ଥ୍ୟସମସ୍ୟା ଚିନ୍ତା ବଢାଇବ ।ଶୁଭରଙ୍ଗ-ଲାଲ୍ ।ଶୁଭଅଙ୍କ- ୮
ବିଛା-ଆର୍ଥିକକସ୍ଥିତିଉପରେ ପ୍ରଭାବହେବ । ପରୋକ୍ଷରେଶତ୍ରୁବଢିବେ । ଥଣ୍ଡାସର୍ଦ୍ଦିହେତୁକସ୍ୱାସ୍ଥ୍ୟସମସ୍ୟା ଆସିବ । ଯାନବାହନରେବ୍ୟୟ, ଉଦ୍ୟମସଫଳ, ଆଧ୍ୟାତ୍ମିକ ଅନୁଚିନ୍ତନ ବୃଦ୍ଧି, ବ୍ୟବସାୟିକଲାଭ ଓ ରାଜନୀତିରେକ୍ଷମତାବୃଦ୍ଧି ।ଶୁଭରଙ୍ଗ-ଧୂସର ।ଶୁଭଅଙ୍କ- ୯
ଧନୁ-ଆର୍ଥିକସ୍ଥିତିସ୍ୱଚ୍ଛଳରହିବ ।ମନରେସନ୍ତୋଷକର୍ମରେ ନିୟାମିତତା, ବ୍ୟୟ ଆବଶ୍ୟକତା ଅନୁସାରେକରିବେ ପରିବାରରେ ଗୁରୁଜନଙ୍କ ସ୍ୱାସ୍ଥ୍ୟସମସ୍ୟା ଚିନ୍ତାବଢାଇବ ।ବୈଷୟିକଉନ୍ନତି, ପରୋପକାରକରି ଆତ୍ମସନ୍ତୋଷ ପାଇବେ ।ଶୁଭରଙ୍ଗ-ପିଙ୍କ୍ ।ଶୁଭଅଙ୍କ-୩
ମକର-ସାରା ଦିନ ଘାତଚନ୍ଦ୍ରଭୋଗହେବ । ଅଭାବ ଅନଟନ, କାର୍ଯ୍ୟକ୍ରମରେବିଶୃଙ୍ଖଳା, ପରୋକ୍ଷରେଶତ୍ରୁବୃଦ୍ଧି, ମାନସିକ ଅସହାୟତା, ବନ୍ଧୁବାନ୍ଧବଙ୍କଠାରୁ ଗଠନ ମୂଳକ ପରାମର୍ଶ ପାଇବେ ।ରାଜନୀତିରେବିବାଦୀୟସ୍ଥିତି ଆସିପାରେ ।ଶୁଭରଙ୍ଗ-ଧୂସର ।ଶୁଭଅଙ୍କ- ୫
କୁମ୍ଭ-ଆୟଉପାର୍ଜନରେ ଅନିଶ୍ଚିତ ସ୍ଥିତି ଆସିପାରେ ।ବିବେକାନୁମୋଦିତ କାମସର୍ବଦା କରଣୀୟ । ଅଣ୍ଟା ମେରୁଦଣ୍ଡ ରେ ପୀଡା, ଉଚ୍ଚ ସଂପର୍କରେଉନ୍ନତି, ବ୍ୟୟବୃଦ୍ଧି , ପରିବାରରେମତ ପାର୍ଥକ୍ୟର ସମ୍ଭାବନା ଅଛି ।ଶୁଭରଙ୍ଗ-ଗ୍ରୀନ୍ ।ଶୁଭଅଙ୍କ-୫
ମୀନ-ଶୁଭାକାଂକ୍ଷୀମାନେ ସହ-ଯୋଗରହାତବଢେଇବେ ।ବାସଗୃହରେ ଆବଶ୍ୟକ ଥିବାସଂସ୍କାର ଆଣିପାରିବେ । ପରିବାରରେସମ୍ୟକବୁଝାମଣା, ଉପହାରପ୍ରାପ୍ତି , ଦୂର ଯାତ୍ରାରେବ୍ୟୟ ଆଧ୍ୟାତ୍ମିକ ଦିଗରେବିଶ୍ୱାସ ଓ ରାଜନୀତିରେଜନାଦୃତିମିଳିବ ।ଶୁଭରଙ୍ଗ-ଧଳା ।ଶୁଭଅଙ୍କ- ୭
ନୀତିବାଣୀ-ଦୁଃଖରସହ ଉଠନାହିଁଯେ, ତୁମେକାଲି ଗତକାଲି କଣ କରିପାରିଲ ନାହିଁ । ଆଜି ତୁମେ କଣକରିପାରିବ,ସେହିଚିନ୍ତା ସହିତ ଜାଗ୍ରତହୁଅ।

ବାସ୍ତୁଟିପ୍ପଣୀ-କେଉଁସବୁ ଜିନିଷ ଦେଇଥାଏ ଅଶୁଭସଙ୍କେତ, ବ୍ୟକ୍ତିଙ୍କ ଆରମ୍ଭ ହୋଇଥାଏ ଖରାପସମୟ
ପ୍ରତ୍ୟେକବ୍ୟକ୍ତିଙ୍କ ଜୀବନରେ ଖରାପସମୟ ଆସେ, କିନ୍ତୁ ସତ୍ୟହେଉଛି, ଖରାପସମୟ ବହୁତ ଦିନଧରି ରହେନାହିଁ । ତଥାପି ଲୋକମାନେ ଖରାପ ସମୟପାଇଁ ପ୍ରସ୍ତୁତ ରହିବûଦରକାର । ଶାସ୍ତ୍ରରେ ଖରାପ ସମୟପୂର୍ବରୁ କିଛି ଜିନିଷ ଉଲ୍ଲେଖକରାଯାଇଛି । ଏହାକୁ ଜାଣିବାଦରକାର । ଏହାଦ୍ୱାରା ଯେକୌଣସିବ୍ୟକ୍ତି ଖରାପସମୟ ପାଇଁ ସତର୍କରହିପାରିବ । ଏପରି ପରିସ୍ଥିତିରେ ଖରାପ ସମୟପୂର୍ବରୁ ମିଳୁଥିବାସଙ୍କେତ ବିଷୟରେ ଜାଣନ୍ତୁ ।
୧-ଖାଦ୍ୟଖାଇବା ସମୟରେ- ପ୍ରଥମେ ପାଟିଭିତରକୁ ଖାଦ୍ୟ ପୁରାଇବା ସମୟରେ ଯଦି ତିକ୍ତତା ଅନୁଭବକର । ତେବେ ଏହାଏକ ସଙ୍କେତ ଅଟେଯେ, ନିକଟରୁ କାହାଠାରୁ ଖରାପଖବର ଆସିବାକୁ ଯାଉଛି ।
୨-ପୂଜାପାଠକରିବା ସମୟରେ ହାତରୁ ପୂଜାପ୍ଳେଟ କିମ୍ବା କୌଣସିସାମଗ୍ରୀ ତଳେ ଖସିପଡ଼ିବା । ପତନ ଏକ ଅପ୍ରାକୃତିକ ସଙ୍କେତବୋଲି ବିବେଚନା କରାଯାଏ । ଏହାଏକ ସଙ୍କେତଅଟେଯେ, ଆଗାମୀସମୟରେ ଏକ ବଡ଼ ଧରଣର ବିପଦଆସିପାରେ । ଏହାବ୍ୟତୀତ, ଦୀପଲିଭିଯିବା ବଡ଼ଅଶୁଭ ବିବେଚନା କରାଯାଏ ।
୩-ସକାଳେ ଅଫିସକୁଯିବାବେଳେ କିମ୍ବା ଫେରୁଥିବାସମୟରେ ରାସ୍ତାରେ ଝଗଡ଼ା କିମ୍ବା ଯୁକ୍ତିତର୍କଦେଖିବା ଏକ ଅଶୁଭସଙ୍କେତ ଦେଇଥାଏ । ଏହା ସୂଚିତ କରେଯେ, ଆଗାମୀସମୟରେ କର୍ମକ୍ଷେତ୍ରରେ ଏକପ୍ରକାର ସମସ୍ୟା ଦେଖାଯିବ ।
୪-ବିଲେଇମଧ୍ୟ ଅନେକପ୍ରକାର ଶୁଭ ଓ ଅଶୁଭସଙ୍କେତ ଦେଇଥାଏ । ଯଦି ବିଲେଇ ଜୋରରେବୋବାଏ କିମ୍ବା ଗୋଟେବିଲେଇ ଅନ୍ୟ ଏକବିଲେଇ ସହିତ କଳିକରେ, ତେବେ ଏହା ଅଶୁଭଅଟେ । ଏହା ସୂଚିତକରେଯେ, ନକାରାତ୍ମକ ଶକ୍ତି ଘରେ ପ୍ରବେଶକରିଛି ।
୫-ଯଦି କଞ୍ଚାକ୍ଷୀର ଫୁଟାଉଥିବାବେଳେ କ୍ଷୀରଛିଣ୍ଡିଯାଏ, ତେବେ ଏହା ଅଶୁଭ ବୋଲି ବିବେଚନାକରାଯାଏ । ଏହା ସୂଚିତକରେଯେ, ଘରେ ଅସନ୍ତୋଷ ଏବଂ ଅସୁବିଧା ବଢ଼ିବାକୁ ଯାଉଛି ।
୬-ଯଦି କୌଣସିସ୍ତ୍ରୀ ମଥାରେ ସିନ୍ଦୁରଲଗାଉଥିବାବେଳେ ସିନ୍ଦୁରଫରୁଆ ତଳେ ଖସିପଡ଼େ । ତେବେ ଏହା ସୂଚିତକରେଯେ, ସ୍ୱାମୀଙ୍କସହିତ କୌଣସି ପ୍ରକାରର କ୍ଷତିହେବାକୁ ଯାଉଛି ।ଆଜିର ଦିନଟି ମଙ୍ଗଳମୟ ହେଉ!

Leave A Reply

Your email address will not be published.