ନନ୍ଦନକାନନକୁ ଆସିଲେ ନୂଆଅତିଥି

0 104

ବାରଙ୍ଗ,୩୧ା୮(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନକୁ ଗୁରୁବାରଦିନ ହାଇଦ୍ରାବାଦରୁ ହଳେ ଗୋଲଡେନ୍ ହ୍ୟାଣ୍ଡ୍ ତାମରିନ୍ ଓ ହଳେ ଗୁଣ୍ଡୁଚିମାଙ୍କଡ କ୍ରୟ କରି ନନ୍ଦନକାନନ କର୍ତୁପକ୍ଷ ଆଣିଛନ୍ତି ।ଯାହାଫଳରେ ନନ୍ଦନକାନନ ତାଲିକାରେ ପଶୁପକ୍ଷୀମାନଙ୍କ ସଂଖ୍ୟା ବୃଦ୍ଧିପାଇଛି । ତେଲେଙ୍ଗାନାର ଜନ୍ ଗ୍ରୋଭ୍ ଆଣ୍ଡ ଫାର୍ମଏହି ନୁତନ ଅତିଥିଙ୍କୁ ଆଣି ନନ୍ଦନକାନନରେ ପ୍ରଦାନ କରିଛି ।ଏହି ନୁଆ ଅତିଥି ନନ୍ଦନକାନନକୁ ଆସିବାପରେ ସେମାନଙ୍କ ସ୍ୱସ୍ଥ୍ୟ ପରୀକ୍ଷା ଏଠାକାର ଡାକ୍ତରମାନଙ୍କଦ୍ୱାରା କରାଯାଇଛି ।ଆସିଥିବା ୪ଜଣଅତିଥିଙ୍କୁ କ୍ୱାରେଟଂଟାଇନରେ ଡାକ୍ତରମାନଙ୍କ ନଜରବନ୍ଦିରେ ୧ମାସ ପର୍ଯ୍ୟନ୍ତ ସେମାନଙ୍କ ଉପରେ ତିକ୍ଷଣ ନଜର ରଖାଯିବାର ଯୋଜନା କରାଯାଇଛି ।
ଚଳିତବର୍ଷ ନନ୍ଦନକାନନଦ୍ୱାରା ସମୁଦାୟ ୨୪ ବିଦେଶୀ ପ୍ରଜାତିର ପଶୁପକ୍ଷୀ ଅଣାଯିବାକୁ ଯୋଜନା କରାଯାଇଛି ।ଏହାଦ୍ୱାରା ନନ୍ଦନକାନନରେ ନୁଆ ପ୍ରଜାତି ସୃଷ୍ଟି କରାଯାଇପାରିବ ।ଏହାସହ

ଏକୁଟିଆରହି ନିସଙ୍ଗ ଜୀବନ ଜିଉଥିବା ସାଥିହରାମାନଙ୍କୁ ସେମାନଙ୍କ ସାଥିମିଳିଯିବା ସହ ନୁଆ ରକ୍ତସଂର୍ମ୍ପକର ବଂଶବୃଦ୍ଧି ହୋଇପାରିବାତେବେ ଏହିବିଦେଶାଗତ ପଶୁପକ୍ଷୀମାନଙ୍କୁ କ୍ରୟକରାଯାଇଅଣିବାପାଇଁ ନନ୍ଦନକାନନ ସୋସାଇଟର ସାଧାରଣ ବୈଠକରେ ନିଷ୍ପତି ହୋଇଛି ବୋଲି ନନ୍ଦନକାନନ ଉପ-ନିର୍ଦ୍ଦେଶକ ସନଥ୍ କୁମାର ନାରାୟଣ କହିଛନ୍ତି ।ନୁଆକରିଆସିବାକୁ ଥିବା ବିଦେଶାଗତ ପ୍ରଜାତିମଧ୍ୟରେ କାସୁୱାରୀ, ଅଷ୍ଟିଚ୍‌,ହଳଦିପିଠିଆ ଲୋରୀ,ଇଗୁଆନା,ସାଧାରଣ ମାର୍ମୋସେଟ, ଟୁଫ୍ଟେଡ୍ ମାର୍ମୋସେଟ, ମିର୍‌କାଟ୍‌,ଅମ୍ବ୍ରେଲା କକାଟୋ,ଲେସର ସଲଫର୍ କ୍ରେଷ୍ଟେଡ୍ କକାଟୋ,ବାରଭିକପୋତ, ଷ୍ଟାରଫ୍ରିନ୍‌ଚ ,ସୁନେଲିକପୋତ, ଲମ୍ବା ଲାଞରଫ୍ରିନ୍‌ଚ ରିଙ୍ଗନେକେଡପିଜାଂଟ, ବ୍ଲାକକ୍ରାଉନକ୍ରେନ. ଭାଉଲେଟ ଟୁରାକୋ, ବେଙ୍ଗାଲିସ ଫ୍ରନ୍‌ଚ, ସବୁଜ ଡେଣାମାକାଓ. ଜିରାଫ,ଲିଭିଙ୍ଗଷ୍ଟୋନଟୁରାକୋ,ନାଲିପିଠିଆୱାଲାବି ରହିଥିବାର ଜଣାପଡିଛି ।

 

 

 

 

 

 

Leave A Reply

Your email address will not be published.