ବଢୁଛି ଡେଙ୍ଗୁରୋଗୀ ସଂଖ୍ୟା

0 90

ଭୁବନେଶ୍ୱର,୧୨।୯(ଏସଏସନିଉଜ)ରାଜ୍ୟରେ ଏବେ ପ୍ରତିଦିନ ୨୦୦ ରୁ ୨୫୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଡେଙ୍ଗୁବଂଶ ବିସ୍ତାରପାଇଁ ବର୍ତ୍ତମାନ ପାଣିପାଗ ଅନୁକୂଳ ଅଛି। ବର୍ଷା ନଛାଡ଼ିବା ଯାଏଁ ରୋଗ କମିବନାହିଁ ବୋଲି ଜନସ୍ଵାସ୍ଥ୍ୟନିର୍ଦ୍ଦେଶକ ଡାକ୍ତର ନିରଞ୍ଜନମିଶ୍ର କହିଛନ୍ତି।ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୮ ହଜାର ୬୧୦ ଜଣଙ୍କର ଡେଙ୍ଗୁ ଟେଷ୍ଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ହଜାର ୯୭ ଜଣ ପଜିଟିଭ ବାହାରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୧୩୩ଜଣ, ପୁରୀରୁ ୫୫୫, କଟକରୁ ୫୨୦ ଓ ବାଲେଶ୍ଵରରୁ ୪୭୩ଜଣ ପିଜେଟିଭ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.