ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍

0 123

ସମ୍ବଲପୁର,୨୩ା୭(ଏସଏସନିଉଜ) ଉପରମୁଣ୍ଡରେ ବର୍ଷାଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ଡ୍ୟାମକର୍ତ୍ତୃପକ୍ଷ ବନ୍ୟାଜଳ ଛାଡିବାନେଇ ନିଷ୍ପତ୍ତି ନେଇଛନ୍ତି ।ଚଳିବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ଡ୍ୟାମର ୫ଟାସ୍ଲୁଇସ୍‍ ଗେଟ୍‍ ଦେଇ ଆଜି ପ୍ରବାହିତ ହୋଇଛି । ପୂଜାର୍ଚ୍ଚନାପରେ ୭ନମ୍ବରଗେଟ୍‍ ଦେଇ ପ୍ରଥମେ ବନ୍ୟାଜଳ ସକାଳ ୯ଟାରେ ନିଷ୍କାସନ କରାଯାଇଛି। ପର‌୍ୟ୍ୟାୟକ୍ରମେ ଆଉ ୪ଟି ଗେଟ୍ ଖୋଲାଯିବ ବୋଲି ଜଣାପଡିଛି । ଶନିବାର ଜଳସ୍ତର ୬୧୪.୪୩ ଫୁଟ୍‌ରେ ପହଂଚିଥିଲା। ଆଜି ସକାଳେ ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିବା ପରେ ଗେଟ ଖୋଲାଯାଇଛି।

Leave A Reply

Your email address will not be published.