ଆଜିର ରାଶିଫଳ

ମହାଶିବରାତ୍ରୀ- କେଉଁକାର୍ଯ୍ୟ କଲେ ମିଳିବଶୁଭଫଳ

0 151

୨୦୨୪ମସିହା ମାର୍ଚ୍ଚମାସ ୫ ତାରିଖ ମଙ୍ଗଳବାର।
ସୁର୍ଯ୍ୟୋଦୟ- ଘ୬/୭/୨,ସୂର୍ଯ୍ୟାସ୍ତ- ଘ୫/୪୯/ ୫୦,ଫାଲ୍ଗୁନମାସ,କୃଷ୍ଣପକ୍ଷ,ଭୌମବାସ,
ତିଥି-ନବମୀ ଦିବା ଘ୮/୧୧ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ। ଦିବା ଘ୮/୧୧ମି ପରେ ଉତ୍ତର ଦିଗରେ। ମଙ୍ଗଳବାର, ରିକ୍ତାତିଥି, ବ୍ୟତିପାତ ବିଷ୍ଟିକରଣ ଦୋଷ ହେତ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର– ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ।ଘାତବାର–ମକର ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ଲାଉ ଦିବା ଘ୮/୧୧ମି ପରେ କଳମଶାଗ ଭକ୍ଷଣ ନିଷେଧ।ଅଶୁଭବେଳା-
ବାରବେଳା ଦିବା ଘ୭/୩୧ମି ରୁ ଘ୮/୫୯ମି ପର୍ଯ୍ୟନ୍ତ।କାଳଵେଳା ଦିବା ଘ୧/୨୫ମି ରୁ ଘ୨/୫୪ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୭/୨୨ମି ରୁ ଘ୮/୫୩ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୮/୨୮ମି ରୁ ଘ୧୦/୫୨ମି ମଧ୍ୟେ, ଘ୧/୧୬ମି ରୁ ଘ୨/୫୨ମି ମଧ୍ୟେ, ଘ୩/୪୦ମି ରୁ ଘ୫/୧୬ମି ମଧ୍ୟେ, ସୂର୍ଯ୍ୟାସ୍ତ ରୁ ସନ୍ଧ୍ୟା ଘ୬/୪୯ମି ମଧ୍ୟେ, ରାତ୍ରି ଘ୯/୩ମି ରୁ ଘ୧୧/୨୭ମି ମଧ୍ୟେ, ଘ୧/୫୧ମି ରୁ ଘ୩/୨୭ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତ ବ୍ୟକ୍ତିର ୧ପାଦ ବାର ପୁଷ୍କର ଦୋଷ।ଫଳଂ କୃଷିହାନି ଓ ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋ ଦର୍ଶନେ- ରଜଶ୍ଚକ୍ରେ କନ୍ୟାର ଦିବା ଘ୪/୪୨ମି ପରେ ସାତମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ପୀତବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳ ଦାନ କରଣୀୟ। ରଜଶ୍ଚକ୍ରେ ପୁତ୍ରିଣୀ। ଶାନ୍ତି କରଣୀୟ। ଦିବା ଘ୮/୧୧ମି ପର୍ଯ୍ୟନ୍ତ ବାର ଓ ତିଥିଦୋଷ ହେତୁ (ଦୁର୍ଗାଙ୍କୁ ଲାଲରଙ୍ଗରପୁଷ୍ପ ଅର୍ପଣ ଓ ଶିବଙ୍କଠାରେ ଜଳାଭିଷେକ ତାପରେ ବାରଦୋଷ (ଶିବଙ୍କଠାରେ ଜଳାଭିଷେକ)।ଶୁଭକର୍ମ- ଚୁଡାକରଣ, ଯାନକ୍ରୟ , ଯାନପୂଜା।
🐏ମେଷ👉 ଆଜି ଆପଣଙ୍କୁ ଧନପ୍ରାପ୍ତି ହୋଇପାରେ ।ପିଲା ମାନେ ଆଜି ଆପଣଙ୍କ ଘରୋଇ କାର୍ଯ୍ୟସାରିବାରେ ସହଯୋଗ ଦେବେ ।ସମ୍ଭାଳିକି ବନ୍ଧୁମାନଙ୍କ ସହିତ କଥାହୁଅନ୍ତୁ,କାରଣ ଆଜି ଦିନରେ ବନ୍ଧୁତା ହଜେଇ ବସିବାର ସମ୍ଭାବନା ଅଛି । ବୟସ୍କବ୍ୟକ୍ତିମାନେ ସେମାଙ୍କର ପୁରୁଣାସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିପାରିବେ ।ଆପଣଙ୍କୁ ନିଜର ଜୀବନ- ସାଥୀଙ୍କର ଶକ୍ତ ଓ କଡ଼ାରୂପ ଦେଖିବାକୁମିଳିବ, ଯାହା କାରଣରୁ ଆପଣ ଅସହଜତା ଅନୁଭବ କରିବେ।
🐮ବୃଷ👉ବନ୍ଧୁ ବାନ୍ଧବମାନଙ୍କ ଠୁ ସହଯୋଗ ମିଳିବ ଓ ମନର ବୋଝ ହାଲୁକା ହେବ । ଆପଣ ଓ ଆପଣଙ୍କର ପ୍ରିୟଜନ ଅଧିକ ସମୟ ଏକାଠି କାଟିଲେ ବୁଝିବା ଶକ୍ତି ବଢିବ । ଆଜି ଆପଣଙ୍କର କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସି ଆପଣଙ୍କ ସହିତ ସମୟ କାଟିପାରେ ।ଜୀବନ-ସାଥୀ ସହିତ ଆଜି ଦିନ ଅନ୍ୟ ଦିନ ଅପେକ୍ଷା ଭଲ ରହିବ । ଆଜି ଆପଣଙ୍କୁ ଆପଣଙ୍କ ପ୍ରେମୀ ଦୁରେଇ ଗଲା ପରି ଲାଗିପାରେ ।
👩‍❤️‍👨ମିଥୁନ👉ନିଜର ନକରାତ୍ମକ ଚିନ୍ତାଧାରା ଯୋଗୁଁ ଆପଣ ପ୍ରଗତି କରି ପାରୁନାହାନ୍ତି । ଏହି କଥା କୁ ବୁଝିବା ପାଇଁ ଏହା ଉତ୍ତମ ସମୟ କି ଆପଣଙ୍କର ଚିନ୍ତା କରିବାର ଅଭ୍ୟାସ ଆପଣଙ୍କ ଭାବନା ଶକ୍ତିର ଅନ୍ତ କରି ଦେଇଛି । ବିଦେଶରେ ରହୁଥିବା କୌଣସି ବନ୍ଧୁ-ବାନ୍ଧବ ଠୁ ମିଳି ଥିବା ଉପହାର ଆପଣଙ୍କୁ ଖୁସି ଦେଇ ପାରେ । ଆପଣଙ୍କର ଚୁମ୍ବକୀୟ ବ୍ୟକ୍ତିତ୍ୱ ବହୁତ ଲୋକଙ୍କ ହୃଦୟ ଜିତି ନବ ।
🦀କର୍କଟ👉 ପାଠପଢା ଜାଗାରେ ଘରୁ ଅତି ଡ଼େରି ଯାଏଁ ବାହାରେ ରହିବ କାରଣରୁ ଆପଣଙ୍କ ମାତା-ପିତା ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି । କ୍ୟାରିୟର ପାଇଁ ଯୋଜନା ବନେଇବା ସେତିକି ହି ଆବଶ୍ୟକ , ଯେତିକି ଖେଳ-ଖୁଦ ।ସେଥିପାଇଁ ମାତା-ପିତାଙ୍କୁ ଖୁସି ରଖି ପାଇଁ ଦୁଇଟାରେ ହିଁ ସନ୍ତୁଳନ ରଖିବା ଆବଶ୍ୟକ । ଆପଣଙ୍କର ପ୍ରେମିକ/ପ୍ରେମିକା ଆଜି ଆପଣଙ୍କ ଉପରେ ତାଙ୍କର ପାରିବାରିକ ସମସ୍ୟାର କ୍ରୋଧ ସୁଝାଇ ପାରନ୍ତି | ତେଣୁ ତାଙ୍କ ସହିତ ବସି ତାଙ୍କୁ ସ୍ଥିର ଓ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ।
🦁ସିଂହ👉ଆପଣ କୌଣସି ଦାନ-ଧର୍ମ କାର୍ଯ୍ୟରେ ସହ ଭାଗିତାନେଇ କରିପାରନ୍ତି,ଯାହା ଦ୍ୱାରା ଆପଣଙ୍କୁ ମାନସିକ ସନ୍ତୋଷ ମିଳିବ । ଅନ୍ୟର ସହଯୋଗ ବିନା ମଧ୍ୟ ଆପଣ ଧନ ଅର୍ଜନ କରିବାରେ ସକ୍ଷମ । କେବେ ନିଜ ଉପରେ ବିଶ୍ୱାସ ରଖିବା ଆବଶ୍ୟକ । ବିଦେଶରେ ରହୁଥିବା କୌଣସି ବନ୍ଧୁ-ବାନ୍ଧବ ଠୁ ମିଳି ଥିବା ଉପହାର ଆପଣଙ୍କୁ ଖୁସି ଦେଇ ପାରେ । ଆପଣଙ୍କ ପ୍ରେମୀଙ୍କର ଅନାବଶ୍ୟକ ଅନୁରୋଧ କୁ ଗୁରୁତ୍ୱ ଦିଅନ୍ତୁ ନାହିଁ ।
🙎‍♀️କନ୍ୟା👉ଶାରୀରିକ ରୋଗର ଠିକ ହେବାର ଅନେକ ସମ୍ଭାବନାଅଛି ।ଏହି କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ ଭାଗ ନେଇପାରିବେ ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭହୋଇପାରେ । ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଜୀବନ-ସାଥୀ ବହୁତ ଚେଷ୍ଟା କରିବେ। ଆପଣଙ୍କ ଦେଶ ବିଷୟରେ କିଛି ନୂଆ ତଥ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି ।
⚖️ତୁଳା👉ଆଜି ଆପଣଙ୍କର ବହୁତ କାମ ରହିବ ଓ ଆପଣ କୌଣସି ପ୍ରକାରେ ସବୁ ସମ୍ଭାଳିନେବେ । ଆଜି ଦିନଟି ଆପଣଙ୍କ ଅନେକ କାର୍ଯ୍ୟ ବ୍ୟସ୍ତତାରେ ଯିବ ବିଶେଷକରି ସେଥିରେ ଚିଠି ଲେଖିବା ଓ ପୁରୁଣା ଲୋକଙ୍କ ସହ ଯୋଗାଯୋଗ କରିବା ଅନ୍ତର୍ଭୁକ୍ତ ରହିବ । ଏକ ଭଲ ଚାକିରି ପାଇଁ ଇଣ୍ଟର୍ଭ୍ୟୁର କଲ୍‍ ଆସିପାରେ । ଆହୁରିମଧ୍ୟ କାର୍ଯ୍ୟସ୍ଥଳରେ ଘଟଣା ଆୟୋଜନ କରିବା ଦାୟିତ୍ଵ ଆପଣଙ୍କୁ ଦିଆଯାଇପାରେ ।
🦂ବିଛା👉 ଆପଣଙ୍କ ସହଜ ଜ୍ଞାନ ଭାବନାଗୁଡିକ ଆଜି ଆପଣଙ୍କ କାର୍ଯ୍ୟକୁ ନିୟନ୍ତ୍ରଣ କରିବ । ଆପଣ କାର୍ଯ୍ୟର ଚାପକୁ ପଛରେ ପକାଇ ଅଧିକ ଉତ୍ସାହର ସହିତ କାମଗୁଡିକ କରିବେ ।ଆପଣଙ୍କ ସ୍ଵାଭାବିକ ତାକୁ ଅନୁସରଣକରନ୍ତୁ ଓ କାର୍ଯ୍ୟରଚାପ ଅଧିକ ଥିବା ବେଳେ ଭଲ ଗୀତ ଶୁଣି ମନକୁ ଆରାମ ଦିଅନ୍ତୁ ।
🏹ଧନୁ👉ଆଜି ଆପଣ ପରିଶ୍ରମରୁ କିଛିଟା ମୁକ୍ତ ରହିବେ । ଆଜି ଆପଣଙ୍କ ଜୀବନ ସାଥୀଙ୍କ ସହ ଫିଲ୍ମ ଦେଖିବାକୁ ଯାଆନ୍ତୁ ।ଆପଣଙ୍କ ପରିବାର କିମ୍ଵା ବନ୍ଧୁମାନଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି ।ସେ ଯାହା ବି ହେଉ, ଧିରେଧିରେ ଆପଣଙ୍କ ପକେଟ ହାଲୁକା ହେବ ।
🐊ମକର👉 ଆପଣ ଅନ୍ୟମାନଙ୍କ ଠାରୁ ବହୁ ଉଚ୍ଚର ସ୍ଵାସ୍ଥ୍ୟକର ଜୀବନଶୈଳୀ ଅନୁସରଣ କରନ୍ତି ଓ ଆଜି ମଧ୍ୟ ଆପଣଙ୍କ ପାଇଁ ସ୍ଵାସ୍ଥ୍ୟ ସମ୍ପର୍କିତ କୌଣସି ସମସ୍ୟା ରହିବ ନାହିଁ । ଦୂରଯାତ୍ରା ପାଇଁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଜୀବନ ସାଥି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ମନୋବାଞ୍ଛା ପୂର୍ଣ୍ଣ ହେବ ।
🏺କୁମ୍ଭ👉ଦିନଟି ଅତ୍ୟନ୍ତ ଶୁଭଫଳଦାୟକ । ଦୃଢ ବିଶ୍ୱାସ ଓ ଠିକ ସିଦ୍ଧାନ୍ତ ଆପଣଙ୍କୁ ସବୁ କାର୍ଯ୍ୟ ସୁଚାରୁରୁପେ ସମ୍ପାଦନ କରିବାକୁ ପ୍ରେରଣା ଯୋଗାଇବ । ଠିକ ସମୟରେ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାର ପ୍ରୟାସ ଜାରି ରଖିବେ । ଘରପାଇଁ କିଛି ଦରକାରୀ ଆବଶ୍ୟକୀୟ ଜିନିଷ କିଣିପାରନ୍ତି । ଆପଣ ଚାହିଁଲେ ଗୋଟିଏ ନୂଆ ଗାଡି କିଣିପାରିବେ ।
🐟ମୀନ👉ଗ୍ରହଙ୍କ ଶୁଭଦୃଷ୍ଟି ଯୋଗୁଁ ଶାରୀରିକ ତଥା ମାନସିକଶାନ୍ତି ଅବ୍ୟାହତ ରହିବ ।ସୁସ୍ଥ ପାରିବାରିକ ଓ କର୍ମମୟ ଜୀବନରେ ତୃପ୍ତିଲାଭ କରିବେ । କୌଣସି ସମସ୍ୟାର ସମାଧାନ କରିବାକୁ ପଡିଲେ କ୍ରୋଧ ପ୍ରକାଶ ନକରି କୋମଳ କଥାରେ ଅନାୟସରେ ସାମାଧାନ କରିବା ଶ୍ରେୟସ୍କର । ମାଆଙ୍କଠାରୁ ବହୁ ଦିନରୁ ପ୍ରତିକ୍ଷିତ ଶୁଭସମ୍ୱାଦ ପାଇପାରନ୍ତି ।

ମହାଶିବରାତ୍ରୀ- କେଉଁକାର୍ଯ୍ୟ କଲେ ମିଳିବଶୁଭଫଳ,କଣ କଲେ ହେବ କ୍ଷତି..
ମହାଶିବରାତ୍ରୀବ୍ରତର ଶାସ୍ତ୍ରରେ ଖୁବ ମହତ୍ତ୍ୱରହିଛି।ଏହି ବ୍ରତ ପ୍ରତ୍ୟେକବର୍ଷ ଫାଲଗୁଣମାସ କୃଷ୍ଣପକ୍ଷର ଚତୁର୍ଦଶୀତିଥିରେ ପାଳନକରାଯାଏ। ଚଳିତବର୍ଷ ମହାଶିବରାତ୍ରୀପର୍ବ ମାର୍ଚ୍ଚ୮ ୨୦୨୪ରେ ପାଳନ କରାଯିବ। ଏହିବ୍ରତ ଭଗବାନଶଙ୍କରଙ୍କୁ ସମର୍ପିତ।ମାନ୍ୟତାଅନୁଯାୟୀ, ମହାଶିବ ରାତ୍ରୀଦିନ ମାପାର୍ବତୀ ଓ ଭଗବାନଶିବଙ୍କ ବିବାହ ହୋଇଥିଲା।ଏହିଦିନ ବ୍ରତ ଉପବାସ କରିବାଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ । ଏହିଦିନ ପୂଜାର୍ଚ୍ଚନାଦ୍ୱାରା ପ୍ରଭୁ ପ୍ରସନ୍ନ ହୋଇଥାଆନ୍ତି। ମାନ୍ୟତା ଅନୁଯାୟୀ, ମହାଶିବରାତ୍ରୀ ଦିନ ଭଗବାନ ଭୋଳାଶଙ୍କର ଧରାପୃଷ୍ଠରେ ଥିବା ସମସ୍ତ ଶିବଲିଙ୍ଗରେ ବିରାଜମାନ କରିଥାନ୍ତି।ଏହି ପବିତ୍ରଦିନରେ ଭକ୍ତ ବ୍ରତ-ଉପବାସ କରିବା ସହ ଶିବଶଙ୍କରଙ୍କ ସହ ମାପାର୍ବତୀଙ୍କ ପୂଜାର୍ଚ୍ଚନା କରୁଥାନ୍ତି। ମହାଶିବ ରାତ୍ରୀରେ ବ୍ରତରଖିବା ସମୟରେ କିଛି ବିଶେଷଦିଗ ପ୍ରତି ଧ୍ୟାନଦେବା ନିତାନ୍ତ ଆବଶ୍ୟକ।ତେବେ ଜାଣନ୍ତୁ ମହାଶିବରାତ୍ରୀରେ କେଉଁକାର‌୍ୟ୍ୟ କରିବାଉଚିତ୍ ଓ ଅନୁଚିତ୍‌..
ମହାଶିବରାତ୍ରୀଦିନ ଶିବମନ୍ଦିର ଯାଇ ଶିବଲିଙ୍ଗରେ ଜଳଅର୍ପଣ କରନ୍ତୁ।ଏହାପରେ ଭୋଳାଶଙ୍କରଙ୍କୁ ଭାଙ୍ଗ,ଦୁଦୁରାଫୁଲ ଓ ବେଲପତ୍ର ଅର୍ପଣକରନ୍ତୁ।ଏହିଦିନ ଆମିଷ ଓ ନିଶା ଦ୍ରବ୍ୟରସେବନ କରନ୍ତୁନାହିଁ।ମହାଶିବରାତ୍ରୀଦିନ ଶିବଲିଙ୍ଗରେ କ୍ଷୀର,ଦହି ଅର୍ପଣକରନ୍ତୁ।ଏହିଦିନ ଶିବମନ୍ତ୍ର ଜପ କରନ୍ତୁ।ମହାଶିବରାତ୍ରୀଦିନ ପ୍ରଭୁଙ୍କୁ ନଡିଆପାଣି ଅର୍ପଣ କରନ୍ତୁ ନାହିଁ।ତୁଳସୀ ଅର୍ପଣ କରନ୍ତୁ ନାହିଁ।ଶଙ୍ଖଦ୍ୱାରା ଭୁଲ୍‌ରେ ମଧ୍ୟ ଜଳଅର୍ପଣ କରନ୍ତୁନାହିଁ।ମହାଶିବରାତ୍ରୀଦିନ ବ୍ରତ ରଖିବାଦ୍ୱାରା ଧନ,ବୈଭବ ଓ ଯଶପ୍ରାପ୍ତି ହୋଇଥାଏ। ଯୁବତୀଙ୍କ ବିବାହରେ ବିଳମ୍ବ ହେଉଥିଲେ,ଏହି ବ୍ରତ ରଖିବା ଦ୍ୱାରା ଶୀଘ୍ର ବିବାହ ହୋଇଥାଏ। ବିବାହିତାମହିଳାଙ୍କ ପାଇଁ ମହାଶିବରାତ୍ରୀବ୍ରତ ଖୁବ୍ ଲାଭକାରୀ।ମହାଶିବରାତ୍ରୀବ୍ରତ କରିବାଦ୍ୱାରା ବୈବାହିକଜୀବନ ସୁଖମୟହେବା ସହ ସୁଖ,ସମୃଦ୍ଧି ବୃଦ୍ଧି ହୋଇଥାଏ।

ରାତି୧୨ଟାରେ ଏହିମନ୍ତ୍ର ଜପ କଲେ ହେବଦୂର ସବୁ ସମସ୍ୟା…..
ଏଥର ମହାଶିବରାତ୍ରିରେ ରାତି ୧୨ଟାରେ ଏକମନ୍ତ୍ର ଜପକଲେ ଆପଣଙ୍କ ଜୀବନରେଥିବା ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ଜ୍ୟୋତିଷମାନେ ମତବ୍ୟକ୍ତ କରିଛନ୍ତି ।ଭୋପାଳର ଜ୍ୟୋତିଷ ପଣ୍ଡିତ ହିତେନ୍ଦ୍ରକୁମାରଶର୍ମାଙ୍କଠାରୁ ଜାଣିବା ଏହି ପ୍ରତିକାର କଣ ଏବଂ ମନ୍ତ୍ରଜପର ବିଧି। ମହାଶିବରାତ୍ରୀଦିନ ଏକ ଦୁରୁଦୁରା ଫୁଲ ତୋଳିକି ଆଣନ୍ତୁ ।ସେହି ଫୁଲକୁ ରାତି୧୨ଟାରେ ଆପଣଙ୍କ ଘରପାଖରେ ଥିବା କୌଣସି ଏକ ଶିବମନ୍ଦିରକୁ ଯାଇ ଭଗବାନଶିବଙ୍କୁ ଅର୍ପଣ କରନ୍ତୁ ।ଏହାପରେ ମନ୍ଦିର ବାହାରେବସି ‘ଶ୍ରୀ ଶିବାୟ ନମସ୍ତୁଭୟଂ  ମନ୍ତ୍ର ଜପ କରନ୍ତୁ।ଅଧଘଣ୍ଟା ଧରି ଦୁରୁଦୁରୁରାଫଲକୁ ଶିବଲିଙ୍ଗ ଉପରେରଖି ମନ୍ତ୍ରଜପ କରିବା ପରେ ଫୁଲକୁନେଇ ଘରକୁ ଆସନ୍ତୁ ।ଏହାପରେ ଫୁଲକୁ ନାଲିକପଡାରେ ବାନ୍ଧି ନିଜ ଘରେ ଟଙ୍କାରଖୁଥିବା ସ୍ଥାନ, ବ୍ୟବସାୟସ୍ଥାନ ଏବଂ ଚାଷ କରୁଥିବାସ୍ଥାନରେ ରଖିଦିଅନ୍ତୁ । ଦେଖିବେ ଆପଣଙ୍କ ଜୀବନରେ ଥିବା ସବୁସମସ୍ୟାର ସମାଧାନ ଖୁବସହଜରେ ହୋଇଯିବ।ଏହି ମନ୍ତ୍ରପାଠ ଆପଣ ଯେକୌଣସି ଶିବରାତ୍ରିରେ ହେବା
ଚଳିତବର୍ଷ ମହାଶିବରାତ୍ରୀର ଖୁବ ମହତ୍ତ୍ୱ ରହିଛି। କାରଣ ମହାଶିବରାତ୍ରୀରେ ଅନେକ ଶୁଭ ଯୋଗ ସୃଷ୍ଟି ହେବାକୁ ଯାଉଛି। ଜାଣନ୍ତୁ ଏହା ବିଷୟରେ..ପଞ୍ଜିକା ଅନୁସାରେ ଫାଲଗୁଣ ମାସ କୃଷ୍ଣପକ୍ଷର ଚତୁର୍ଦଶୀ ତିଥି ୮ ମାର୍ଚ୍ଚରେ ରାତ୍ରି ୯ଟା୫୭ରୁ ଆରମ୍ଭ ହୋଇ ପରଦିନ ମାର୍ଚ୍ଚ ୯ ସନ୍ଧ୍ୟା ୬ଟା୧୭ରେ ଶେଷ ହେଉଛି।
ମହାଶିବରାତ୍ରୀରେ ପୂଜାମୁହୂର୍ତ୍ତ – ରାତି ୧୨ଟା ୦୭ ମିନିଟ୍ ରୁ ୧୨ଟା ୫୬ ମିନିଟ୍‌
ସର୍ବାର୍ଥ ସିଦ୍ଧିଯୋଗ – ସକାଳ ୬ଟା ୩୮ ମିନିଟ୍ ରୁ ୧୦ଟା ୪୧ ମିନିଟ ।ସର୍ବାର୍ଥସିଦ୍ଧି ଯୋଗକୁ ଖୁବ ଶୁଭଯୋଗ ବୋଲି କୁହାଯାଏ। ଏହି ଯୋଗରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ।
ଶିବଯୋଗ –୯ମାର୍ଚ୍ଚ ସୂର୍ଯ୍ୟୋୟଦ ରାତ୍ରୀ ୧୨ଟା ୪୬ ମିନିଟ୍‌ ପର୍ଯ୍ୟନ୍ତ । ଶିବଯୋଗ -ମହାଶିବରାତ୍ରୀ ଅବସରରେ ଶିବଯୋଗ ହେବା ଅତ୍ୟନ୍ତ ଶୁଭଙ୍କର।ଏହି ଯୋଗରେ ଧ୍ୟାନକରିବା ଓ ମନ୍ତ୍ରଜପ କରିବାଦ୍ୱାରା ଅତ୍ୟନ୍ତ ଶୁଭଫଳପ୍ରାପ୍ତି ହୋଇଥାଏ।ଏହି ସମୟରେ ଭୋଳାଶଙ୍କରଙ୍କୁ ପୂଜା କରିବାଦ୍ୱାରା ଜୀବନରେ ସୁଖସମୃଦ୍ଧିପ୍ରାପ୍ତି ହୋଇଥାଏ।
ସିଦ୍ଧଯୋଗ –୯ମାର୍ଚ୍ଚ ରାତ୍ରୀ ୧୨ଟା ୪୬ ମିନିଟ୍‌ରୁ ୮ଟା ୩୨ ମିନିଟ । ମାନ୍ୟତାଅନୁଯାୟୀ, ସିଦ୍ଧଯୋଗ ଭଗବାନଗଣେଶଙ୍କ ସହ ଜଡିତ।ଏହି ଯୋଗଦ୍ୱାରା ପ୍ରତ୍ୟେକକାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ।
ଶ୍ରବଣ ନକ୍ଷତ୍ରଯୋଗ –ସକାଳ ୧୦ଟା ୪୧ ମିନିଟ । ଶ୍ରବଣ ନକ୍ଷତ୍ରଯୋଗ -ଶ୍ରବଣ ନକ୍ଷତ୍ରରସ୍ୱାମୀ ଶନିଦେବଙ୍କୁ କୁହାଯାଏ। ଏହିନକ୍ଷତ୍ର ନିଜ ଶୁଭ ଗୁଣଯୋଗୁଁ ଅନେକ ମାନ୍ୟତା ମଧ୍ୟ ରହିଛି!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.