ଆଜିର ରାଶିଫଳ

0 157

ଜୁଲାଇମାସ ୨୬ତାରିଖ ୨୦୨୩ ମସିହା (ବୁଧବାର) ଶ୍ରାବଣମାସ-ମଳ ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ଦିବା ଘ୦୩/୪୬ ପର୍ୟ୍ୟନ୍ତ ତଦନ୍ତେ ନବମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୪/୩୮ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬ /୨୨/୩୧,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କର୍କଟରାଶିର ଘାତବାର,କାଳବେଳା -ଦିବା ଘ୦୮/ ୩୭ ଗତେ ଘ୧୦/୧୬ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୭/୦୧ମଧ୍ୟେ ଓ ରାତ୍ରି।ଘ୦୭/୧୦ ଗତେ ଘ୦୯/୩୪ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ରବେଳ।- ଦିବା ଘ୦୩/୪୮ଗତେ ଘ୦୫/୨୫ ମଧ୍ୟେ,ନଡ଼ିଆ ଦିବା ଘ୦୩/୪୬ଗତେ ଲାଉଭକ୍ଷଣ ନିଷେଧ।
ମେଷ- ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାର ର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।
ବୃଷ-ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।
ମିଥୁନ-ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
କର୍କଟ-କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ ।
ସିଂହ-ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ । ବାଣିଜ୍ୟ, ବ୍ୟବସାୟ ରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ।
କନ୍ୟା-ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ ।
ତୁଳା- ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ। ମହିଳା ମାନେ ଅତିଥି ସତ୍କାର କରିବେ।
ବିଛା-କର୍ମପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।
ଧନୁ- କର୍ମରେ ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖା ଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମା ନେ ବଦଖର୍ଚ୍ଚିହେବେ ।
ମକର-ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ।କର୍ମରେ କିଛିବିଘ୍ନ ଘଟିପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।
କୁମ୍ଭ-ଅଟକିଥିବା କାମ ପୁଣି ଆରମ୍ଭ କରିବେ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍‌ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।
ମୀନ- ଆକସ୍ମିକ ଧନଲାଭ ଓ କୌଣସି ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି‌ ରଖିବେ । ମହିଳାମାନେ ଆନନ୍ଦିତ ହେବେ ।ଜୟଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.