ଆଜିର ରାଶିଫଳ

0 107

୨୦୨୪ମସିହା ମାର୍ଚ୍ଚମାସ ୪ତାରିଖ ସୋମବାର।ସୁର୍ଯ୍ୟୋଦୟ- ଘ୬/୭/୪୮ ,ସୂର୍ଯ୍ୟାସ୍ତ- ଘ୫/୪୯/୩୦ ,ଫାଲ୍ଗୁନମାସ ,କୃଷ୍ଣପକ୍ଷ ,ଚନ୍ଦ୍ରବାସ ,ତିଥି- ଅଷ୍ଟମୀ ଦିବା ଘ୮/୫୩ମି ପର୍ଯ୍ୟନ୍ତ ତଦନ୍ତେ ନବମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟ କୋଣରେ। ଦିବା ଘ୮/୫୩ମି ପରେ ପୂର୍ବ ଦିଗରେ। ଅଗନ୍ତବ୍ୟ ପରେ ରିକ୍ତାତିଥି ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର– ଅପରାହ୍ନ ଘ୫/୦ମି ପରେ ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ।ଘାତବାର–ମିଥୁନ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନଡ଼ିଆ ଦିବା ଘ୮/୫୩ମି ପରେ ଲାଉ ଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ଦିବା ଘ୭/୩୧ମି ରୁ ଘ୮/୫୯ମି ପର୍ଯ୍ୟନ୍ତ।ବାରଵେଳା ଦିବା ଘ୨/୫୪ମି ରୁ ଘ୪/୨୨ମି ପର୍ଯ୍ୟନ୍ତ।କାଳରାତ୍ରି-ରାତ୍ରି ଘ୧୦/୨୫ମି ରୁ ଘ୧୧/୫୬ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ-ସୂର୍ଯ୍ୟୋଦୟ ରୁ ଦିବା ଘ୭/୪୧ମି ମଧ୍ୟେ, ଘ୧୦/୫୩ମି ରୁ ଘ୧/୧୭ମି ମଧ୍ୟେ, ସନ୍ଧ୍ୟା ଘ୬/୩୯ମି ରୁ ରାତ୍ରି ଘ୯/୩ମି ମଧ୍ୟେ, ଘ୧୧/୨୭ମି ରୁ ଘ୨/୩୯ମି ପର୍ଯ୍ୟନ୍ତ।ମାହେନ୍ଦ୍ର- ଦିବା ଘ୩/୪୧ମି ରୁ ଘ୫/୧୬ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ପୁଷ୍କରଦୋଷ ନାହିଁ।ପ୍ରଥମରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ଅପରାହ୍ନଘ୫/୦ମି ମଧ୍ୟେ ଦଶମାସଗଣ୍ଡଦୋଷ।ଫଳଂ ସ୍ତ୍ରୀବିଧବା ଓ ଦରିଦ୍ରା।ଘୃତପୂର୍ଣ୍ଣ କାଂସ୍ୟପାତ୍ର, ଶୁକ୍ଳବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳଦାନ କରଣୀୟ।ରଜଶ୍ଚକ୍ରେ ପୁତ୍ରିଣୀ। ଶାନ୍ତିକରଣୀୟ। ଦିବା ଘ୮/୫୩ମିଗତେ ତିଥିଦୋଷ ହେତୁ (ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ)। ଶୁଭକର୍ମ- ୧୯ନକ୍ଷତ୍ରର ପ୍ରଥମପାଦ ଗଣ୍ଡ ଏଣୁ ରାତ୍ରି ଘ୧୦/୫୬ମିପରେ ରାତ୍ରି ଶେଷପର୍ଯ୍ୟନ୍ତ ୧୯ନକ୍ଷତ୍ରେ ବିବାହ (ପାଣିଗ୍ରହଣ), ସୂର୍ଯ୍ୟୋଦୟ ରୁ ଦିବା ଘ୮/୫୩ମି ମଧ୍ୟେ ୧୮ ନକ୍ଷତ୍ରେ ଔଷଧସେବନ, ରାଜଦର୍ଶନ।
🐏ମେଷ-ଆଜି ଆପଣଙ୍କଦିନ ଆତ୍ମବିଶ୍ୱାସରେ ଭରିରହିବ,ପୁଜାପାଠରେ ଆପଣଙ୍କ ଅଧିକାମନ ଲାଗିବ,ଆପଣ ନିଜମନକୁ ଶାନ୍ତ ରଖିକରି ବିବାଦକୁ ସମାଧାନ କରିବାରେ ପ୍ରୟାସକରିବେ ।ବେପାର ସହ ଯୋଡିହୋଇଥିବା ବ୍ୟକ୍ତିଙ୍କୁ ନିଜକ୍ଷେତ୍ରରେ ଧନଲାଭ ମିଳିବାର ଯୋଗହେଉଛି,ଦୈନିକକାର୍ଯ୍ୟରେ ସଫଳତା ମିଳିବାର ନଜରଆସୁଛି,ଜୀବନସାଥୀଙ୍କ ସହ ଆପଣଙ୍କସଂବନ୍ଧ ମଧୁରହେବ ,ପରିବାରଲୋକଙ୍କ ସହ ନିଜ ହୃଦୟରକଥା ସେୟାର୍ କରିବେ, ରୋଜଗାରର ଦିଗରେ କରାଯାଇଥିବା ପ୍ରୟାସ ସଫଳ ହେବ, ଆଜି ଆପଣଙ୍କ ସବୁ ମନୋକାମନା ପୁରା ହେବାର ସଂମ୍ଭାବନା ଅଛି ।
🐮ବୃଷ-ଆଜି ଆପଣଙ୍କଦିନ ଖୁସିରେ ଭରପୁର୍ ରହିବ ।କେଉଁ ସଂମ୍ପର୍କୀୟଙ୍କଠାରୁ ଖୁସିଖବର ଶୁଣିବାକୁମିଳିପାରେ ।ଯାହାଦ୍ୱାରା ଘରରମାହୋଲ୍ ଭଲରହିବ । ଧନପ୍ରାପ୍ତିର ନୁଆସ୍ରୋତ ମିଳିବ,ଏହିରାଶିର ବିଦ୍ୟାର୍ଥୀଙ୍କୁ ମନପୁରା ପାଠପଢାରେ ଲାଗିବ ।କେଉଁପ୍ରତିଯୋଗିତା ପରୀକ୍ଷାରେ ଭଲରେଜଲ୍ଟ ମିଳିବ ।ସ୍ୱାସ୍ଥ୍ୟର ଦୃଷ୍ଟିରୁ ଆଜିରଦିନ ଭଲରହିବ,ଆପଣ ନିଜକୁ ଉର୍ଜାବାନ ଅନୁଭବକରିବେ ।ଆଜି ମନପସନ୍ଦରଭୋଜନ ଆନନ୍ଦନେଇପାରନ୍ତି ।ଆର୍ଥିକସ୍ଥିତିରେ ସୁଧାରହେବ । ବହୁତ ଦିନରୁ ଅଟକିଥିବା ପଇସା ଫେରିପାରିବେ ।
👩❤️👨ମିଥୁନ-ଆଜି ଆପଣଙ୍କଦିନ ପୁର୍ବଅପେକ୍ଷା ଭଲନଜର୍ ଆସୁଛି ।ଆପଣ ନିଜ ସବୁ ଅଧୁରାକାମ ପୁରାକରିପାରିବେ ।ବନ୍ଧୁଙ୍କ ପୁରାସହଯୋଗ ମିଳିପାରିବ ।ଅଫିସରେ ମାନସମ୍ମାନ ପ୍ରାପ୍ତିହେବ ।ବଡଅଧିକାରୀଙ୍କ କୃପାଦୃଷ୍ଟି ରହିବ ,ଆଜି ଆପଣସାମ୍ନାରେ ଆସୁଥିବାସବୁ ଚ୍ୟାଲେଞ୍ଜକୁ ଆରାମରେ ମୁକାବଲା କରିପାରିବେ ।କିଛି ମହତ୍ତ୍ୱପୁର୍ଣ୍ଣ ଫଇସଲା ନେବା ସମୟରେ ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।
🦀କର୍କଟ- ଆଜି ଆପଣଙ୍କଦିନ ସାମାନ୍ୟରୁପରେ କଟିବ ।ପରିବାରଲୋକଙ୍କ ସହ ଅଧିକାସମୟ କଟାଇବାକୁ ଚେଷ୍ଟାକରିବେ ।ବନ୍ଧୁଙ୍କସହ କେଉଁଠିକୁ ପିକନିକ୍ ରେ ଯିବାର ଯୋଜନାହୋଇପାରେ,ଏହିରାଶିର ବିଦ୍ୟାର୍ଥୀଙ୍କୁ କଠିନବିଷୟ ଉପରେ ଧ୍ୟାନଦେବାର ଆବଶ୍ୟକତାଅଛି,ଆପଣଙ୍କ ପଢାରେ ମନଭଟକିପାରେ । ଜୀବନସାଥୀଙ୍କସହ ଉତଥାନପତନ ସ୍ଥିତି ରହିଛି, ଯାହାରକାରଣରୁ ଆପଣ ଚିନ୍ତିତହୋଇପାରନ୍ତି ।ଅଫିସକାମରେ ଅଧିକାପ୍ରେସର୍ ହେବାକାରଣରୁ ଆପଣ ଚିନ୍ତିତ ରହିବେ ,ଆପଣ ସବୁକାର୍ଯ୍ୟକୁ ସମୟରେ ପୁରାକରିବାରେ ଚେଷ୍ଟା କରିବେ
🦁ସିଂହ-ଆଜି ଆପଣଙ୍କମଧ୍ୟରେ ଉତ୍ସାହ ର୍ନଜରଆସୁଛି, ଆପଣ ସବୁକାର୍ଯ୍ୟ ନିଜପରିଶ୍ରମ ବଳରେ କରିବେ, ଜୀବନସାଥୀଙ୍କ ସହ ଡିନରର ପ୍ଲାନ୍କରି ପାରନ୍ତି, କିଛି ପୁରୁଣାବନ୍ଧୁଙ୍କ ସକ୍ଷାତ ହୋଇପାରେ, ଯାହାଦ୍ୱାରା ପୁରୁଣାସ୍ମୃତି ଉଜାଗରହେବ, ବାହାନକିଣିବାରେ ମନବଳାଇବେ।ଆପଣଙ୍କୁ ଜରୁରୀକାମରେ ପରିବାରର ପୁରା ସହଯୋଗ ମିଳୀପାରେ।
🙎♀️କନ୍ୟା-ଆଜି କାରୋବାରରେ ଯୋଡିହୋଇଥିବା ବ୍ୟକ୍ତିଙ୍କପାଇଁ  ଦିନଟି ଭଲଅଛି, ଅଫିସସହକର୍ମୀ ଆପଣଙ୍କୁ ପୁରାସହଯୋଗ କରିବେ, ଆପଣ ନିଜକୁ ଉର୍ଜାବାନ ଅନୁଭବ୍ କରିବେ, ଆପଣ ସବୁ ଜରୁରୀକାମକୁ ପୁରାକରି ପରିବାର ସହ ଅଧିକାସମୟ କଟାଇବାକୁ ଚେଷ୍ଟାକରିବେ, ଆପଣଙ୍କୁ ପରିଶ୍ରମର ଫଳ ମିଳିବ, ଆପଣଙ୍କ ବିଚାର ସକରାତ୍ମ ରହିବ।
⚖️ତୁଳା-ଆଜି ଆପଣ ନିଜପରିଶ୍ରମରୁ ଧନଲାଭ କରିପାରିବେ, ସନ୍ତାନଙ୍କ ସହ ସମୟକଟାଇ ଆପଣ ଖୁସିଅନୁଭବ କରିବେ, ଆପଣ ନିଜ ପରିବାରର ଦାୟିତ୍ୱ କୁ ଭଲଢଙ୍ଗରେ ନିଭାଇବେ,ମାନସିକଚିନ୍ତା ଦୁରର୍ହେବ,ବିଦ୍ୟାର୍ଥିଙ୍କୁ କେଉଁ ବଡ କଲେଜରେ ପଢିବାକୁ ଚାହୁଁଥିଲେ ତେବେ ତାଙ୍କ ସ୍ୱପ୍ନ ପୁରା ହୋଇପାରେ, ଆଜି ଆପଣଙ୍କୁ କେଉଁ ପ୍ରୋପଟିପ୍ଲାନ୍କ କରିବାର ମନବଳାଇ ପାରନ୍ତି, ଅବିବାହିତବ୍ୟକ୍ତିଙ୍କୁ ବିବାହ ର୍ପ୍ରସ୍ତାବ ମିଳିବ।


🦂ବିଛା-ଆଜି ଆପଣଙ୍କଦିନ ଉତଥାନପତନ ଭରାରହିବ, କେଉଁ ଖାସବନ୍ଧୁଙ୍କ ସହ ଯୁକ୍ତିତର୍କ ହୋଇପାରେ ଯାହାର କାରଣରୁ ମନ ବହୁତ ଚିନ୍ତିତରହିବ, ଆପଣ ନିଜବାଣୀ ଓ କ୍ରୋଧଉପରେ ନିୟନ୍ତ୍ରଣ ରଖିବାର ର୍ଛି, ନହେଲେ ବଡଅଧିକାରୀଙ୍କଠାରୁ ଆପଣ କିଛି ଶୁଣିପାରନ୍ତି, ଜୀବନସାଥୀଙ୍କ ସହ ଆପଣଙ୍କ ସଂମ୍ପର୍କରେ ମଧୁରତା ଆସିବ।ଆପଣ କିଛି ନୁଆକରିବାର ଭାବିପାରନ୍ତି,ଏଥିରେ ଆପଣଙ୍କୁ ସଫଳତା ମିଲିବ, କେଉଁ ଅନୁଭବିବ୍ୟକ୍ତିଙ୍କ ସହ୍ ଶାକ୍ଷାତ ହୋଇପାରେ, ଯାହା ଭବିଷ୍ୟତ ପାଇଁ ଫାଇଦା ଦାୟକ ରହିବ।
🏹ଧନୁ-ଆଜି ବନ୍ଧୁଙ୍କ ସହ ମିଶିକରି ଫିଲ୍ମ ଦେଖିବାର ପ୍ଲାନିଂ କାରିପାରନ୍ତି, କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ପ୍ରାପ୍ତିହେବ, ଯାହାଦ୍ୱାରା ଆପଣଙ୍କମନକୁ ଖୁସିମିଳିବ,ଏହିରାଶିରବ୍ୟକ୍ତି ଯିଏକି ସରକାରୀଚାକିରି କରୁଛନ୍ତି ତାଙ୍କୁ ପ୍ରମୋଶନମିଳିବାର ପ୍ରବଳ ଯୋଗଅଛି, ଶିକ୍ଷାକ୍ଷେତ୍ରରେ ଯୋଡିହୋଇଥିବା ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ।ଆର୍ଥିକସ୍ଥିତି ମଜବୁତ୍ ରହିବ, ଆୟ ବଢିବ,ସାମାଜିକ ମାନସମ୍ମାନ ପ୍ରତିଷ୍ଠାଲାଭ କରିବେ
🐊ମକର-ଆଜି ଆପଣଙ୍କ ଆତ୍ମବିଶ୍ୱାସ ବଢିଥିବାର ନଜରଆସୁଛି ,କାରବାରରେ ଧନଲାଭହେବାର ଯୋଗଅଛି, ଆଜି ଆପଣ ନିଜ ପରିବାରସଦସ୍ୟଙ୍କ ସହ ଖୁସିରମୁହୁର୍ତ୍ତ ଅତିବାହିତକରିବେ,ଆଧ୍ୟାତ୍ମିକପ୍ରତି ଆପଣଙ୍କରୁଚି ବଢିବ, ଆପଣଙ୍କସ୍ୱାସ୍ଥ୍ୟ ଭଲରହିବ, ଚାକିରିକ୍ଷେତ୍ରରେ ସହଯୋଗି ସାହାଯ୍ୟକରିବେ, ଅକସ୍ମାତ ଦୁରସହର ଯାତ୍ରା କରିପାରନ୍ତି,, ଦାମ୍ପତ୍ୟଜୀବନରେ ମଧୁରତା ଆସିବ।
🏺କୁମ୍ଭ-ଆଜି ଆପଣଙ୍କଦିନ ଉତ୍ତମ ରହିବ,ସାମାଜିକକାର୍ଯ୍ୟରେ ଯୋଗଦାନଦେବେ,କାର୍ଯ୍ୟକ୍ଷେତ୍ରରେ ଆଶାନୁସାରେ ସଫଳତାମିଲିବ,ପାରିବାରିକ ଜୀବନରେ ଚାଲୁଥିବା ଅସୁବିଧାର ସମାଧାନମିଳିପାରେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ,ଆଜି ଅଫିସକାମରେ ଯାତ୍ରାକରିବାକୁ ପଡିପାରେ, ଆପଣଙ୍କଦ୍ୱାରା କରାଯାଇଥିବାଯାତ୍ରା ସୁଖଦ ରହିବ, ସ୍ୱାସ୍ଥ୍ୟ ଭଲ ଉନ୍ନତ ରହିବ । ଅଚାନକ ଘରେ ଅତିଥିଙ୍କ ଆଗମନ ହୋଇପାରେ ।
🐟ମୀନ-ଆଜି ଆପଣଙ୍କ ଦିନ ଭଲରହିବ, ବନ୍ଧୁଙ୍କସହ ମିଶିକରି ନୁଆକାମର ଆରମ୍ଭକରିବେ,ସନ୍ତାନଙ୍କ କ୍ୟାରିୟର ଭଲଦିଗରେ ନେବାପାଇଁ ଅନୁଭବୀ ବ୍ୟକ୍ତିଙ୍କ ଉପଦେଶ ନେଇପାରନ୍ତି, ସରକାରୀଚାକିରି କରୁଥିବାଲୋକଙ୍କୁ ବଡଅଧିକାରୀଙ୍କ ପ୍ରଶଂସାମିଳିବ, ଯଦି ଆପଣପୁର୍ବରୁ କେଉଁଟି ପଇସାନିବେଶ କରିଛନ୍ତି ତେବେ ଭଲଫାଇଦା ପାଇପାରିବେ, ପ୍ରେମଜୀବନରେ ଚାଲିଆସୁଥିବା ଅସୁବିଧାଗୁଡିକ ଦୁରହୋଇଯିବ, ବହୁତଜଲଦି ଆପଣଙ୍କ ପ୍ରେମବିବାହ ହୋଇପାରେ, ଅସହାୟଲୋକଙ୍କୁ ସାହାଯ୍ୟକରିବାର ମଉକାମିଳିବ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

-ଏମାନଙ୍କ ଲକ୍ଷଣ-
ମେଷ-ଚଞ୍ଚଳମତି,ସୁନ୍ଦର,ବିଲାସୀ,ବହୁଭାଷୀ, ଧନୀ, ପ୍ରବାସୀ ।
ବୃଷ-ସ୍ତ୍ରୀ – ବଶୀଭୂତ , ଧନବନ୍ ସତ୍ୟପ୍ରିୟ ,କର୍ମକୁଶଳୀ , କମାସକ୍ତ ।
ମିଥୁନ-ମିତ୍ରପ୍ରିୟ ସୁଶିଳ ବ୍ୟବହାର ମିଷ୍ଟାନ୍ନ ଲାଳସୀ , ପରିଶ୍ରମୀ ।
କର୍କଟ-ଉଦାର ମଧ୍ୟାୟୁ, ଧର୍ମନିଷ୍ଟା ।
ସିଂହ-ସ୍ପଷ୍ଟବାଦୀ , ଧନସମ୍ପଦଯୁକ୍ତ , ବିଦେଶପ୍ରିୟ
କନ୍ୟା-ସମ୍ମାନବନ୍ତ , ସତ୍ସଙ୍ଗୀ , ଧର୍ମପରାୟଣ, ଦକ୍ଷ ।
ତୁଳା-ବୁଦ୍ଧିମାନ , ସମାଜରେ ପ୍ରତିଷ୍ଠିତ ସମ୍ମାନବନ୍ତ ।
ବିଛା-କୌଶଳୀ, କ୍ରୋଧୀ, କିଟଚକ୍ରି, ବିଚକ୍ଷଣ ବୁଦ୍ଧି, ବିଶ୍ୱାସଘାତକ।
ଧନୁ-କ୍ଲେଶୀ , ବଂଶ ପରମ୍ପରା ରକ୍ଷାକାରୀ, ଭାଗ୍ୟବାନ, ସାହସୀ ନମ୍ର ।
ମକର-ପୁତ୍ରବନ, ଧୈର‌୍ୟ୍ୟଶୀଳ, ନାନା ବିଦ୍ୟାରେ ପାରଙ୍ଗମ , ଦୟାବନ ।
କୁମ୍ଭ-କଳାପ୍ରିୟ , ଉଦାର ଜ୍ଞାନୀ , ଧାର୍ମିକ , ଶତ୍ରୁଜିତ୍, କୌଶଳୀ ।
ମିନ-ଦୟାଳୁ , କର୍ମଯୋଗୀ , ଧନୀ , ଜଞ୍ଜାଳୀ , ଜିଦ୍ଖୋର , ଉଚ୍ଚମନା ।

Leave A Reply

Your email address will not be published.