ଆଜିର ରାଶିଫଳ

0 163

୨୦୨୩ମସିହା ସେପ୍ଟେମ୍ବରମାସ ୧ତାରିଖ ଶୁକ୍ରବାର। ଶ୍ରୀମନ୍ଦିରରେ ଝୁଲଣଯାତ୍ରାଶେଷ, ଦିବାଘ୧୦/୩୫ମି ମଧ୍ୟେ ଶରଣଶେଷ।ସୁର୍ଯ୍ୟୋଦୟ-ପ୍ରାତଃ ଘ୫/୩୪/୩୩ ,ସୂର୍ଯ୍ୟାସ୍ତ-ଘ୫/୫୯/୫ ,ଭାଦ୍ରବମାସ ,କୃଷ୍ଣପକ୍ଷ ,ଭୃଗୁବାସ ,ତିଥି-ଦ୍ବିତୀୟା ରାତ୍ରି ଘ୧୨/୧୦ମିପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ନକ୍ଷତ୍ର- ପୂର୍ବଭାଦ୍ର ନକ୍ଷତ୍ର ଦିବା ଘ୩/୫୩ମିପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଭାଦ୍ର ନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ରାତ୍ରିଘ୧୨/୧୦ମିପରେ ଆଗ୍ନେୟକୋଣରେ। ଶନିଯୁକ୍ତପରେ ମଙ୍ଗଳସପ୍ତଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–ମିଥୁନ ଓ ମୀନରାଶିର ଏବଂ ଦିବା ଘ୧୦/୩୫ମି ପରେ ଧନୁରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ– ବୋଇତାଳୁ ଭକ୍ଷଣ ନିଷେଧ।ଅଶୁଭବେଳା- ବାର ଓ କାଳବେଳା ଦିବା ଘ୮/୪୦ମି ରୁ ଘ୧୧/୪୫ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୮/୩୯ମି ରୁ ଘ୧/୧୭ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବା ଘ୭/୧୧ମି ମଧ୍ୟେ, ଘ୭/୫୯ମି ରୁ ଘ୧୦/୨୩ମି ମଧ୍ୟେ, ଘ୧୨/୪୭ମି ରୁ ଘ୨/୨୩ମି ମଧ୍ୟେ, ଘ୩/୫୯ମି ରୁ ଘ୫/୩୫ମି ମଧ୍ୟେ, ରାତ୍ରି ଘ୭/୩୨ମି ରୁ ଘ୯/୮ମି ମଧ୍ୟେ, ଘ୩/୩୨ମି ରୁ ଘ୪/୨୦ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ରାତ୍ରି ଘ୧୦/୪୪ମି ରୁ ଘ୧୧/୩୨ମି ମଧ୍ୟେ, ଘ୪/୨୦ମି ରୁ ରାତ୍ରିଶେଷ ଘ୫/୩୫ମି ପର୍ଯ୍ୟନ୍ତ। ପୁଷ୍କରଦୋଷ- ମୃତବ୍ୟକ୍ତିର ୨ପାଦ ତିଥି ଓ ନକ୍ଷତ୍ର ପୁଷ୍କରଦୋଷ। ଫଳଂ ଗୋପଶୁ, ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ। ଅନ୍ନବସ୍ତ୍ର ଓ ତିଳସୁବର୍ଣ୍ଣ ଦାନ।ଦିବା ଘ୩/୫୩ମିପରେ ରାତ୍ରି ଘ୧୨/ ୧୦ମି ମଧ୍ୟେ ୧ପାଦତିଥି ପୁଷ୍କରଦୋଷ। ଫଳଂ ଗୋପଶୁ ସମ୍ପଦର ବିନାଶ ଓ ଅନ୍ନବସ୍ତ୍ରଦାନ ସହିତ ହୋମାଦି ଶାନ୍ତି ବିଧେୟ ।ପ୍ରଥମରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟା ସର୍ବମ୍ପନ୍ନା। କନ୍ୟାର ଦିବାଘ୩/୫୩ମି ମଧ୍ୟେ ସାତମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ସ୍ବର୍ଣ୍ଣ ଓ ପୀତବସ୍ତ୍ର ତିଳ ତଣ୍ଡୁଳ ଗୁଡ଼ଦାନ କରଣୀୟ। ଶୁଭକର୍ମ:- ହଳପ୍ରବାହ, ବୀଜବପନ , ଦୂରଯାତ୍ରା, ବୃକ୍ଷରୋପଣ, ଔଷଧକରଣ, ବାଣିଜ୍ୟକରଣ।
ମେଷ-ଅନ୍ୟମାନଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ରାଜନୀତିରେ ଆର୍ଥିକଲାଭ ହେବ। ବ୍ୟବସାୟ ସମ୍ବନ୍ଧରେ ଭଲଖବର ପାଇବେ। ପ୍ରେମସମ୍ବନ୍ଧ ମଜଭୁତ ହେବ।
ବୃଷ-ଆତ୍ମବିଶ୍ବାସ ବୃଦ୍ଧି ପାଇବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ସନ୍ତାନ ପକ୍ଷରୁ କୌଣସି ଶୁଭ ଖବର ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।
ମିଥୁନ-ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନର ସମ୍ଭାବନା ଅଛି। ନିଜ ଲକ୍ଷ୍ୟ ସ୍ଥଳ ଆଡ଼କୁ ଅଗ୍ରସର ହେବେ। ଅଫିସରେ କୌଣସି ପୁରସ୍କାର ବା ପ୍ରଶ˚ସା ମିଳିପାରେ।
କର୍କଟ-ଇଷ୍ଟଦେବଙ୍କ ଧୢାନରେ ମନର ସକାରାତ୍ମକ ଶକ୍ତି ସ˚ଚାର ହେବ। ମହତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। କାମରେ ଏକାଗ୍ରତାରୁ ଆପଣଙ୍କୁ ସଫଳତା ମିଳିବ।
ସିଂହ-ଧ୍ଯାନ ଓ ଯୋଗ ମାଧୢମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ଆପଣ ନିଜ ଲକ୍ଷ୍ୟ ହାସଲ ପାଇଁ ଠୋସ୍‌ ଯୋଜନା କରିବେ।
କନ୍ୟା-ବେପାର ମାମଲାରେ ମନରେ ନୂଆ ବିଚାର ଆସିବ। ଖାସ୍‌ ଲୋକଙ୍କ ସହିତ ମିଶିବା ଲାଭପ୍ରଦ ହୋଇପାରେ। ପରିବାର ଲୋକଙ୍କ ସହିତ ସୁଖଦ ସମ୍ବନ୍ଧ ସ୍ଥାପିତ ହେବ।
ତୁଳା-କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ହେବ। ବାଣିଜ୍ୟ ଛାତ୍ରଙ୍କୁ ବଢ଼ିଆ ପରିଣାମ ମିଳିବ।
ବିଛା-ଉଚିତ ପରିଶ୍ରମରେ ଆପଣଙ୍କୁ ସଫଳତା ମିଳିବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ନୂଆ ଘର ବା ଭୂସ˚ପତ୍ତି କିଣିବା ଲାଗି ଯୋଜନା କରିବେ।
ଧନୁ-ଆପଣଙ୍କୁ କିଛି ନୂଆ ଶିଖିବାର ଅବସର ମିଳିବ। ବ୍ୟବସାୟରେ ପୁରୁଣା ବିବାଦ ସମାପ୍ତ ହେବ। ବନ୍ଧୁ ଓ ଭାଇଙ୍କ ସହଯୋଗ ପାଇବେ। ଘରକୁ ବନ୍ଧୁ ଆସିପାରନ୍ତି।
ମକର-ଜରୁରୀ କାମ ମିତ୍ରଙ୍କ ସହାୟତାରେ ସ˚ପୂର୍ଣ୍ଣ ହେବ। ଷ୍ଟକ୍ ଓ ମିଚ୍ୟୁଆଲ୍‌ଫଣ୍ତରେ ନିବେଶ ଲାଭଦାୟକ ରହିବ। ରାଜନୀତିରେ ମନୋକାମନା ପୂରା ହେବ।
କୁମ୍ଭ-ଦୃଢ଼ ମନୋବଳ ଦ୍ବାରା ଜରୁରୀ କାମରେ ସଫଳତା ପାଇବେ। ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ। ପରିବାର ସଦସ୍ୟଙ୍କ ସହିତ ବୁଝାମଣା ବଢ଼ିବ।
ମୀନ-ଆଜି ଆପଣ ଖୁବ୍‌ ମଜା କରିବେ ଓ ଖୁସି ରହିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଉତ୍ତମ ରହିବ। ନୂଆ ବ୍ୟବସାୟ ଲାଗି ଯୋଜନା କରିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।!!ଜୟ ଜଗନ୍ନାଥ,ଜୟସୋମନାଥ, ଜୟମା ଯୋଗମାୟା!!

 

Leave A Reply

Your email address will not be published.