ନନ୍ଦନକାନନରୁ ଚାଲିଗଲେ-୨

ଗୋଟିଏ ଦିନରେ ନୀଳଗାଈ ଓ ଦେଶୀଭାଲୁ ମୃତ୍ୟୁ

0 74

ବାରଙ୍ଗ,୨୭ା୯(ଏସଏସନିଉଜ)ଗତକିଛିଦିନଧରି ନନ୍ଦନକାନନରେ ଗୋଟିଏ ପରେ ଗୋଟିଏ ପଶୁପକ୍ଷୀ ମାନଙ୍କର ମୃତ୍ୟୁ ଘଟିବାରେ ଲାଗିଛି। କୁଜିହରିଣ,ଚିତ୍ରାହରିଣ,ଦୁଇନୀଳଗାଈ,ବଜ୍ରକାପ୍ତା,କଳାହଂସ ଆଦି ଜନ୍ତୁଙ୍କ ମୃତ୍ୟୁ ଘଟିଥିବାବେଳେ ବୁଧବାରଦିନ ଏକ ମାଇନୀଳଗାଈ ଓ ଦେଶୀଭାଲୁ ଚିକିତ୍ସାଧୀନଅବସ୍ଥାରେ ମୃତ୍ୟୁ ଘଟିଛି।
ପ୍ରକାସ ଯେ,ନନ୍ଦନକାନନର ୬୫ନମ୍ବର ଏନକ୍ଲୋଜରରେ ରହୁଥିବା ୪/୫ବର୍ଷରଏକ ମାଇନୀଳଗାଈ ଗତକିଛିଦିନ ଧରି ପଛପଟ ଗୋଡଖୋରାରେ କ୍ଷତସୃଷ୍ଟିହୋଇଥିବାରୁ ସେ ଚାଲିବାରେ କଷ୍ଟ ଅନୁଭବ କରୁଥିଲା ।ଯାହାଫଳରେ ଏଠାକାରଡାକ୍ତରମାନେ ତାର ଚିକିସ୍‌।କରୁଥିବାବେଳେ ବୁଧବାର ତାର ମୃତ୍ୟୁଘଟିଛି ।ନୀଲଗାଇଟିର ମୃତ୍ୟୁପରେ ଏମାନଙ୍କ ସଂଖ୍ୟାହ୍ରାସପାଇ ୧୩ରେ ପହଁଚିଛି । ସେହିପରି ଭାଲୁସଫାରୀରେ ରହୁଥିବା୮ବର୍ଷର ଏକ ମାଈଦେଶୀଭାଲୁ ତାରିଣି ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।ସେ ଦୀର୍ଘଦିନ ଅସୁସ୍ଥଥିଲା। ତାରିଣିକୁ ୫ମାସର ହୋଇଥବାବେଳେ ବାପାମାକୁ ହରାଇଥିବା ମାଛେଉଣ୍ଡଅବସ୍ଥାରେ ନବରଙ୍ଗପୁର ଉମରକୋଟରୁ ୨୦୧୫ସେପ୍ଟେମ୍ବର ୧୫ତାରିଖରେ ନନ୍ଦନକାନନକୁ ଅଣାଯାଇଥିଲା ।ତାରିଣିର ମୃତ୍ୟୁପରେ ନନ୍ଦନକାନନରେ ଦେଶୀଭାଲୁସଂଖା ହ୍ରାସପାଇ ୧୪ରେ ପହଁଚିଥିବାର ଜଣାପଡିଛି । ନୀଳଗାଈ ଏନକ୍ଲୋଜରରେ ବର୍ଷାପାଣି ଜମିରହିବା ଫଳରେ ବିଭିନ୍ନ ରୋଗରେ ସଂକ୍ରମିତ ହୋଇ ଗୋଟିଏ ପରେ ଗୋଟିଏ ନୀଳଗାଈଙ୍କ ମୃତ୍ୟୁ ଘଟୁଥିବାର ଅନୁମାନ କରାଯାଉଛି ।ନନ୍ଦନକାନନର ବନ୍ୟପ୍ରାଣୀ ଚିକିତ୍ସକମାନଙ୍କ ସଠିକ ରୋଗନିରିପଣ କ୍ଷେତ୍ରରେ ଅପାରଗତା ଓ ଜନ୍ତୁବିଭାଗର ଦାୟିତ୍ୱରେ ଥିବା ଅଧିକାରୀମାନଙ୍କର ପରିଚାଳନା ଗତତ୍ରୃଟି ଯୋଗୁ ପାଟି ଫିଟୁନଥିବା ନିରୀହ ପଶୁପକ୍ଷୀଙ୍କ ଅକାଳ ମୃତ୍ୟୁଘଟଣା ଜୀବଜନ୍ତୁପ୍ରେମୀଙ୍କୁ ବ୍ୟଥିତ କରିଛି।ଏଥିପ୍ରତି ୫ଟି ସଚିବ ଓ ବିଭାଗୀୟମନ୍ତ୍ରୀ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି।

 

 

Leave A Reply

Your email address will not be published.