ଆଜିର ରାଶିଫଳ

0 189

୨୦୨୩ମସିହା ସେପ୍ଟେମ୍ବରମାସ ୧୩ତାରିଖବୁଧବାର। ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢା ପରିକ୍ରମା ।ସୁର୍ଯ୍ୟୋଦୟ- ପ୍ରାତଃଘ୫/୩୭/୨ ,ସୂର୍ଯ୍ୟାସ୍ତ-ଘ୫/୪୮/୩୨ ,ଭାଦ୍ରବମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ଚତୁର୍ଦ୍ଦଶୀ ରାତ୍ରିଘ୪/୫୨ମିପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା।ନକ୍ଷତ୍ର-ମଘାନକ୍ଷତ୍ରରାତ୍ରି ଘ୨/୪୭ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଫାଲ୍ଗୁନୀ ନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ରାତ୍ରିଘ୪/୫୨ମି ପରେ ଐଶାନ୍ୟକୋଣରେ।ରିକ୍ତାତିଥି, ବିଷ୍ଟିକରଣ, ରବିଯୁକ୍ତ ଓ ଶନିସପ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧ ଖାଦ୍ୟ- ବିରି ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୮/୪୦ମି ରୁ ଘ୧୦/୧୧ମି ପର୍ଯ୍ୟନ୍ତ।କାଳରାତ୍ରି-ରାତ୍ରି ଘ୨/୪୦ମି ରୁ ଘ୪/୯ମି ପର୍ଯ୍ୟନ୍ତ।ଶୁଭ ବେଳା–ଅମୃତ-ସୂର୍ଯ୍ୟୋଦୟ ରୁ ଦିବାଘ୭/୧୩ମି ମଧ୍ୟେ, ଘ୧୨/୨ମି ରୁ ଘ୧/୩୬ମି ମଧ୍ୟେ, ଘ୧୨ /୫୦ମି ରୁ ଘ୨/୨୬ମି ମଧ୍ୟେ,ସନ୍ଧ୍ୟାଘ୬/୪୦ମି ରୁ ଘ୯/୪ମି ମଧ୍ୟେ, ଘ୧/୫୧ମି ରୁ ରାତ୍ରିଶେଷ ଘ୫ /୩୭ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ଦିବା ଘ୪/୧ମି ରୁ ଘ୫/୪୯ମି ମଧ୍ୟେ, ରାତ୍ରି ଘ୯/୪ମି ରୁ ଘ୧୦/୪୦ମି ପର୍ଯ୍ୟନ୍ତ ।ପୁଷ୍କରଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ ନାହିଁ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ସୁଭଗା। କନ୍ୟାର ପାଞ୍ଚମାସ ରାତ୍ରି ଘ୨/୪୭ମି ପରେ ସାତମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ଶୋକାତୁରା। ରାତ୍ରି ଘ୨/୪୭ମି ପରେ ବିଧବା। ଘୃତକାଂସ୍ୟପାତ୍ର, ପୀତବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳଦାନ କରଣୀୟ। ଏବଂ ତିଥି ଦୋଷହେତୁ ଦୁର୍ଗାଙ୍କୁ ଲାଲ ରଙ୍ଗରପୁଷ୍ପ ଅର୍ପଣ ।ଶୁଭକର୍ମ:- ନାହିଁ।
ମେଷ-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମହେବ ।କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନକର୍ମାରମ୍ଭ କିମ୍ବା ନୂତନନିଯୁକ୍ତିର ସମ୍ଭାବନାରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିରହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟପ୍ରତି ସଚେତନହେବେ ।
ବୃଷ-ଆଜି ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପରହିବ । କର୍ମସ୍ଥାନରେ ସହକର୍ମୀଙ୍କସହ ମତାନ୍ତର ଓ ଉପରିସ୍ଥ କର୍ମଚାରୀଙ୍କ ରୋଷରଶିକାର ହେବେ । ବାପାମାଙ୍କ ସ୍ୱାସ୍ଥ୍ୟକୁନେଇ ଚିନ୍ତିତହେବେ କିମ୍ବା ତାଙ୍କସହ ମତଭେଦ ଘଟିପାରେ ।ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁଅପମାନ ପାଇପାରନ୍ତି । ବିଦ୍ୟାର୍ଥୀକର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କସହ ବିବାଦହେବ ।
ମିଥୁନ-ବାଣିଜ୍ୟ,ବ୍ୟବସାୟରେ ଆୟ ମଧ୍ୟମହେବ । କର୍ମପ୍ରତି ଅନାଗ୍ରହ ଓ ଆଳସ୍ୟତା ପ୍ରକାଶପାଇବ । ମନ ଅସ୍ଥିରରହିବ ଓ ପରିବାରରେବିବାଦ ଦେଖାଦେବ।ସମସ୍ତକର୍ମରେ ଅଯଥାବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳାକରିବେ ।ମହିଳାମାନେ ବିଷାଦଗ୍ରସ୍ତ ହେବେ ।
କର୍କଟ-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମରହିବ। କର୍ମସ୍ଥାନରେ ଉଚ୍ଚପ୍ରଶଂସିତହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗପାଇବେ ଓ ସ୍ତ୍ରୀହେତୁକ ଧନପ୍ରାପ୍ତିର ଯୋଗରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନାହେବେ ।ମହିଳାମାନେ ସ୍ୱାମୀଙ୍କସେବା ଓ ପରିବାରର ସେବାରେ ଦିନଟି ବିତାଇବେ ।
ସିଂହ-ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଓ ଦୁର୍ଘଟଣାଘଟିବାର ସମ୍ଭାବନାରହିଛି। ବାଦବିବାଦପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାରକାଳରେ ସାବଧାନରହିବେ । ବାଣିଜ୍ୟ, ବ୍ୟବସାୟରେଆୟ ସ୍ୱଳ୍ପରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶପାଇବ । ଶତ୍ରୁମାନଙ୍କଦ୍ୱାରା ପୀଡ଼ାପାଇବେ ଓ ପରିବାରରେ ବିବାଦ ଦେଖାଦେଇପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମପ୍ରତି ଅନାଗ୍ରହୀହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।
କନ୍ୟା-ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ କର୍ମସ୍ଥାନରେ ବାଧାବିଘ୍ନ ଏବଂ ସହକର୍ମୀ, ଉପରିସ୍ଥ କର୍ମ•ରୀ ଅପମାନ ଦେଇପାରନ୍ତି । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ପରିବାରରେ ଅସମ୍ମାନିତ ହେବେ ।
ତୁଳା-ବନ୍ଧୁବାନ୍ଧବ, ସହକର୍ମୀ ଓ ପରିବାରର ସମସ୍ତସଦସ୍ୟଙ୍କ ସାହାଯ୍ୟ ଏବଂ ସହଯୋଗ ପାଇବେ। ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।
ବିଛା-କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।
ଧନୁ-ଆର୍ଥିକ କ୍ଷତି, ବାଣିଜ୍ୟ ଓ ବ୍ୟବସାୟରେ କ୍ଷତି ପହଞ୍ଚିବ। କର୍ମର ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।
ମକର-ବ୍ୟୟ ହେଲେ ମଧ୍ୟ ଆଜି ଦିନରେ ସୁୁଖାଦ୍ୟ, ସୁବ୍ୟସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।
କୁମ୍ଭ-ଅଟକିଥିବା କାମ ପୁଣି ଆରମ୍ଭ କରିବା ପାଇଁ ମନସ୍ଥ କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍‌ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।
ମୀନ-କର୍ମରେ ଉନ୍ନତି ଓ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଆକସ୍ମିକ ଧନଲାଭ ଓ କୌଣସି ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ଆନନ୍ଦିତ ହେବେ ।

 

କାହାଭାଗ୍ୟରେ ସୁନାକଳସ ଢାଳିବେ ଗଜାନନ-ଚଳିତବର୍ଷ ଗଣେଷପୂଜା ବା ଗଣେଷଚତୁର୍ଥୀ ୧୯ସେପ୍ଚେମ୍ବର ୨୦୨୩ ତାରିଖରେ ପଡୁଛି । ହିନ୍ଦୁକ୍ୟାଲେଣ୍ତର ର ଅନୁସାରେ, ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀଗଣେଶଚତୁର୍ଥୀ ପୂଜା ପ୍ରତିବର୍ଷ ଭାଦ୍ରବଶୁକ୍ଲଚତୁର୍ଥୀଦିନ ପାଳନ କରାଯାଏ ।ଏହାଏକ ୧୦ଦିନିଆଗଣେଶୋତ୍ସବା ଗଣେଷପୂଜା, ଏହାପରଠୁ ବଦଳିବ ଏହିରାଶିଙ୍କ ଭାଗ୍ୟ, ଧନଧାନ୍ୟରେ ପୂରିଯିବ ଜୀବନ-ଏଥର ଗଣେଶପୂଜା ସେପ୍ଟେମ୍ବର୧୯ରୁ ଆରମ୍ଭହୋଇ ସେପ୍ଟେମ୍ବର ୨୮ତାରିଖରେ ବିସର୍ଜନ ହେବାକୁଯାଉଛି । ଗଣେଷ ପୂଜାପାଇଁ ଲୋକଙ୍କମଧ୍ୟରେ ନାହିଁନଥିବା ଉତ୍ସାହ ଦେଖିବାକୁମିଳିଛି। ତେବେ, ଏଥର ଗଣେଷପୂଜାରେ ଏକ ମହା ସଂଯୋଗ ସୃଷ୍ଟିହୋଇଛି। ଗଣେଷପୂଜାରେ କିଛିରାଶିଙ୍କଉପରେ ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀଗଣେଶ କୃପାବର୍ଷା କରିବେ ।୪ରାଶିରଲୋକଙ୍କ ଭାଗ୍ୟରେ ସୁନାକଳସଢାଳିବେ ଗଜାନନ।ଗଣେଷପୂଜା ଦିନଠାରୁ ମାଲେମାଲ୍ ହେବେ ଏହି ସବୁରାଶି:-
ମେଷ:-ଜ୍ୟୋତିଷଶାସ୍ତ୍ରରେ ମେଷରାଶିଙ୍କ ଗଣେଷଙ୍କର ଅତିପ୍ରିୟ ରାଶିବୋଲି କୁହାଯାଏ। ଗଣେଷପୂଜା ଦିନଠାରୁ ଏହିରାଶିଙ୍କ ଭାଗ୍ୟ ଖୋଲିଯିବ। ଦିର୍ଘଦିନର ଇଚ୍ଛା ପୂରଣହେବ।ଆର୍ଥିକସ୍ଥିତି ମଜବୁତ୍ ହେବାସହ କୋର୍ଟକଚେରୀ ଜନିତମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ । ଆୟବୃଦ୍ଧି ହେବାସହ ବ୍ୟବସାୟରେ ସଫଳତାମଧ୍ୟ ମିଳିବ ।ରାଜନିତୀକ୍ଷେତ୍ରରେ କାମକରୁଥିବା ଲୋକଙ୍କପାଇଁ ଏହାଅତ୍ୟନ୍ତ ଶୁଭସମୟ ।କେବଳ ଏତିକିନୁହେଁ, ଏହିସମୟରେ ଆପଣ ଏହିକ୍ଷେତ୍ରରେ ଅନେକସହଯୋଗ ପାଇବେ । ଜୀବନସାଥୀଙ୍କ ସମର୍ଥନପାଇବେ। ଏହିସମୟରେ ଆପଣ ନୂତନ ବ୍ୟବସାୟ ଆରମ୍ଭକଲେ ଅଧିକଲାଭ ପାଇବେ ।
ମିଥୁନ:-ଗଣେଷଚତୁର୍ଥୀଠାରୁ ଏହି ରାଶିରବ୍ୟକ୍ତି ମଧ୍ୟ ମାଲେମାଲ୍ ହେବେ। ଗଣେଷପ୍ରଭୁଙ୍କ ଆର୍ଶିବାଦ ଆପଣ ଙ୍କଉପରେ ରହିବ । ଫଳରେ ଆପଣ ସମସ୍ତ କ୍ଷେତ୍ରରେ ସଫଳତାପାଇବେ। ଏଭଳି ପରିସ୍ଥିତିରେ ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ନୂତନ ବ୍ୟବସାୟ ଆରମ୍ଭକଲେ ଶୁଭଫଳପାଇବେ।ହଠାତ୍ କେଉଁଆଡୁ ଧନଲାଭ ରଯୋଗ ମଧ୍ୟରହିଛି।ଏହିସମୟରେ ଆପଣ ନୂତନ ଗାଡି଼କ୍ରୟକରିପାରିବେ।ବୈବାହିକଜୀବନ ସୁଖମୟହେବ। ଆର୍ଥିକସ୍ଥିତି ମଜବୁତ ହେବ।
ମକର;-ପତିପତ୍ନୀଙ୍କମଧ୍ୟରେ ଥିବା ଅସନ୍ତୋଷ ଦୂରହେବ । ଆପଣଙ୍କର ଆୟବୃଦ୍ଧି ପାଇବ ଓ ଆପଣ କିଛି ନୂତନକ୍ଷେତ୍ରରେ ବିନିଯୋଗକରିବାର କଳ୍ପନା କରିବେ ।ଏକ ନୂତନଯାନ କିଣିବା ପାଇଁ ଆପଣଙ୍କରଇଚ୍ଛା ପୂରଣହୋଇପାରେ ।ବ୍ୟକ୍ତିଗତ ଓ ବୃତ୍ତିଗତଜୀବନରେ ସନ୍ତୁଳନ ବଜାୟରଖନ୍ତୁ ।କମ୍ପେଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତହେଉଥିବା ଛାତ୍ରଛାତ୍ରୀ ଶୁଭଫଳପାଇବେ। ଶତ୍ରୃମାନେ ମଧ୍ୟ ଏହିସମୟ ରେ ଆପଣଙ୍କ ଶରଣପଶିବେ । ଆୟ ବଢିବାସହ ଦିର୍ଘଦିନଧରି ଅଧାରହିଥିବାକାର୍ଯ୍ୟ ସମ୍ପୁର୍ଣ୍ଣହେବ । ବ୍ୟବସାୟରେ ମଧ୍ୟ ଆପଣଙ୍କୁ ଶୁଭଫଳ ମିଳିବ ।ବିଶେଷସୂଚନା;-ଏଠାରେ ଦିଆଯାଇଥିବାସୂଚନା ଜ୍ୟୋତିଷଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନାପାଇଁ ଦିଆଯାଇଛି ।ଏହା ନିଶ୍ଚିତକରେନାହିଁ ।କୌଣସି ଉପାୟ କରିବାପୂର୍ବରୁ ସମ୍ପୃକ୍ତବିଷୟରେ  ବିଶେଷଜ୍ଞଙ୍କସହିତ ପରାମର୍ଶକରି ନିଶ୍ଚିତ ହୁଅନ୍ତୁ !!ଜୟ ଜଗନ୍ନାଥ, ଜୟସୋମନାଥ, ଜୟମାଯୋଗମାୟା!!

 

 

Leave A Reply

Your email address will not be published.