ଆଜିର ରାଶିଫଳ

ପିତୃଦୋଷ କଣ ଏବଂ କାହିଁକି ହୁଏ ?

0 183

୨୦୨୩ମସିହା ଅକ୍ଟୋବରମାସ ୧ତାରିଖ ରବିବାର । ସୁର୍ଯ୍ୟୋଦୟ- ଘ୫/୪୦/୫୭,ସୂର୍ଯ୍ୟାସ୍ତ- ଘ୫/୩୨/୯
ଆଶ୍ବିନମାସ,କୃଷ୍ଣପକ୍ଷ,ଆଦିତ୍ୟବାସ,ତିଥି- ଦ୍ବିତୀୟା ଦିବା ଘ୯/୪୬ମିପର୍ଯ୍ୟନ୍ତ ତଦନ୍ତ ତୃତୀୟା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ଘ୯/୪୬ମିପରେ ଆଗ୍ନେୟକୋଣରେ। ବିଷ୍ଟିକରଣ ଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବା ଘ୯/୪୬ମି ମଧ୍ୟେ ଉତ୍ତରଦିଗ, ବାୟୁକୋଣ, ପଶ୍ଚିମଦିଗକୁ ତ୍ୟାଗ, ଦିବା ଘ୯/୪୬ମି ପରେ ରାତ୍ରି ଘ୮/୩୮ମି ମଧ୍ୟେ ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ମେଷରାଶିର ଘାତଚନ୍ଦ୍ର।ଘାତବାର-ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ। ମହାଳୟା ବିଧିରେ ହେବ।ନିଷିଦ୍ଧଖାଦ୍ୟ-ବୋଇତାଳୁ ଦିବା ଘ୯/ ୪୬ମିପରେ ପଟୋଳଭକ୍ଷଣ ନିଷେଧ।ଅଶୁଭବେଳା-
ବାର ଓ କାଳବେଳା ଦିବା ଘ୧୦/୭ମି ରୁ ଘ୧/୩୬ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୭ମି ରୁ ଘ୨/୩୯ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୬/୩୦ମି ରୁ ଘ୮/୫୪ମି ମଧ୍ୟେ, ଘ୧୨/୬ମି ରୁ ଘ୩/୧୮ମି ମଧ୍ୟେ, ରାତ୍ରି ଘ୭/୫୩ମି ରୁ ଘ୯/୨୯ମି ମଧ୍ୟେ, ଘ୧୧/୫୩ମି ରୁ ଘ୧/୨୯ମି ମଧ୍ୟେ, ଘ୨/୪୦ମି ରୁ ନିଶାନ୍ତ ଘ୫/ ୪୧ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ଦିବା ଘ୪/୬ମି ରୁ ଘ୪/୫୪ମି ପର୍ଯ୍ୟନ୍ତ। ପୁଷ୍କରଦୋଷ- ମୃତବ୍ୟକ୍ତିର ୨ ପାଦ ବାର ଓ ତିଥି ପୁଷ୍କରଦୋଷ‌।ଫଳଂ କୃଷିହାନି ଓ ଗୋପଶୁସମ୍ପଦର ବିନାଶ।ଭୂମି ଓ ଅନ୍ନବସ୍ତ୍ରଦାନ। ଦିବା ଘ୯/୪୬ମିପରେ ୧ପାଦ ବାର ପୁଷ୍କରଦୋଷ। ଫଳଂ କୃଷିହାନି ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ।ଶୁଭକର୍ମ- ଅଦ୍ୟ ୧ନକ୍ଷତ୍ରେ ଦେବତାଗଠନ, ଉଗ୍ରଦେବତାପ୍ରତିଷ୍ଠା, ନବଦୋଳାଦ୍ୟାରୋହଣ, ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାସନାଦ୍ବୁପଭୋଗ, ନୌକାଗଠନ, ଚାଳନ ଓ ଯାତ୍ରା, ନାମକରଣ, ନିଷ୍କ୍ରାମଣ, ଔଷଧକରଣ ଓ ସେବନ, ହଳପ୍ରବାହ, ବୀଜବପନ, ବାଣିଜ୍ୟ କରଣ, ଧାନ୍ୟଚ୍ଛେଦନ ଓ ସ୍ଥାପନ, ରାଜଦର୍ଶନ।
🐏ମେଷ👉 ଠାକୁରଙ୍କ ଦର୍ଶନ ଲାଭକରି ଖୁସି ହୋଇପାରନ୍ତି। ଆଶାବାଦୀ ହେବେ। ପରମ ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ।
🐮ବୃଷ👉ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଐଶ୍ବର୍ଯ୍ୟଯୁକ୍ତ ହେବେ। ରଣାଙ୍ଗନ ବୀରତ୍ବ ପ୍ରଦର୍ଶନ କରି ପ୍ରଶଂସାର ପାତ୍ର ହେବେ। ମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ। ଧନଲାଭ ହେବ।
👩‍❤️‍👨ମିଥୁନ👉 ଦ୍ରବ୍ୟ ଲାଭର ସୂଚନା ମିଳୁଛି। ପଥରୋଧ ହୋଇପାରେ।ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡାକଫଜନିତ ସାମାନ୍ୟକ୍ଳେଶ ଅନୁଭବ କରି ପାରନ୍ତି।କଥାବାର୍ତ୍ତାରମାଧୁର୍ଯ୍ୟରେ ଅନ୍ୟମାନେ ମୋହିତ ହୋଇପାରନ୍ତି।ଜ୍ଞାନଗରିମା, ସାହସୀ ଓ ଗୁଣଜ୍ଞ ହେବେ।
🦀କର୍କଟ👉 କାର୍ଯ୍ୟଭାର ଲାଘବ ହେବ। ରୋଜଗାର ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଗୃହ ଓ ଯାନବାହନ ସୁଖ ମିଳିବ।
🦁ସିଂହ👉ପରିବେଶ ଆପଣଙ୍କ ପାଇଁ ଲାଭଦାୟକ ହେବ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ସରକାରଙ୍କ କୃପାପାତ୍ର ହେବେ।
🙎‍♀️କନ୍ୟା👉 ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ବାରସ୍ଥ ହୋଇପାରନ୍ତି। ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ବାନ୍‌ ଓ ସାହସୀ ହେବେ।
⚖️ତୁଳା👉 ଦାୟିତ୍ବରେ ପରିବର୍ତ୍ତନ ଘଟିବ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଈର୍ଷାଳୁ ସ୍ବଭାବର ହୋଇପାରନ୍ତି। ସ୍ବାଭିମାନୀ ହେବେ। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ।
🦂ବିଛା👉ଅର୍ଜନ କରିଥିବା ପୂର୍ବର ଅଭିଜ୍ଞତା କାର୍ଯ୍ୟରେ ଲଗାଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟ କଲେ ସଫଳତା ଅବଶ୍ୟ ମିଳିବ।
🏹ଧନୁ👉ବିଭିନ୍ନ କାରଣରୁ ବ୍ୟଥିତ ହୋଇପାରନ୍ତି। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
🐊ମକର👉ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପାଇଁ ଆଗ୍ରହୀ ହେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ପତ୍ନୀଙ୍କ ସହାୟତା ମିଳିବ।
🏺କୁମ୍ଭ👉 ବିପଦକୁ ଏଡ଼ାଇ ଆଗକୁ ବଢ଼ିପାରନ୍ତି। ଉଦାର ସ୍ବଭାବର ହେବେ।ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି।ବ୍ୟକ୍ତି ବିଶେଷ ଭାବେ ପ୍ରତିଷ୍ଠା ଅର୍ଜନ କରିପାରନ୍ତି।ସ୍ବାସ୍ଥ୍ୟ ଭଲ ରହିବ।କୃଷିକର୍ମ ଉପରେ ଆଲୋକପାତ କରିପାରନ୍ତି।
🐟ମୀନ👉ଅଘଟଣ ଘଟିବ।ପୂର୍ବରୁ ସତର୍କ ହେବେ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି।ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ।ମଧୁରଭାଷୀ ହୋଇ ପାରନ୍ତି।ଥଣ୍ଡା-କଫରେ ଆକ୍ରାନ୍ତ ହେବେ।ପ୍ରେମୀ ଓ ସାହସୀ ହେବେ।ଭ୍ରାତୃ ସ୍ନେହ ରହିବ।

ଆଜିଠାରୁ ଆରମ୍ଭ ହେଲା ପିତୃପୁରୁଷଙ୍କଦିନ। ଆଶ୍ୱିନମାସ କୃଷ୍ଣପକ୍ଷ ପ୍ରତିପଦାଠାରୁ ଅମାବାସ୍ୟାପର୍ଯ୍ୟନ୍ତ ପିତୃପୁରୁଷଙ୍କୁ ତିଳତର୍ପଣ ଓ ତିଥିଅନୁଯାୟୀ ପିଣ୍ଡଦାନ କରାଯିବ।ପିତୃଦୋଷ କଣ ଏବଂ କାହିଁକି ହୁଏ ? ଜାଣନ୍ତୁ କିଛି ବିଶେଷକାରଣ –
ହିନ୍ଦୁଧର୍ମରେ ଏଭଳି ମାନ୍ୟତା ରହିଛିଯେ ପିତୃପକ୍ଷରେ ପିତୃପୁରୁଷଙ୍କୁ ଶ୍ରାଦ୍ଧତର୍ପଣ କଲେ ପୂର୍ବଜଙ୍କୁ ମୋକ୍ଷପ୍ରାପ୍ତ ହୋଇଥାଏ ।ଏହାଦ୍ବାରା ପରିବାରଲୋକଙ୍କୁ ସୁଖଶାନ୍ତି ଏବଂ ସମୃଦ୍ଧିପ୍ରାପ୍ତ ହୋଇଥାଏ ।ମହାଭାରତ ଅନୁଯାୟୀ ପ୍ରଥମେ ଶ୍ରାଦ୍ଧଦେବାର କଥା ମହାବୀର ସୁରକର୍ଣ୍ଣ ହିଁ କରିଥିଲେ ।କର୍ଣ୍ଣଙ୍କୁ ସବୁଠାରୁ ବଡ଼ଦାନୀ କୁହାଯାଏ ।ମାତ୍ର କର୍ଣ୍ଣଙ୍କ ମୃତ୍ୟୁପରେ ଯେତେବେଳେ ସେସ୍ୱର୍ଗରେ ପହଞ୍ଚିଲେ ସେତେବେଳେତାଙ୍କୁ ଭୋଜନରେ ସୂର୍ଣ୍ଣଆଭୂଷଣ ଦିଆଗଲା ଏବଂ ଅନ୍ୟଲୋକଙ୍କୁ ସାମାନ୍ୟଭୋଜନ ।ତେଣୁ ସେ ଏହାକୁନେଇ ଇନ୍ଦ୍ରଦେବଙ୍କୁ ପ୍ରଶ୍ନକଲେ ।ଇନ୍ଦ୍ରଦେବକହିଲେ ଯେମର୍ତ୍ତରେ ସବୁ ଲୋକ ତାଙ୍କଠାରୁ ଦାନ ଗ୍ରହଣକରି ସନ୍ତୁଷ୍ଟଥିଲେ କିନ୍ତୁ ସେ ତାଙ୍କପୂର୍ବଜଙ୍କୁ କେବେ ଦାନ କରି ନାହାଁନ୍ତି କି ଶ୍ରାଦ୍ଧତର୍ପଣ କରିନାହାଁନ୍ତି ।
ତେଣୁ ଇନ୍ଦ୍ରଙ୍କ ସମାଧାନଅନୁଯାୟୀ କର୍ଣ୍ଣପୁଣିଥରେ ମର୍ତ୍ତକୁଆସି ନିଜପିତୃଙ୍କୁ ଶ୍ରାଦ୍ଧ ଦେଇଥିଲେ ।ତେଣୁ ଏହିଦିନ ସୂର୍ଯ୍ୟ କନ୍ୟାରାଶିରେ ଥିଲେ । ଏହି ସମୟରେ ପିଣ୍ଡଦାନ ଫଳପ୍ରଦବୋଲି କୁହାଯାଏ । କର୍ଣ୍ଣଙ୍କଠାରୁ ହିଁ ଶ୍ରାଦ୍ଧତର୍ପଣର ଆରମ୍ଭହୋଇଥିଲା । ଯେଉଁ ବ୍ୟକ୍ତି ନିଜପୂର୍ବଜଙ୍କ ତର୍ପଣ କରନ୍ତିନାହିଁ ସେମାନଙ୍କପୂର୍ବଜ କେବେ ପ୍ରସନ୍ନ ରହନ୍ତିନାହିଁ ଏବଂ ଜୀବନରେ ସମସ୍ୟା ଦେଖାଦେଇଥାଏ ।ପିତୃଙ୍କଅଭିଶାପ ମଧ୍ୟମିଳିଥାଏ ।
ଅନ୍ୟ ଏକପୌରାଣିକକଥା ଅନୁଯାୟୀ ଯୋଗୀ ଏବଂ ଭୋଗୀ ଦୁଇଭାଇ । ଯୋଗୀ ଧନୀ ହୋଇଥିବାବେଳେ ଭୋଗୀ ନିର୍ଧନଥିଲା । ପିତୃପକ୍ଷ ଆସିବାରୁ ଯୋଗୀରସ୍ତ୍ରୀ ଶ୍ରାଦ୍ଧ ଦେବାକୁ ଚିନ୍ତାକରି ଭୋଗୀରସ୍ତ୍ରୀକୁ ଡାକି ସବୁପ୍ରକାରର ଆୟୋଜନକଲା ।
ଭୋଗୀରସ୍ତ୍ରୀ ମଧ୍ୟ କାମ ଶେଷକରି ଘରକୁଆସି ଶ୍ରାଦ୍ଧକାମରେ ଲାଗିପଡ଼ିଲା ।ପିତୃ ଆସି ଯୋଗୀଘରେ ପହଞ୍ଚି ଦେଖନ୍ତିତ ବନ୍ଧୁବାନ୍ଧବ ଭୋଜନକରୁଛନ୍ତି ।ସେଠାରୁ ନିରାଶହୋଇ ଭୋଗୀଘରକୁ ଯାଇଦେଖନ୍ତି ସେଥରେ ଘରେଖାଇବାକୁ ମଧ୍ୟନାହିଁ ।କିନ୍ତୁ ଭୋଗୀ ଏବଂ ତାରସ୍ତ୍ରୀ ପିତୃଙ୍କୁ ଖୁବଶ୍ରଦ୍ଧାରେ ପିଣ୍ଡଦାନ କରିଛନ୍ତି ।ଏହାପରେ ପୂର୍ବଜ ତୃପ୍ତହୋଇ ନାଚିବାକୁଲାଗିଲେ ଏବଂ ଭୋଗୀର ଘରେ ଧନରତ୍ନ ପ୍ରାପ୍ତହେଉବୋଲି ଆବୃତ୍ତି କରିବାକୁଲାଗିଲେ ।ସତକୁସତ ତାହାହିଁହେଲା ଭୋଗୀ ଖୁବଧନୀ ହୋଇଗଲା । ମାତ୍ର ସେମାନେ ଅହଙ୍କାରୀହୋଇ ହେଲେନାହିଁ ।ଆଗାମୀବର୍ଷ ଖୁବ ଭଲଭାବରେ ଶ୍ରାଦ୍ଧକରି ଦାନଧର୍ମ ମଧ୍ୟ କଲେ ।
ଆଉ ଏକକାହାଣୀଅନୁଯାୟୀ ଗୟାସୁରକୁ ଏକ ବରଅନୁଯାୟୀ ଏହାପ୍ରାପ୍ତ ହୋଇଥିଲା ଯେ ଯେଉଁବ୍ୟକ୍ତି ଗୟାସୁରକୁ ସ୍ପର୍ଶକରିବ ତାକୁ ବୈକୁଣ୍ଠପ୍ରାପ୍ତ ହେବ ।ଏହାଦ୍ବାରା ଅନେକ ପାପୀଲୋକ ମଧ୍ୟ ବୈକୁଣ୍ଠଯିବାକୁ ଲାଗିଲେ ।ଯାହାଦ୍ୱାରା ଦେବଗଣ ଚିନ୍ତିତହେଲେ । ଏହାପରେ ବ୍ରହ୍ମାଙ୍କ କହିବାଅନୁଯାୟୀ ସବୁ ଦେବଗଣ ଗୟାସୁର ପିଠିରେ ଶ୍ରାଦ୍ଧକରିବେ ବୋଲିକହିବାରୁ ଗୟାସୁର ରାଜିହୋଇଗଲା । ମାତ୍ର କିଛିସମୟପରେ ଗୟାସୁରର ଶରୀରରହଲିବାରେ ଲାଗିବାରୁ ଏକ ଧର୍ମପଥର ନାମକପଥର ରଖାଗଲା ।ଆଉ ଏହାପରେ ଗୟାସୁର ଭଗବାନବିଷ୍ଣୁଙ୍କୁ ଏକ ବରମାଗିଲେଯେ ଯେଉଁବ୍ୟକ୍ତି ଆସି ଏହି ପଥରପାଖରେ ଶ୍ରାଦ୍ଧକରିବ ତାରପୂର୍ବଜ ନିଶ୍ଚୟପ୍ରସନ୍ନ ହେବେ ।ସେହିଠାରୁ ସେହି ଗୟା ସ୍ଥାନ ପିଣ୍ଡଦାନ ନାମରେ ଜଣାଶୁଣା ।

ପିତୃପକ୍ଷରେ ଭୁଲରେବି କରନ୍ତୁନାହିଁ ଏହି ୮ଟିକାମ ।ନଚେତ ଲାଗିଥାଏ ପିତୃଦୋଷ-
ହିନ୍ଦୁପାଞ୍ଜିଅନୁଯାୟୀ ଭାଦ୍ରବମାସ ପୂର୍ଣ୍ଣିମାଠାରୁ ପିତୃପକ୍ଷଆରମ୍ଭ ହୋଇଯାଏ ।ଏହିଦିନ ପିତୃପୁରୁଷଙ୍କ ନିମିତ୍ତ ହୋମ ,ପିଣ୍ଡଦାନ ,ଶ୍ରାଦ୍ଧତର୍ପଣଆଦି କରାଯାଇଥାଏ ।ଏହାନକଲେ ବ୍ୟକ୍ତିକୁ ପିତୃଦୋଷଲାଗିଥାଏ ।ପିତୃ ପକ୍ଷରେ ପୂର୍ବଜ ପୃଥିବୀକୁଆସି ନିଜଲୋକଙ୍କୁ ଆଶୀର୍ବାଦଦେଇଥାନ୍ତି ।ଏହାଦ୍ବାରାଘରେ ସୁଖଶାନ୍ତି ଆସିଥାଏ ।ସବୁ ପୂର୍ବଜଙ୍କ ମୃତ୍ୟୁତିଥିରେ ହିଁ ଶ୍ରାଦ୍ଧକରାଯିବା ଉଚିତ ।କିନ୍ତୁ କୌଣସିବ୍ୟକ୍ତିର ଅକାଳମୃତ୍ୟୁ ହୋଇଥିଲେ ଶ୍ରାଦ୍ଧଚତୁର୍ଦଶୀ , ସାମାନ୍ୟମୃତ୍ୟୁ ହୋଇଥିଲେ ଚତୁର୍ଦଶୀରେ ହିଁ କରିବା ଉଚିତ । ଏହାବ୍ୟତୀତ ଅଜାଆଇଙ୍କଶ୍ରାଦ୍ଧ ହୋଇଥିଲେ ପ୍ରତିପଦତିଥିରେ କରାଯାଇ ଥାଏ ।ତେବେ ପିତୃଙ୍କନିମନ୍ତେ ଶ୍ରାଦ୍ଧ ଦେବାସମୟରେ ପୁରାନିଷ୍ଠାର ସହିତ ଶ୍ରାଦ୍ଧଦେବା ଉଚିତ ଏବଂ କିଛିଭୁଲ କରିବା ଉଚିତନୁହେଁ ।
୧ .ପିତୃପୁରୁଷଙ୍କୁ ଶ୍ରାଦ୍ଧଦେବା ସମୟରେ ପୂଜାକାର୍ଯ୍ୟରେ କୌଣସି ଲୁହାରପାତ୍ର କିମ୍ବା ଜିନିଷର ବ୍ୟବହାର କରନ୍ତୁନାହିଁ ।ଏହାଦ୍ବାରା ପରିବାରଉପରେ ସମସ୍ୟାପଡ଼ିଥାଏ । ତେଣୁ ଆପଣ ତମ୍ବା ପିତ୍ତଳ ଧାତୁର ବ୍ୟବହାର କରିପାରିବେ ।
୨.ପିତୃପୁରୁଷଙ୍କ ଶ୍ରାଦ୍ଧଦେବା ଦିନ ଦେହରେ ତେଲଲଗାଇବା ଉଚିତନୁହେଁ ଏବଂ ପାନ ଖାଇବା ମଧ୍ୟ ଉଚିତନୁହେଁ । ଏହିସମୟରେ ଅନ୍ୟଘରର ଖାଇବା ଆଦୋ÷÷ ଖାଆନ୍ତୁନାହିଁ ।
୩.ଏହିସମୟରେ କୌଣସି ଅନ୍ୟ ଶୁଭକାର୍ଯ୍ୟ କରିବା ଉଚିତନୁହେଁ ଏବଂ ଘରେ ନୂଆ ଜିନିଷକିଣିବା ଉଚିତନୁହେଁ । ଘରକୁଆସୁଥିବାବ୍ୟକ୍ତି କିମ୍ବା ପଶୁପକ୍ଷୀଙ୍କୁ ନିଶ୍ଚିତଭୋଜନ କରାନ୍ତୁ । କାରଣ ପୂର୍ବଜ କୌଣସି ରୂପରେ ଘରକୁ ଆସିପାରନ୍ତି ।
୪ .ପୂର୍ବଜଙ୍କ ନିମନ୍ତେ ଶ୍ରାଦ୍ଧଦେଉଥିବା ବ୍ୟକ୍ତି ଚୁଟି କିମ୍ବା ଦାଢ଼ିକାଟିବା ଉଚିତନୁହେଁ । ଏହାଦ୍ବାରା ପିତୃ କ୍ରୋଧିତହୁଅନ୍ତି ଏବଂ ଘରେ ଧନହାନୀ ମଧ୍ୟ ହୋଇପାରେ ।
୫ .ଶ୍ରାଦ୍ଧରେ ପୂର୍ବଜଙ୍କୁ ଘରୀ ତିଆରି ହୋଇଥିବା ସାତ୍ଵିକଭୋଜନ ଅର୍ପଣକରନ୍ତୁ ଏବଂ ଶ୍ରାଦ୍ଧରେ ଭୁଲରେବି ଧଳାତିଳ ବ୍ୟବହାର ନକରି କଳାତିଳର ବ୍ୟବହାରକରନ୍ତୁ ।
୬ .ପିଣ୍ଡଦାନ ଦ୍ୱିପ୍ରହରରେ କରନ୍ତୁ ମାତ୍ର କେବେବି ସକାଳ , ସନ୍ଧ୍ୟା କିମ୍ବା ରାତିରେ କରନ୍ତୁନାହିଁ ।
୭.ଶ୍ରାଦ୍ଧସମୟରେ ମାଂସଭୋଜନ କରିବା ଉଚିତନୁହେଁ । ଏହାବ୍ୟତୀତ ପିଆଜ ରସୁଣରସେବନ ମଧ୍ୟ ବର୍ଜିତଅଟେ । ଏହାବ୍ୟତୀତ ମଦ , ତମାଖୁ , ସିଗାରେଟ ମଧ୍ୟ ସେବନ କରନ୍ତୁନାହିଁ ।
୮.ଶ୍ରାଦ୍ଧରେ ନୂଆ କପଡ଼ାର ବ୍ୟବହାର ହୁଏନାହିଁ । ଏହି ସମୟରେ ଚଣାଡାଲି , କଳା ଲୁଣ , ଶାଗ , ପିଆଜ ରସୁଣଇତ୍ୟାଦି ସେବନ କରନ୍ତୁନାହିଁ । ଏହାବ୍ୟତୀତ ଏହିଦିନ ସୌନ୍ଦର୍ଯ୍ୟ ସଂସାଧନ ଜିନିଷର ବ୍ୟବହାର କରାଯିବା ଉଚିତନୁହେଁ ।
୯.ଶ୍ରାଦ୍ଧଦେଉଥିବା ବ୍ୟକ୍ତି ଅନ୍ୟରଭୋଜନ ସେବନକରିବା ବର୍ଜିତଅଟେ । ଶ୍ରାଦ୍ଧ ସର୍ବଦା ନିଜଘରେ ହିଁ ବସିକରିବା ଉଚିତ । ଅନ୍ୟଘରେ ନିଜପୂର୍ବଜଙ୍କଶ୍ରାଦ୍ଧ କରିବା ଉଚିତନୁହେଁ । ନଚେତ ପିତୃଦୋଷ ଲାଗିଥାଏ ।
!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.