ଆଜିର ରାଶିଫଳ

ମାଛମାଂସଅଣ୍ଡା ଭକ୍ଷଣ ପାପ କିମ୍ବା ପୁଣ୍ୟ-

0 181

୨୦୨୩ମସିହା ସେପ୍ଟେମ୍ବରମାସ ୧୪ତାରିଖ ଗୁରୁବାର। ଶ୍ରୀମନ୍ଦିରକୁ ଶ୍ରୀଜୀଉଙ୍କର ସପ୍ତପୁରୀ ତାଡ଼ବିଜେ, ସପ୍ତପିତୃକା ଅମାବାସ୍ୟା, ଦର୍ଭସଂଗ୍ରହ, ଗୃହିଣାଂ ସପ୍ତପୁରୀ ଅମାବାସ୍ୟା, ଭାଦ୍ର ଅମାବାସ୍ୟା, କେତୁଗ୍ରହ ଜୟନ୍ତୀ, ଅଶ୍ବତ୍ଥ ଛାୟା ଜଳେ ସ୍ନାନ, ଅଦ୍ୟ ନଷ୍ଟ ଚନ୍ଦ୍ରୋପବାସ ଓ ନିଶାପାଳନ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୭/୧୪ ,ସୂର୍ଯ୍ୟାସ୍ତ- ଘ୫/୪୭/୩୮ ,ଭାଦ୍ରବମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ଅମାବାସ୍ୟା (ଅହୋରାତ୍ର)।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟକୋଣରେ।ପର୍ବତିଥି, ରବିଯୁକ୍ତ ଓ ଶନିସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ଅମାବାସ୍ୟା ବିହିତଶ୍ରାଦ୍ଧ ଏବଂ ପିତୃ ସାମ୍ବତ୍ସରିକଶ୍ରାଦ୍ଧ ମହାଳୟାବିଧିରେ ହେବ।ନିଷିଦ୍ଧଖାଦ୍ୟ- ଆମିଷଭକ୍ଷଣ ନିଷେଧ।ଅଶୁଭବେଳା- ବାର ଓ କାଳବେଳା ଦିବାଘ୨/୪୨ମି ରୁ ଘ୫/୪୮ମିପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୧/୪୦ମି ରୁ ଘ୧/୧୦ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ରାତ୍ରି ଘ୧/୩ମି ରୁ ଘ୩/୨୬ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ସୂର୍ଯ୍ୟୋଦୟ ରୁ ଦିବା ଘ୭/୧୪ମି ମଧ୍ୟେ, ଘ୧୦/୨୬ମି ରୁ ଘ୧୨/୫୦ମି ପର୍ଯ୍ୟନ୍ତ ।ପୁଷ୍କରଦୋଷ- ମୃତବ୍ୟକ୍ତିର ପୁଷ୍କରଦୋଷ ନାହିଁ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ସୁଭଗା। କନ୍ୟାର ସାତମାସଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ପୀତବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳଦାନ କରଣୀୟ। ଏବଂ ତିଥିଦୋଷ ହେତୁ ଦୁର୍ଗାଙ୍କୁ ଲାଲରଙ୍ଗରପୁଷ୍ପ ଅର୍ପଣ ।ଶୁଭକର୍ମ:- ନାହିଁ।
ମେଷ-ଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ।
ବୃଷ-ଆଜି କୌଣସି କର୍ମାରମ୍ଭ ପାଇଁ ମନ୍ଦ ନ ହେଲେ ମଧ୍ୟ ଝିନଝଟ୍‌ ଜନିତ ବ୍ୟସ୍ତତାରୁ ମୁକ୍ତି ମିଳିବ ନାହିଁ। ଏପରି କି ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ, ନତୁବା ଆକସ୍ମିକ ଭାବରେ କଳହ ଲାଗିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ମିଥୁନ-ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇବେ। ମୃଗଶିରା ନକ୍ଷତ୍ର ସନ୍ତାନ ହେତୁକ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ।
କର୍କଟ-ଆଜି ବିଳମ୍ବିତ ସମୟରେ ସମସ୍ତ କାର୍ଯ୍ୟ ସାଧିତ ହେବ। ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ହିଁ ପଡିପାରନ୍ତି।
ସିଂହ-ଆଜି ପ୍ରତ୍ୟେକ ପରିସ୍ଥିତିକୁ ଲାଘବ କରିବା ଦିଗରେ ଆପଣଙ୍କ ନରମ କଥା ଓ କିଛିଟା ଅର୍ଥବ୍ୟୟ ସାହାଯ୍ୟ କରିବ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
କନ୍ୟା-ଆଜି ଉପୁଜିଥିବା ପ୍ରତିବନ୍ଧକ କୁ ବନ୍ଧୁଙ୍କ ମାଧ୍ୟମରେ ମେଣ୍ଟାଇବେ।କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ପୁରାତନ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।
ତୁଳା-ଆପଣସାମାଜିକ ପ୍ରତିଷ୍ଠା ସହ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। ଆଗଭଳି ପ୍ରିୟ ବନ୍ଧୁଟିର ମନୋଭାବ ନ ଥିବା ତାହାଙ୍କର କାର୍ଯ୍ୟଶୈଳୀରୁ ଅନୁଭବ କରିପାରନ୍ତି।
ବିଛା-ଅଧିକାଂଶ କ୍ଷେତ୍ରରେ ବିଚାର ବିଗିଡିଯାଉଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି। ଆର୍ଥିକ ଦିଗକୁ ପରିପୁଷ୍ଟ କରିବେ ଗତକାଲି ଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ କିଛି ଅସୁବିଧା ହେବନି। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ।
ଧନୁ-ଆଜି ଦିନଟି ଆପଣଙ୍କ ପାଇଁ କ୍ଷତିକାରକ ହେବନାହିଁ। କିନ୍ତୁ କାଳକ୍ଷେପଣ ନୀତି ସଙ୍ଗକୁ ଆଳସ୍ୟ ଓ ଅବହେଳାଜନିତ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ମକର-ମାନସିକ ଅସ୍ଥିରତା ସଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ। ଆଜି ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ। ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। କଥା ଦେଇଥିବା ବନ୍ଧୁ ଠିକ୍‌ ସମୟରେ ଫେରିପାରିବେ ନାହିଁ।
କୁମ୍ଭ-ସମ୍ପର୍କୀୟଙ୍କ ସହ ବିବାଦ ଘନେଇପାରେ। କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ସତ କିନ୍ତୁ ପ୍ରତିବଦଳରେ ଓଲଟା ଫଳ ପାଇବେ। ଫେରନ୍ତା ବାଟରେ ହଠାତ୍‌ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
ମୀନ-ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ସାମ୍‌ନା କରି ନ ପାରି ବିବ୍ରତ ବୋଧ କରି ପାରନ୍ତି। ପଡୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ!!ଜୟଜଗନ୍ନାଥ ,ଜୟସୋମନାଥ, ଜୟମାଯୋଗମାୟା!!

ମାଛମାଂସଅଣ୍ଡା ଭକ୍ଷଣ ପାପ କିମ୍ବା ପୁଣ୍ୟ-ଜାଣିବା ନିତାନ୍ତ ଜରୁରୀ-
ଦୁନିଆରେ ଅନେକଲୋକଅଛନ୍ତି ଯେଉଁମାନେଶାକାହାରୀ ହୋଇଥିବାବେଳେ ଆଉକିଛି ମାଂସାହାରୀ ହୋଇଥାନ୍ତି । କିନ୍ତୁ କେଉଁଠି ଠିକଖାଦ୍ୟ ତାହାସମସ୍ତଙ୍କୁ ସଠିକଭାବରେଜଣାନଥାଏ ।ମାଳିକାବଚନ ଅନୁଯାୟୀ କେଉଁଖାଦ୍ୟଠିକ ସେହିବିଷୟରେ ଆଜି ଆମେଜାଣିବା ।ହିନ୍ଦୁଧର୍ମର ପବିତ୍ରଧର୍ମଗ୍ରନ୍ଥରେ ପଶୁହତ୍ୟାକୁ ଘୋରପାପବୋଲି କୁହାଯାଇଛି ଏବଂ ମାଂସଖାଇବାସମ୍ବନ୍ଧରେ ସ୍ପଷ୍ଟ ମନାକରାଯାଇଛି ।ଗୀତାଅନୁଯାୟୀ ମନୁଷ୍ୟ ନିଜ ଆତ୍ମାସହିତ ଅନ୍ୟ ସମସ୍ତଆତ୍ମାକୁ ସମାନତୁଲ୍ୟ ମାନିବା ଉଚିତ । ମାଳିକା ବଚନଅନୁଯାୟୀ ଯେଉଁବ୍ୟକ୍ତି ମାଂସଭକ୍ଷଣ କରିଥାଏ ସେସବୁବେଳେ ରୋଗାକ୍ରାନ୍ତ ହୋଇଥାଏ ମାତ୍ର ଯେଉଁବ୍ୟକ୍ତି ନିରାମିଷଖାଇଥାଏ ତାରଆୟୁଷ ଦୀର୍ଘ ହୋଇଥାଏ ।
ଶ୍ରୀକୃଷ୍ଣଙ୍କସମ୍ବନ୍ଧୀୟ ଏକକାହାଣୀ ଅନୁଯାୟୀ ଥରେଶ୍ରୀକୃଷ୍ଣ ଏକ ଗଛତଳେ ବସି ବଇଁଶୀ ବଜାଉଥିବା ସମୟରେ ଏକ ହରିଣଆସି ତାଙ୍କପଛରେ ଲୁଚିଯାଏ । ହରିଣଟି ଖୁବ ଭୟଭୀତଥିବାଦେଖି ଶ୍ରୀକୃଷ୍ଣ ତାଙ୍କକାରଣ ପଚାରନ୍ତି । ଠିକସେତିକିବେଳେ ଏକଶିକାରୀଆସି ହରିଣକୁମାରିବାକୁ ଚେଷ୍ଟାକରିବାକୁ ଶ୍ରୀକୃଷ୍ଣ ବାରଣକଲେ ।ଯାହାରଉତ୍ତରରେ ଶିକାରୀକହେଯେ , ଯଦି ସେ ଶିକାରନକରେ ତେବେତାର ସମ୍ପୂର୍ଣ୍ଣ ପରିବାର ଭୋକଉପାସରେ ରହିବେ ।ଏହାଶୁଣି ଶ୍ରୀକୃଷ୍ଣ ମନେମନେ ଚିନ୍ତାକରନ୍ତିଯେ ମାଂସଭକ୍ଷଣକରି ଏହି ଶିକାରୀର ଚିନ୍ତା କରିବାର କ୍ଷମତାମଧ୍ୟ ଶେଷ ହୋଇଯାଇଛି । ଏହାପରେ ଶ୍ରୀକୃଷ୍ଣ ଶିକାରୀକୁ ଏକ କାହାଣୀ କହନ୍ତି । ଆଉ ଯାହାକୁ ଶୁଣିବା ପରେ ଯଦି ଶିକରୀ ପଶୁହତ୍ୟା ଏବଂ ମାଂସଭକ୍ଷଣକୁ ଉଚିତମନେକରେ ତେବେ ତାରଇଚ୍ଛା ବୋଲି କହିଲେ ।
ଏହାପରେ ଶିକାରୀମଧ୍ୟ ଶ୍ରୀକୃଷ୍ଣଙ୍କ କାହାଣୀ ଶୁଣିବାରେ ଲାଗିଲା । ଶ୍ରୀକୃଷ୍ଣ କହନ୍ତିଯେ ଥରେ ମଗଧରେ ଦୁର୍ଭିକ୍ଷ କାରଣରୁ ଅନ୍ନଅଭାବ ଦେଖାଦେଲା । ଯେଉଁକାରଣରୁ ରାଜା ଚିନ୍ତିତହୋଇ ଏକସଭା ଡାକିଲେ ଏବଂ ନିଜର ମନ୍ତ୍ରୀପରିଷଦ ଏବଂ ଜ୍ଞାନୀଗୁଣିଙ୍କୁ ଏହିସମସ୍ୟାର ସମାଧାନଦେବାକୁ କହିଲେ । ଏଥିରେ ଜଣେମନ୍ତ୍ରୀ ପ୍ରଥମେ ଛିଡ଼ାହୋଇ କହଲେଯେ ଅନ୍ନଉପାର୍ଜନପାଇଁ ଖୁବ ଅଧିକସମୟ ଲାଗିବ । କିନ୍ତୁ ମାଂସ ଖୁବସହଜରେ ବିନା ମୂଲ୍ୟରେ ଏବଂ ଖୁବଶୀଘ୍ରମିଳିଯିବ ।ଏହାକୁ ସମସ୍ତେ ସହମତହେଉଥିଲେହେଁ ପ୍ରଧାନମନ୍ତ୍ରୀ ଏହାକୁ ସମ୍ମତି ଦେଲେନାହିଁ । ଯେଉଁକାରଣରୁ ରାଜାମଧ୍ୟ ତାଙ୍କୁ ପଚାରିଲେ । ଏଥିରେ ପ୍ରଧାନମନ୍ତ୍ରୀକହନ୍ତିଯେ ଏହାକହିବା ଭୁଲ ଯେ ମାଂସ ଖୁବଶସ୍ତାବୋଲି । ଏହାରକାରଣ ରାଜା ପଚାରିବାପୂର୍ବରୁ ହିଁ ସବୁମନ୍ତ୍ରୀ ନିଜର ମତ ଦେଇସେଠାରୁ ଚାଲିଗଲେ ।
ମାଂସସମ୍ବନ୍ଧରେ ପରାମର୍ଶଦେଇଥିବା ମନ୍ତ୍ରୀଙ୍କନିକଟକୁ ପ୍ରଧାନମନ୍ତ୍ରୀ ସେହିଦିନରାତିରେ ଯାଇକହିଲେ ଯେ ରାଜାଙ୍କ ସ୍ୱାସ୍ଥ୍ୟଖରାପ ତେଣୁତାଙ୍କର ପ୍ରିୟମନ୍ତ୍ରୀଙ୍କ ଶରୀରରୁ ତିନିକିଲୋମାଂସ ଯଦି ସେଖାଆନ୍ତି ତେବେ ସେ ସୁସ୍ଥ ହୋଇଯିବେ ।ଏହାର ପ୍ରତିବଦଳରେ ତାଙ୍କୁ ପ୍ରଧାନମନ୍ତ୍ରୀ କରାଯିବବୋଲି କହଲେ ।ଏହାଶୁଣି ମନ୍ତ୍ରୀ କହନ୍ତି ଯଦି ଜୀବନରହିବନାହିଁ ତେବେପଦବୀ କଣହେବ ଏବଂ ସେ ନିଜପାଖରେଥିବା ସବୁ ଧନରତ୍ନ ପ୍ରଧାନମନ୍ତ୍ରୀଙ୍କୁଦେଇ ଅନ୍ୟତ୍ରଯାଇ ସନ୍ଧାନ କରିବାକୁକହନ୍ତି । ଏମିତି ସବୁମନ୍ତ୍ରୀ ମନାକରିବାସହିତ ସବୁ ଧନ ରତ୍ନ ପ୍ରଧାନମନ୍ତ୍ରୀଙ୍କୁ ଦିଅନ୍ତି । ଆଗାମୀଦିନ ସଭାରେ ରାଜାଙ୍କ ସ୍ୱାସ୍ଥ୍ୟସମ୍ବନ୍ଧରେ ବୁଝିବାପାଇଁ ସବୁମନ୍ତ୍ରୀ ଉପସ୍ଥିତ ହେବାସହିତ ପ୍ରଧାନମନ୍ତ୍ରୀ କୋଟିକୋଟିଟଙ୍କାର ଧନରତ୍ନ ବାକ୍ସକୁ ନେଇ ରାଜାଙ୍କସମ୍ମୁଖରେ ରଖିଦିଅନ୍ତି।
ରାଜାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥହୋଇ ଯାଇଥିବାରଦେଖି ସମସ୍ତେ ଆଶ୍ଚର୍ଯ୍ୟହୁଅନ୍ତି । ରାଜା ଏତେ ଧନରତ୍ନ କେଉଁଠୁ ଆସିଲାବୋଲି ପଚାରିବାପରେ ପ୍ରଧାନମନ୍ତ୍ରୀ କହନ୍ତିଯେ ,ଏତେ ଧନରତ୍ନବଦଳରେ ଏକକେଜିମାଂସ ମଧ୍ୟ ଆସିଲାନାହିଁ ।ତେବେ ଆପଣକିପରି କହିପାରିବେଯେ ମାଂସ ଶସ୍ତାବୋଲି ।ଏହାପରେ ରାଜାବୁଝିପାରିଲେ ଏବଂ ନିଜର ସବୁପ୍ରଜାଙ୍କୁ ଖୁବପରିଶ୍ରମକରିବାସହିତ ସେହି ଏକକୋଟିରଟଙ୍କାକୁ ମଧ୍ୟ ଫସଲରେ ଖର୍ଚ୍ଚ କରାଗଲା । ଫସଲ ଭଲହେବାସହିତ ଖାଦ୍ୟସଙ୍କଟ ମଧ୍ୟ ଦୂରହେଲା ।ଏହିକାହାଣୀ ଶୁଣିବାପରେ ଶିକାରୀଟି ବୁଝିଗଲାଯେ ମହାନତା ଜୀବନନେବାରେ ନୁହେଁ ବରଂ ଜୀବନଦେବାରେ ରହିଥାଏ ।ସେ ଭଗବାନଶ୍ରୀକୃଷ୍ଣଙ୍କୁ କ୍ଷମାମାଗି ଜୀବନରେ ଆଉକେବେ ଜୀବହତ୍ୟା କରିବନାହିଁ ବୋଲି ପ୍ରତିଜ୍ଞାକଲା ।

 

Leave A Reply

Your email address will not be published.