ଆଜିର ରାଶିଫଳ

0 116

ଫେବୃଆରୀମାସ ୧୮ତାରିଖ ୨୦୨୪ ମସିହା (ରବିବାର)ମାଘମାସ- ଶୁକ୍ଳପକ୍ଷ,ତିଥି- ନବମୀ ଦିବା ଘ ୦୮/୧୬ ପର୍ଯ୍ୟନ୍ତ ତଦନ୍ତେ ଦଶମୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୮/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/  ୪୪/୪୯,କନ୍ୟାରାଶିରଘାତଚନ୍ଦ୍ର,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମେଷରାଶିର ଘାତବାର,ବିଶୁଦ୍ଧ ଅମୃତବେଳ।-ଦିବା ଘ୦୭/୦୫ ଗତେ ଘ୧୦/୧୭ ମଧ୍ୟେ ଓ ରାତ୍ରି ଘ୦୭/୨୦ ଗତେ ଘ୦୮/୫୮ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/ ୦୫ ମଧ୍ୟେ ଓ ଘ୦୧/୩୮ ଗତେ ଘ୦୨/୩୨ ମଧ୍ୟେ,ଲାଉ ଦିବା ଘ୦୮/୧୬ ଗତେ କଳମଶାଗ ଭକ୍ଷଣ ନିଷେଧ।
ମେଷ👉ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ ।ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟାକରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି ।ନିଜତରଫରୁ ନିଜର କ୍ରୋଧ ସମ୍ବରଣକରିବାକୁ ଚ଼େଷ୍ଟାକରନ୍ତୁ ।
ବୃଷ👉ସପ୍ତାହରୁ ଚ଼ାଲିଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣନିଜେ କ୍ଳାନ୍ତଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ ।ନିଜବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାରକରନ୍ତୁ ।ବ୍ୟବସାୟବାଣିଜ୍ୟରେ ଆସାତିତ ଲାଭ ହେବ।
ମିଥୁନ👉ପୂର୍ବରୁ ବିରୁଦ୍ଧରେଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେରହିବ ।ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମରଫଳ ମିଳିପାରିବ ।ଶତ୍ରୁ ଅପସରି ଯିବେ । କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।
କର୍କଟ👉କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।
ସିଂହ👉ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
କନ୍ୟା👉ଅବାଞ୍ଛିତ ଭାବେ ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।
ତୁଳା👉ଆଜି ବ୍ୟୟ ବୃଦ୍ଧି ହେଲେହେଁ ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । ପରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।
ବିଛା👉ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।
ଧନୁ👉ଆଜି ଶାରୀରିକ କଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।
ମକର👉ଆଜିରଦିନ ଆୟବର୍ଦ୍ଧକ ସହ ନୂଆବନ୍ଧୁ କରିବାର ଦିନଅଟେ ।ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆବନ୍ଧୁ ସୃଷ୍ଟିକରନ୍ତୁ ।ଆପଣ କିଛି ନୂଆ ବନ୍ଧୁ କରି ପାରିବେ ।କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ ।
କୁମ୍ଭ👉ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବନାହିଁ ।ଏଥିପାଇଁ ଆପଣ ନିରାଶ ହୋଇ ପଡ଼ିପାରେ ।ଆପଣଙ୍କର ସବୁକଥାରେ ବାଧା ରହିବ ଓ ଆକସ୍ମିକଅର୍ଥବ୍ୟୟ ହେବାର ଯୋଗରହିଛି ।
ମୀନ👉ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।

ବିନାହକରେ ନେବାକୁ ଇଛାହେଲେ ସେଠି ମହା ଭାରତ ସୃଷ୍ଟିହୁଏ,ଯଦି ନିଜରହକ୍ ଛାଡ଼ିଦେବାକୁ ଇଛାହୁଏ ତ ସେଠି ରାମାୟଣ ସୃଷ୍ଟିହୁଏ ।ଅହଂକାର ଏମିତି ବୃକ୍ଷ ଯେଉଁଥିରେ କେବଳ ବିନାଶରଫଳ ବ୍ୟତିତ ଅନ୍ୟ କୈାଣସିଫଳ ଫଳିନଥାଏ….
ଇନ୍ଦ୍ରିୟ ଓ ମନକୁ ଖୁସକରି, କେବେ ସାଧନା କରିହୁଏ ନାହିଁ।ଇନ୍ଦ୍ରିୟମାନଙ୍କର ବିଷୟ ବାସନାକୁ କେବେ ତୃପ୍ତକରି ହୁଏନାହିଁ।ଇନ୍ଦ୍ରିୟମାନଙ୍କୁ କଷ୍ଟଦେଇ ତପସ୍ୟା ହୋଇଥାଏ।ଏଇହେଉଛି ଗୀତାର ଅସଲି ଭକ୍ତିଯୋଗ ସାଧନା।ଭାଗବତରେ ବର୍ଣ୍ଣନାଅଛି –।।ଭକତି କଲେ ଜ୍ଞାନ ହୁଏ।।ପ୍ରାଣୀ ନପଡେ ମାୟା ମୋହେ।।!!ଜୟ ଜଗନ୍ନାଥ, ଜୟସୋମନାଥ, ଜୟମା ଯୋଗମାୟା!!

Leave A Reply

Your email address will not be published.