ପଢିବାପାଇଁ ସହଯୋଗ କଲା ପ୍ରଶାସନ

0 218

ବାରଙ୍ଗ,୨୫ା୭(ଏସଏସନିଉଜ)ଘରର ଆର୍ଥିକଅବସ୍ଥା ସ୍ୱଚ୍ଛଳ ନଥିବାରୁ ପାଠପଢା ପାଇଁ ଅର୍ଥ ବାଧକ ସାଜିଥିଲା।ପରିବାର ଲୋକ ଅସମର୍ଥ ପ୍ରକାଶ କରିବାପରେ ପାଠପଢାପ୍ରତି ଆଗ୍ରହ ଥିବାରୁ ଆବଶ୍ୟକତା ଥିବା ଅର୍ଥପାଇଁ ଦୋକାନଟିଏ ଦେଇଥିଲେ ଦଶମଶ୍ରେଣୀର ଛାତ୍ର ଚନ୍ଦନ କୁମାର ବିଶୋଇ ।ଚନ୍ଦନ ପରିବାରସହ ରାଜଧାନୀଉପକଣ୍ଠ ବରିମୁଣ୍ଡଗ୍ରାମରେ ଘରଭଡ଼ା ନେଇ ଦୀର୍ଘଦିନ ହେବ ରହି ଆସୁଥିବା ବେଳେ କେନ୍ଦୁପାଟଣା ଉତ୍କଳମଣି ଉଚ୍ଚବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଛନ୍ତି। ପରିବାରକହିଲେ ୫ଜଣ ସଦସ୍ୟ। ଚନ୍ଦନଙ୍କ ବାପା ଜିତେନ୍ଦ୍ର ବିଶୋଇ ଜଣେ ଦିନ ମଜୁରିଆ ହୋଇଥିବାରୁ ୫ ଜଣ ପ୍ରାଣୀଙ୍କ ବୋଝ ତାଙ୍କ ମୁଣ୍ଡଉପରେ ରହୁଛି। ଦିନ ମଜୁରିଆ ଭାବେ କାର‌୍ୟ୍ୟ କରି ପରିବାର ପ୍ରତିପୋଷଣ କରିବା ସମ୍ଭବ ହେଉନଥିବାରୁ ଚନ୍ଦନକୁ ସ୍କୁଲକୁ ଯିବାକୁ ବାରଣ କରିଥିଲେ ତାର ବାପା ।ପାଠପଢାପ୍ରତି ଆଗ୍ରହଥିବାରୁ ଚନ୍ଦନ ଆବଶ୍ୟକତାଥିବା ଅର୍ଥନିମନ୍ତେ ବାଲିଯାତ୍ରା ପଡିଆପାଖରେ ଏକ ଉଠାଦୋକାନ ଦେଇଥିଲେ । ଛାତ୍ରଟିର ଏଭଳି ଅବସ୍ଥାବିଷୟରେ ଜାଣି କଲ୍ୟାଣପୁର ରାଜସ୍ବନିରୀକ୍ଷକ ସୌଭାଗ୍ୟ ଶତପଥୀ ଏବିଷୟରେ ଭୁବନେଶ୍ୱର ତହସିଲଦାରଙ୍କୁ ଅବଗତ କରାଇଥିଲେ। ପରେ ତହସିଲଦାରଙ୍କ ଉଦ୍ୟମକ୍ରମେ ଉପ-ଜିଲ୍ଲାପାଳଙ୍କ ପାଣ୍ଠିରୁ ଚନ୍ଦନଙ୍କୁ ୭ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ କଲ୍ୟାଣପୁର ରାଜସ୍ୱ ନିରୀକ୍ଷକ ସୌଭାଗ୍ୟ ଶତପଥୀ ଚନ୍ଦନଙ୍କୁ ଅର୍ଥରାଶି ପ୍ରଦାନ କରିଛନ୍ତି।ଏଥିସହ ଠିକଭାବେ ବିଦ୍ୟାଳୟକୁ ଯିବା ଏବଂ ଦୋକାନରେ ନବସିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.