ମୁଣ୍ଡଳୀରେ ପହଞ୍ଚିଲା ବନ୍ୟାଜଳ

0 128

ବାରଙ୍ଗ,୨୫ା୭(ଏସଏସନିଉଜ)ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ହିରାକୁଦରୁ ପର୍ଯ୍ୟାୟକ୍ରମେ ୧୨ଟି ଗେଟ ଖୋଲାଯାଇଛି ।ତେବେ ଚଳିତବର୍ଷର ଏହି ପ୍ରଥମ ବନ୍ୟାଜଳ ମଙ୍ଗଳବାରସକାଳେ ମୁଣ୍ଡଳିଠାରେ ଆସି ପହଁଚିଛି ।ଏହି ବନ୍ୟାଜଳ ପହଁଚିବା ପରେ ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ମୁଣ୍ଡଳୀ ଦେଇ ୮୪ହାଜର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏବେ ଆସିଥିବା ବନ୍ୟାଜଳରେ ତଳିଆ ଅଞ୍ଚଳରେ କୌଣସି ବିପଦ ନଥିବା ସୂଚନା ଦିଆଯାଇଛି। ଯଦି ଆଗକୁ ଅଧିକରୁ ଅଧିକ ବର୍ଷା ହୁଏ ତେବେ ମହାନଦୀରେ ବନ୍ୟା ଆଶଙ୍କା କରାଯାଇପାରେ ବୋଲି ମୁଣ୍ଡଳିପ୍ରାଚୀଡିଡଭିଜନ ପକ୍ଷରୁ କୁହାଯାଇଛି ।ଆଜି ଦିନତମାମ ବନ୍ୟାଜଳକୁ ଦେଖିବାପାଇଁ ମୁଣ୍ଡଳି ବ୍ୟାରେଜରେ ସ୍ଥାନୀୟ ଲୋକମାନଙ୍କର ଭିଡ ଲାଗିରହିଥିଲା ।(ଗୈାତମରାଉତଙ୍କ ରିପୋର୍ଟ)

 

Leave A Reply

Your email address will not be published.