ଆଜିର ରାଶିଫଳ

ରୁଦ୍ରାକ୍ଷ ପିନ୍ଧିବାର ଫାଇଦା ...

0 219

୨୦୨୩ମସିହା ସେପ୍ଟେମ୍ବରମାସ ୨୮ତାରିଖ ଗୁରୁବାର ।ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢାପରିକ୍ରମା, ଅଦ୍ୟ ପୂର୍ଣ୍ଣିମାବିହିତ ଚନ୍ଦ୍ରୋପବାସ, ପୂଜା ଓ ଅର୍ଘ୍ୟଦାନ, ଶ୍ରୀମନ୍ଦିରେ ଓ ସର୍ବତ୍ର ଅନନ୍ତବ୍ରତ, ଅଘୋରଚତୁର୍ଦ୍ଦଶୀ, ଶ୍ରୀଶିବ ପାର୍ଶ୍ବପରିବର୍ତ୍ତନୋତ୍ସବ, ଶ୍ରୀଦୁର୍ଗା ପାର୍ଶ୍ବପରିବର୍ତ୍ତନ, ଇନ୍ଦ୍ରୋତ୍ସବ।ସୁର୍ଯ୍ୟୋଦୟ- ଘ୫/୪୦/୧୩ ,ସୂର୍ଯ୍ୟାସ୍ତ-ଘ୫/୩୪/୫୧ ,ଭାଦ୍ରବମାସ ,ଶୁକ୍ଳପକ୍ଷ ,ବୃହସ୍ପତିବାସ ,ତିଥି-ଚତୁର୍ଦ୍ଦଶୀ ରାତ୍ରି ଘ୭/୮ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ରାତ୍ରି ଘ୭/୮ମିପରେ ବାୟବ୍ୟ କୋଣରେ। ରିକ୍ତାତିଥି, ବିଷ୍ଟିକରଣ, ଶନିଯୁକ୍ତପରେ ରବି ମଙ୍ଗଳସପ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର-ମିଥୁନ ଓ ମୀନରାଶିର ଏବଂ ରାତ୍ରି ଘ୯/୨୧ମି ପରେ ଧନୁରାଶିର ଘାତଚନ୍ଦ୍ର।ଘାତବାର-ତୁଳା ଓ କୁମ୍ଭ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ-ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ। ନିଷିଦ୍ଧଖାଦ୍ୟ- ବିରି ରାତ୍ରି ଘ୬/୮ମି ପରେ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା- କାଳ ଓ ବାରବେଳା ଦିବା ଘ୨/୩୪ମି ରୁ ଘ୫/ ୩୫ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୧/୩୬ମି ରୁ ଘ୧/୭ମି ପର୍ଯ୍ୟନ୍ତ।ଶୁଭବେଳା-ଅମୃତ ସୂର୍ଯ୍ୟୋଦୟ ରୁ ଦିବା ଘ୭/୧୭ମି ମଧ୍ୟେ, ଘ୧/୪୧ମି ରୁ ଘ୩/୧୭ମି ମଧ୍ୟେ, ରାତ୍ରି ଘ୬/୧୯ମି ରୁ ଘ୯/୩୧ମି ମଧ୍ୟେ, ଘ୧୧/୫୫ମି ରୁ ଘ୩/୭ମି ମଧ୍ୟେ, ଘ୪/୩ମି ରୁ ନିଶାନ୍ତ ଘ୫/୪୦ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ନାହିଁ । ପୁଷ୍କରଦୋଷ- ମୃତବ୍ୟକ୍ତିର ରାତ୍ରି ଘ୨/୪୦ମି ମଧ୍ୟେ ୧ପାଦ ନକ୍ଷତ୍ର ପୁଷ୍କରଦୋଷ। ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ। ତିଳସୁବର୍ଣ୍ଣଦାନ ସହିତ ହୋମାଦି ଶାନ୍ତିବିଧେୟ ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟା ସର୍ବସମ୍ପନ୍ନା।ଶୁଭକର୍ମ-ନାହିଁ ।
ମେଷ-ଆଜି ଆପଣ ସାଂସାରିକବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତାଆଡ଼କୁ ଧ୍ୟାନରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକଅନୁଭୂତି କରାଇବ।ବାଣୀଉପରେ ନିୟନ୍ତ୍ରଣରଖିବା ବହୁତ ଭ୍ରାନ୍ତ ଧାରଣାରୁ ବଞ୍ଚିତକରିବ। ଅଚାନକ ଧନଲାଭ ହେବ। ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ।ନୂଆକାର୍ଯ୍ୟଗୁଡ଼ିକ ପ୍ରାରମ୍ଭ କରନ୍ତୁନାହିଁ।ଅତ୍ୟନ୍ତ ସାବଧାନପୂର୍ବକ ଆଜିରଦିନ କାଟିବାକୁ ଉପଦେଶ।ଥଣ୍ଡା, କଫ ଏବଂ ଜ୍ୱର କାରଣରୁ ସ୍ଵାସ୍ଥ୍ୟ ଖରାପହୋଇପାରେ।ପରିବାରରେ କିଛି ମନମାଳିନ୍ୟହୋଇପାରେ।ଧର୍ମକରିବାରେ ଧନଖର୍ଚ୍ଚ ପରି ପରିସ୍ଥିତିହୋଇପାରେ।ସେଥିପାଇଁ ସମ୍ଭାଳିକରିରୁହନ୍ତୁ।ମାନସିକଅସୁସ୍ଥତା ଅନୁଭବକରିପାରନ୍ତି।ଆଜି ପୁଞ୍ଜି ନିବେଶ କରିବାସମୟରେ ବିଶେଷସାବଧାନ ରୁହନ୍ତୁ।
ବୃଷ-ଗୃହସ୍ଥଜୀବନରେ ସୁଖଶାନ୍ତି ଅନୁଭବକରିବେ।ପାରିବାରିକସଦସ୍ୟ ଏବଂ ନିକଟସ୍ଥବନ୍ଧୁମାନଙ୍କ ସହିତ ଉତ୍ତମଭୋଜନ କରିବାର ଅବସରମିଳିବ।ଛୋଟଯାତ୍ରାର ଆୟୋଜନମଧ୍ୟ ହେବାର ସଂଭାବନାଅଛି।ସ୍ଵାସ୍ଥ୍ୟ ଭଲରହିବ।ଧନଲାଭ ହେବ। ଦୂରରେଥିବା ସ୍ନେହୀଜନମାନଙ୍କର ଭଲସମାଚାର ଆପଣଙ୍କୁ ଖୁସିପ୍ରଦାନ କରିବ। ଜଗନ୍ନାଥଙ୍କର ସମ୍ପୂର୍ଣ୍ଣକୃପା ଆଜି ଆପଣଙ୍କଉପରେ ରହିବ।ପରିବାରରେ ସୁଖଶାନ୍ତି ରହିବ। କୁଟୁମ୍ବ ଏବଂ ମିତ୍ରମାନଙ୍କରସାଥିରେ ଆନନ୍ଦରସମୟ ବିତାଇବେ।ଆପଣଙ୍କ ଆୟ ଏବଂ ବ୍ୟାପାରରେ ବୃଦ୍ଧିହେବ।ରମଣୀୟ ସ୍ଥାନକୁ ପର୍ଯ୍ୟଟନର ଆୟୋଜନହେବ।ମହିଳାବର୍ଗଙ୍କ ତରଫରୁ ଲାଭହେବ।ବ୍ୟାପାରକ୍ଷେତ୍ରରେ ସଂପର୍କ ଏବଂ ପରିଚୟରେ ଲାଭହେବ।ଉତ୍ତମଦାମ୍ପତ୍ୟ ସୁଖରଅନୁଭୂତି ହେବ।
ମିଥୁନ-ଆଜି ଆପଣଙ୍କ ଅଧୂରାକାର୍ଯ୍ୟ ସମ୍ପୂର୍ଣ୍ଣହେବ ତଥା କାର୍ଯ୍ୟରେସଫଳତା ଏବଂ ଯଶପ୍ରାପ୍ତି ହେବ।ଘରେ ଶାନ୍ତି ଏବଂ ଆନନ୍ଦରବାତାବରଣ ଆପଣଙ୍କମନକୁ ପ୍ରସନ୍ନରଖିବ।ସ୍ଵାସ୍ଥ୍ୟ ଭଲରହିବ।ଆର୍ଥିକଲାଭ ହେବ। ଅଫିସରେମନମାଳିନ୍ୟର ଅବସରଆସିପାରେ।ଏହାପ୍ରତି ସାବଧାନରହିବା ଆବଶ୍ୟକଅଟେ। ଜଗନ୍ନାଥଙ୍କର ଆଶୀର୍ବାଦରେ ଶାରୀରିକ ଏବଂ ମାନସିକ ସୁଖରହିବ।ଚାକିରି-ବ୍ୟବସାୟରେ ଆପଣଙ୍କକାର୍ଯ୍ୟଗୁଡ଼ିକର ପ୍ରଶଂସାହେବ।ବ୍ୟାପାରିମାନଙ୍କଦ୍ଵାରା କାମରମର୍ଯ୍ୟାଦା ହେବ, ଯାହା ଆପଣଙ୍କୁ ଅଧିକପ୍ରୋତ୍ସାହିତ କରିବ। ପଦୋନ୍ନତିରଯୋଗ ଅଛି।ସମାଜରେ ମାନପ୍ରତିଷ୍ଠା ବଢ଼ିବ।ସରକାରୀକାର୍ଯ୍ୟଗୁଡ଼ିକରେ ସଫଳତାମିଳିବ।ଗୃହସ୍ଥ ଜୀବନ ଆନନ୍ଦପୂର୍ଣ୍ଣରହିବ।
କର୍କଟ-ଦିନରଆରମ୍ଭ ଚିନ୍ତା ଏବଂ ଉଦ୍ଵେଗରସହିତ ହେବ, ସ୍ଵାସ୍ଥ୍ୟରେ ଅଭିଯୋଗମଧ୍ୟ ରହିବ।ନୂଆକାର୍ଯ୍ୟ ଆରମ୍ଭ କରିବାପାଇଁ ଦିନ ଭଲନୁହେଁ।ଆକସ୍ମିକ ଧନଖର୍ଚ୍ଚ ହେବ।ଆଜି ବାଦବିବାଦ ହେବାରେ ମନମାଳିନ୍ୟ ହୋଇପାରେ।ଅତ୍ୟଧିକକାମୁକତା ଆପଣଙ୍କମାନଭଙ୍ଗର କାରଣ ନବନୁ ,ଏହାର ଧ୍ୟାନରଖିବେ।ଯାତ୍ରାରେ କଠିନତାଆସିପାରେ।ଆଜିରଦିନ ଆପଣ ଧର୍ମଧ୍ୟାନ ତଥା ଦେବଦର୍ଶନରେ ଅଧିକସମୟ ଦେବେ।କୌଣସି ତୀର୍ଥସ୍ଥାନକୁ ଯିବାର ପ୍ରସଙ୍ଗବନିବ।ଶାରୀରିକ ଏବଂ ମାନସିକରୂପରେ ପ୍ରଫୁଲ୍ଲିତରହିବେ।ଭାଗ୍ୟବୃଦ୍ଧିର ସୁଯୋଗମିଳିବ।ପରିବାରରେ ଭାଇଭଉଣୀମାନଙ୍କସହିତ ଆନନ୍ଦପୂର୍ବକସମୟ ବ୍ୟତୀତହେବ।ବିଦେଶଯାତ୍ରା ପାଇଁ ଅନୁକୂଳସଂଯୋଗ ନିର୍ମିତହେବ।ଚାକିରିକରୁଥିବା ଲୋକମାନଙ୍କୁ ଲାଭହେବ।
ସିଂହ-ଆଜି ନକରାତ୍ମକବିଚାରଧାରା ଆପଣଙ୍କୁ ହତାଶା ସୃଷ୍ଟିକରିପାରେ।ଶାରୀରିକ ଏବଂ ମାନସିକରୂପରେ ଅସୁସ୍ଥତା ଅନୁଭବକରିବେ।ମାତାପିତାଙ୍କର ସହିତ ମତଭେଦହୋଇପାରେ ଅଥବା ତାଙ୍କରସ୍ଵାସ୍ଥ୍ୟ ଧ୍ୟାନ ରଖିବେ।ଜମି, ଘର ତଥା ବାହନଆଦିର କାଗଜପତ୍ରକୁ ଠିକଜାଗାରେ ସଂଭାଳିକରିରଖିବେ।ଦିନ କିଛି ପ୍ରତିକୂଳତାରେଭରା ହୋଇପାରେ।ସ୍ଵାସ୍ଥ୍ୟର ବିଶେଷଧ୍ୟାନ ରଖିବେ।ବାହର ଖାଇବାପିଇବାରୁ ଦୂରରେରୁହନ୍ତୁ। ରୋଗପଛରେ ଧନଖର୍ଚ୍ଚ ହୋଇପାରେ।ନକାରାତ୍ମକବିଚାର ମନଉପରେ ପ୍ରଭାବପକାଇପାରେ।ପାରିବାରିକ ସଦସ୍ୟମାନଙ୍କସହିତ ସାବଧାନପୂର୍ବକରୁହନ୍ତୁ।ଇଷ୍ଟଦେବଙ୍କରନାମ ସ୍ମରଣକରନ୍ତୁ।ଆଧ୍ୟାତ୍ମିକବିଚାର ଏବଂ ଅଧ୍ୟୟନ, ଚିନ୍ତା କମକରି ଠିକମାର୍ଗ ଦେଖାଇବ।
କନ୍ୟା-ବିନା ଭାବିଚିନ୍ତି କୌଣସିକାମ କରିବେନାହିଁ।କାର୍ଯ୍ୟରେ ସଫଳତାମିଳିବ।ପ୍ରତିଯୋଗୀମାନଙ୍କୁ ଆପଣ ପରାସ୍ତକରି ପାରିବେ।ଭାଇବନ୍ଧୁମାନଙ୍କ ଏବଂ ପଡ଼ୋଶୀମାନଙ୍କସହିତ ଖୁବ୍ ଭଲସମ୍ବନ୍ଧ ରହିବ।ଆର୍ଥିକଲାଭ ମିଳିବ।ସାର୍ବଜନିକ ମାନସମ୍ମାନ ପ୍ରାପ୍ତିହେବ।ଚିତ୍ତରେ ପ୍ରସନ୍ନତାରହିବ।ଜଗନ୍ନାଥଙ୍କରକୃପାରେ ଆପଣଙ୍କ ଆଜିରଦିନ ଅନୁକୂଳତାରେ ପରିପୂର୍ଣ୍ଣରହିବ।ଜୀବନସାଥୀଙ୍କସହିତ ଆପଣ ନିକଟତାରକ୍ଷଣର ଆନନ୍ଦ ଉଠା ପାରିବେ।ଦାମ୍ପତ୍ୟଜୀବନରେ ମଧୁରତାରହିବ।ବିପରୀତଲିଙ୍ଗ ବ୍ୟକ୍ତିମାନଙ୍କଆଡ଼କୁ ଆକର୍ଷଣ ଅନୁଭବ କରିବେ। ସାମାଜିକ ଏବଂ ସାର୍ବଜନିକକ୍ଷେତ୍ରରେ ଆପଣଙ୍କ ମାନପ୍ରତିଷ୍ଠାରେ ବୃଦ୍ଧିହେବ।ଭାଗୀଦାରୀ ସହିତ ସମ୍ବନ୍ଧ ସୌହାର୍ଦପୂର୍ଣ୍ଣ ରହିବ।ଉତ୍ତମଭୋଜନ ଏବଂ ବସ୍ତ୍ରାଭୂଷଣ ତଥା ବାହନପ୍ରାପ୍ତି ହେବ।
ତୁଳା-ଆପଣ ଜିଦ୍ଦୀ ବ୍ୟବହାରଛାଡ଼ିକରି ସମାଧାନପୂର୍ଣ୍ଣ ବ୍ୟବହାର ଆଜି ଆପଣାଇବାକୁହେବ।ଆପଣଙ୍କ ଅନିୟନ୍ତ୍ରିତବାଣୀ କାହାସହିତ ମନମାଳିନ୍ୟକରିପାରେ।ଦ୍ୱନ୍ଦ୍ୱରେଫସିଥିବାମନ ଆପଣଙ୍କୁ କୌଣସିଠୋସ ନିର୍ଣ୍ଣୟନେବାକୁ ଦେବନାହିଁ।ଆଜି କୌଣସି ମହତ୍ଵପୂର୍ଣ୍ଣନିର୍ଣ୍ଣୟ ନିଅନ୍ତୁନାହିଁ।ସ୍ଵାସ୍ଥ୍ୟର ବିଶେଷଧ୍ୟାନ ରଖିବେ। ଘରେ ଶାନ୍ତି ଏବଂ ଆନନ୍ଦରବାତାବରଣ ରହିବ।ସୁଖଦାୟକଘଟଣା ଘଟିବ।କାର୍ଯ୍ୟରେ ଯଶ ଏବଂ ସଫଳତା ମିଳିବ।ସ୍ଵାସ୍ଥ୍ୟ ଭଲରହିବ। ଆବଶ୍ୟକକାମ ପଛରେ ଧନଖର୍ଚ୍ଚ ହେବ।ଚାକିରିରେ ସିଦ୍ଧି ଏବଂ ସଫଳତାମିଳିବ। ମାମୁଁଘର ତରଫରୁ ଭଲସମାଚାର ଆସିପାରେ। ଆର୍ଥିକଲାଭର ସମ୍ଭାବନାରହିବ।ସହକର୍ମିମାନଙ୍କ ଏବଂ ଅଧୀନସ୍ଥ କର୍ମଚାରିମାନଙ୍କର ସହଯୋଗପ୍ରାପ୍ତ ହେବ।
ବିଛା-ତନମନରେ ଖୁସି ଏବଂ ପ୍ରଫୁଲ୍ଲିତରହିବେ।ପରିଜନମାନଙ୍କ ଏବଂ ମିତ୍ରମାନଙ୍କସହିତ ଉତ୍ତମଭୋଜନ ଯାତ୍ରା କିମ୍ବା ସାକ୍ଷାତର ଅବସରଆସିବ।ଜୀବନସାଥୀଙ୍କସହିତ ଆତ୍ମୀୟତାର ଅବସରଆସିବ।ଆର୍ଥିକଲାଭ ହେବ।ଶୁଭଅବସର ଉପରେ ବାହରଯାତ୍ରା ହେବ।ଆନନ୍ଦଦାୟକସମାଚାର ପ୍ରାପ୍ତହେବ।ସ୍ଵାସ୍ଥ୍ୟସମ୍ବନ୍ଧରେ ଟିକେ ଅଭିଯୋଗହୋଇପାରେ।ସନ୍ତାନମାନଙ୍କର ସମସ୍ୟାଆପଣଙ୍କୁ ଚିନ୍ତିତକରିପାରେ।ମାନହାନିହେବାର ସମ୍ଭାବନା ଅଛି।ଶେୟାରସଟ୍ଟାରୁ ଦୂରରେରହିବାର ଆବଶ୍ୟକତାଅଛି।ସମ୍ଭବହେଲେ ଯାତ୍ରା କିମ୍ବା ପ୍ରବାସରୁ ବଞ୍ଚିତରୁହନ୍ତୁ। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢ଼ାରେ ସଫଳତାମିଳିବ।ଆର୍ଥିକଆୟୋଜନ ସଫଳତାପୂର୍ବକ ସମ୍ପୂର୍ଣ୍ଣକରି ପାରିବେ।
ଧନୁ-ଆଜିରଦିନ ଆପଣଙ୍କପାଇଁ ଅଳ୍ପକଷ୍ଟଦାୟକ ରହିବ।ସ୍ଵାସ୍ଥ୍ୟ ଖରାପହେବ।ପାରିବାରିକ ସଦସ୍ୟମାନଙ୍କ କାରଣରୁ ମନ ଦୁଃଖୀହେବ।ମାନସିକରୂପରେ ଆପଣଅସୁସ୍ଥ ରହିପାରନ୍ତି।କ୍ରୋଧଉପରେ ଅଂକୁଶ ରଖିବାକୁ ପଡ଼ିବ।ଦୁର୍ଘଟଣାପ୍ରତି ସଜାଗରୁହନ୍ତୁ।କୋର୍ଟକଚେରୀମାମଲାରେ ସାବଧାନରହିବେ।ଅଧିକଖର୍ଚ୍ଚ ହେବାରୁ ଆର୍ଥିକଅସୁବିଧା ରହିବ।ହୃଦୟରେ ଫୂର୍ତ୍ତିରଅଭାବ ଅନୁଭବହୋଇପାରେ।ମନରେ ଚିନ୍ତାରଭାର ବଢ଼ିପାରେ। ପାରିବାରିକବାତାବରଣ ଠିକରହିବ, ଏଥିପାଇଁ ବାଣୀଉପରେ ନିୟନ୍ତ୍ରଣରଖିବେ।ସାର୍ବଜନିକ ରୂପରେ ମାନଭଙ୍ଗ ନହେଉ ଏହାର ଧ୍ୟାନରଖିବେ।ଆଳସ୍ୟ କିମ୍ବା ନୀଦ ସମ୍ପୂର୍ଣ୍ଣ ନହୋଇଥିବାକାରଣରୁ ସ୍ଵଭାବରେ ଚିଡଚିଡ଼ାପଣଆସିପାରେ।ଆଜି ମହତ୍ତ୍ଵପୂର୍ଣ୍ଣକାଗଜପତ୍ର ସମ୍ବନ୍ଧିତକାର୍ଯ୍ୟଗୁଡ଼ିକୁ ଟାଳିବା ହିଁ ଭଲହେବ।
ମକର-ସାମାଜିକକ୍ଷେତ୍ରରେ ଚାକିରି-ଧନ୍ଧା  ଏବଂ ଅନ୍ୟକ୍ଷେତ୍ରରେ ଆଜିରଦିନ ଲାଭଦାୟକରହିବ। ମିତ୍ରମାନଙ୍କ, ପରିଜନମାନଙ୍କରସହିତ ବାହରକୁଯିବେ।ମାଂଗଳିକପ୍ରସଂଙ୍ଗ ଉପସ୍ଥିତହେବ।ମହିଳାମିତ୍ରମାନଙ୍କ ତଥା ଜୀବନସାଥୀ ଏବଂ ସନ୍ତାନ ଲାଭହେବାର ଯୋଗ ଅଛି।ବିବାହୋତ୍ସୁକ ଯୁବକଯୁବତୀମାନଙ୍କର ବୈବାହିକ ସମସ୍ୟା ଦୂରହେବ।ଯାତ୍ରା କରିପାରନ୍ତି।ଦୈନିକକାର୍ଯ୍ୟଗୁଡ଼ିକରେ ଅନୁକୂଳପରିସ୍ଥିତି ନିର୍ମିତହେବାରୁ ଆଶ୍ୱସ୍ତି ଅନୁଭବକରିବେ।ଗୃହସ୍ଥଜୀବନରସମସ୍ୟା ଠିକହେବାପରି ପ୍ରତୀୟମାନହେବ।ସଂପତ୍ତିସମ୍ବନ୍ଧୀତ କାର୍ଯ୍ୟର ଉଚିତମାର୍ଗ ମିଳିବ।ବ୍ୟାପାରରେ ଆର୍ଥିକଲାଭ ହେବ।ଭାଇଭଉଣୀମାନଙ୍କ ସହଯୋଗ ମିଳିବ। ବିଦ୍ୟାର୍ଥି ମାନଙ୍କପାଇଁ ଭଲସମୟ ଅଟେ।ପ୍ରିୟବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରିବେ।ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସମକ୍ଷରେ ସଫଳତାମିଳିବ।ନୂଆକାର୍ଯ୍ୟ ପାଇଁ ଅନୁକୂଳଦିନ ଅଟେ।
କୁମ୍ଭ-ଆଜି ଆପଣଙ୍କପାଖରେ ପ୍ରତ୍ୟେକକାର୍ଯ୍ୟ ନିର୍ଵିଘ୍ନରେସମ୍ପୂର୍ଣ୍ଣହେବ,ଯେଉଁଥିରେ ଆପଣଖୁସିହେବେ। ଚାକିରି ଏବଂବ୍ୟବସାୟରେସ୍ଥିତି ଆପଣଙ୍କର ଅନୁକୂଳରହିବ,କାର୍ଯ୍ୟରେ ସଫଳତାମିଳିବ। ବୃଦ୍ଧ ତଥା ବରିଷ୍ଠନାଗରୀକ ମାନଙ୍କ ଏବଂ ଉଚ୍ଚପଦାଧିକାରିମାନଙ୍କର କୃପାଦୃଷ୍ଟି ରହିବାକାରଣରୁ ଆପଣ ମାନସିକରୂପରେ କୌଣସି ପ୍ରକାରର ବୋଝମୁକ୍ତହେବେ।ଗୃହସ୍ଥଜୀବନରେ ଆନନ୍ଦରହିବ।ଧନପ୍ରାପ୍ତି ଏବଂ ପ୍ରମୋଶନରଯୋଗଅଛି। ବାଣୀ ଉପରେ ନିୟନ୍ତ୍ରଣରଖିବେ।ତେବେ ଆଜିବହୁତ ସମସ୍ୟାରୁବଞ୍ଚିପାରିବେ।ବାଦବିବାଦରେ ପଡ଼ନ୍ତୁନାହିଁ। ଅନା ବଶ୍ୟକଖର୍ଚ୍ଚଉପରେ ଅଂକୁଶରଖିବେ।କାର୍ଯ୍ୟରେ କମସଫଳତା ମିଳିବାରଆଶଙ୍କାଅଛି।ସନ୍ତୋଷ ଭାବନାର ଅନୁଭବହେବ।ସ୍ଵାସ୍ଥ୍ୟ କିଛି ନରମହୋଇପାରେ।ବିଦ୍ୟାପ୍ରାପ୍ତିରେ ବାଧାଆସିପାରେ।ଆର୍ଥିକହାନିର ଆଶଙ୍କାଅଛି।
ମୀନ-ନକାରାତ୍ମକବିଚାର ଆପଣଙ୍କଉପରେ ପ୍ରଭାବନପକାଉ ଏହାରଧ୍ୟାନରଖିବେ।ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧାରେପକାଇପାରେ।ସ୍ଵାସ୍ଥ୍ୟସମ୍ବନ୍ଧରେ ଅଭିଯୋଗରହିବ।ଚାକିରିରେ ଉଚ୍ଚଅଧିକାରୀମାନଙ୍କ ସହିତ ସାବଧାନୀପୂର୍ବକ କାର୍ଯ୍ୟକରିବେ।ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତକରିବ।ଶତ୍ରୁ ନିଜର ଚାଲରେ ସଫଳହେବେ।ଆଜିରଦିନ ଆନନ୍ଦ ଏବଂ ଉତ୍ସାହରେ ପରିପୂର୍ଣ୍ଣରହିବ।ଘରେ କୌଣସି ମାଙ୍ଗଳିକ ପ୍ରସଙ୍ଗର ଆୟୋଜନହେବ।ନୂଆକାର୍ଯ୍ୟର ଆରମ୍ଭ କରିବାପାଇଁ ଶୁଭଦିନ ଅଟେ।ବନ୍ଧୁ ଏବଂ ମିତ୍ରମାନଙ୍କସହିତ ସାକ୍ଷାତକରିବେ।ତାଙ୍କସହିତ ବାହରକୁ ଭୋଜନକରିବା କିମ୍ବା ବୁଲିବାକୁଯିବାର ସୁଯୋଗଆସିବ।ପ୍ରବାସ କିମ୍ବା ଯାତ୍ରାର ସମ୍ଭାବନାଅଛି।ମନରେ ପ୍ରଫୁଲ୍ଲିତରହିବେ।ଜଗନ୍ନାଥଙ୍କର ଆଶୀର୍ବାଦ ଆପଣଙ୍କସାଥିରେ ଅଛି।


ରୁଦ୍ରାକ୍ଷ ଓ ଉପକାରିତା-
ହିନ୍ଦୁଶାସ୍ତ୍ରଅନୁଯାଇ ରୁଦ୍ରାକ୍ଷକୁ ସାକ୍ଷାତଶିବଙ୍କ ଅଂଶବୋଲି ମନାଯାଏ । ଶିବଙ୍କ ଅନ୍ୟନାମ ରୁଦ୍ରରୁ ଏହାର ନାମକରଣ ରୁଦ୍ରାକ୍ଷ ହେଇଛି । ଏହାଏକ ପବିତ୍ରଫଳଅଟେ ।ତେବେ ରୁଦ୍ରାକ୍ଷ ଏକମୁଖିରୁ ପ୍ରାୟତ ୨୧ମୁଖିଯାଏଁ ଦେଖାଯାଏ । କୁହାଯାଏ ଯେଉଁଠି ରୁଦ୍ରାକ୍ଷକୁ ପୂଜାକରାଯାଏ ସେଠାରେ ସାକ୍ଷାତ ମାଲକ୍ଷ୍ମୀ ବାସକରିଥାନ୍ତି ।ରୁଦ୍ରାକ୍ଷକୁ ପିନ୍ଧିବାଦ୍ୱାରା ଶରୀରରେ ଆଧ୍ୟାତ୍ମିକଭାବ ସୃଷ୍ଟି ହେଇଥାଏ । ବିଭିର୍ଣ୍ଣସମସ୍ୟାର ସମାଧାନହେଇଥାଏ ।୨୧ପ୍ରକାର ରୁଦ୍ରାକ୍ଷଥିଲେମଧ୍ୟ ସାଧାରଣତଃ ୧୨ମୁଖିରୁଦ୍ରାକ୍ଷ ଯାଏଁ ବ୍ୟବହାର କରାଯାଏ ।
କେଉଁ ରୁଦ୍ରାକ୍ଷ ପିନ୍ଧିବାଦ୍ୱାରା କେଉଁଫଳ ମିଳିଥାଏ-
୧)ଏକମୁଖିରୁଦ୍ରାକ୍ଷ- ଏହା ସ୍ୱୟଂଶିବଙ୍କ ସ୍ୱରୂପବୋଲି ମନାଯାଏ । ଏହାଅତ୍ୟନ୍ତ ଦୁର୍ଲଭ ଏବଂ ମୂଲ୍ୟବାନ ।ଏହାକୁ ଧାରଣ କରିବାଦ୍ୱାରା ମହାପାପରୁ ମୁକ୍ତି ମିଳିଥାଏ ଓ ସର୍ବମନସ୍କାମନା ପୂର୍ଣ୍ଣହେଇଥାଏ ।
୨) ଦୋମୁଖିରୁଦ୍ରାକ୍ଷକୁ ସାକ୍ଷାତ ଶିବ ଏବଂ ପାର୍ବତୀଙ୍କ ଅଂଶ କୁହାଯାଏ । ଏହାକୁ ଧାରଣ କରିବାଦ୍ୱାରା ବୁଦ୍ଧି ଏବଂ ବିବେକ , ଆଧ୍ୟାତ୍ମିକଜ୍ଞାନର ଜାଗ୍ରତ ହେଇଥାଏ ।
୩) ତିନିମୁଖିରୁଦ୍ରାକ୍ଷକୁ ବ୍ରହ୍ମାବିଷ୍ଣୁମହେଶ୍ୱରଙ୍କ ସ୍ୱରୂପ କୁହାଯାଏ । ଏହାକୁଧାରଣ କରିବାଦ୍ୱାରା ବିଦ୍ୟା ଏବଂ ଶରୀରରେ ଶକ୍ତିରସଂଚାର ହେଇଥାଏ ।
୪) ଚାରିମୁଖି ରୁଦ୍ରାକ୍ଷକୁ ସାକ୍ଷାତ ବ୍ରହ୍ମାଙ୍କ ଅଂଶ କୁହାଯାଏ । ଏହାକୁ ଧାରଣ କରିବାଦ୍ୱାରା ମାନସିକରୋଗରୁ ମୁକ୍ତିମିଳିଥାଏ।
୫) ପାଞ୍ଚମୁଖି ରୁଦ୍ରାକ୍ଷକୁ ସାକ୍ଷାତ ଶିବଙ୍କ ପଞ୍ଚାନନସ୍ୱରୂପ କୁହାଯାଏ । ଏହାକୁ ଧାରଣ କରିବାଦ୍ୱାରା ମନସ୍କାମନା ପୂରଣ ହେଇଥାଏ !!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.