ଆଜିର ରାଶିଫଳ

0 134

୨୦୨୪ମସିହା ମାର୍ଚ୍ଚମାସ ୨୦ତାରିଖ ବୁଧବାର।
ରାମାନୁଜଭିନ୍ନ ଶ୍ରୀମନ୍ଦିରେ ଓ ସର୍ବତ୍ର ପାପନାଶିନୀ (ଆମର୍ଦ୍ଦକୀ)ଏକାଦଶୀ,ପାପନାଶିନୀସ୍ନାନ,ଶ୍ରୀମନ୍ଦିରେ ଓ ଷୋଳଶାସନରେ ଚାଚେରୀବେଶ,ସମଦିବସ (ସମଦିବାରାତ୍ରି)।ଋତୁ- ବସନ୍ତ(ପ୍ରଥମମାସ)
ସୂର୍ଯ୍ୟ-ଉତ୍ତରାୟଣ,ସୁର୍ଯ୍ୟୋଦୟ- ଘ୫/୫୪/୩୦,
ସୂର୍ଯ୍ୟାସ୍ତ- ଘ୫/୫୪/୨୦,ଫାଲ୍ଗୁନମାସ,ଶୁକ୍ଳପକ୍ଷ,
ପଣ୍ଡିତବାସ,ତିଥି- ଏକାଦଶୀ ରାତ୍ରି ଘ୨/୩୦ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ନକ୍ଷତ୍ର- ପୁଷ୍ୟା ନକ୍ଷତ୍ର ରାତ୍ରି ଘ୧୧/୨୭ମିପର୍ଯ୍ୟନ୍ତ ତଦନ୍ତେ ଅଶ୍ଳେଷାନକ୍ଷତ୍ର।ଯୋଗ- ଅତିଗଣ୍ଡଯୋଗ ସନ୍ଧ୍ୟା ଘ୬/୨୪ମି ପର୍ଯ୍ୟନ୍ତ ତଦନ୍ତେ ସୁକର୍ମାଯୋଗ।କରଣ- ବାଣିଜ୍ୟକରଣ ଦିବା ଘ୧/୨୮ମିପର୍ଯ୍ୟନ୍ତ ତଦନ୍ତେ ବିଷ୍ଟିକରଣ ରାତ୍ରି ଘ୨/୩୦ମିପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ, ରାତ୍ରି ଘ୨/୩୦ମି ପରେ ନୈର୍ଋତକୋଣରେ ।ଅଗନ୍ତବ୍ୟତିଥି, ବିଷ୍ଟିକରଣଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବା ଘ୧/୨୯ମିମଧ୍ୟେ ଯାତ୍ରାଶୁଭ।ଅଗ୍ନିକୋଣ,ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ଘାତଚନ୍ଦ୍ର ନାହିଁ।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଶିମ୍ବ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୮/୫୦ମି ରୁ ଘ୧୦/୨୧ମି ପର୍ଯ୍ୟନ୍ତ।ବାରଵେଳା ଦିବା ଘ୧୧/୫୨ମି ରୁ ଘ୧/୨୩ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୨/୫୦ମି ରୁ ଘ୪/୧୯ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବା ଘ୭/୨୭ମି ମଧ୍ୟେ, ଦିବା ଘ୧୨/୧୫ମି ରୁ ଘ୧/୧୫ମି ମଧ୍ୟେ,ସନ୍ଧ୍ୟା ଘ୬/୪୩ମି ରୁ ରାତ୍ରି ଘ୯/୭ମି ମଧ୍ୟେ,ରାତ୍ରି ଘ୧/୫୫ମି ରୁ ରାତ୍ରିଶେଷ ଘ୫/୫୫ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ଦିବା ଘ୪/୧୫ମି ରୁ ସୂର୍ଯ୍ୟାସ୍ତ ଘ୫/୫୪ମି ପର୍ଯ୍ୟନ୍ତ, ରାତ୍ରି ଘ୯/୭ମି ରୁ ଘ୧୦/୪୩ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ରାତ୍ରି ଘ୨/୩୦ମି ପରେ ୧ପାଦ ତିଥି ପୁଷ୍କରଦୋଷ ।ଫଳଂ ଗୋପଶୁ ସମ୍ପଦର ବିନାଶ ଓ ଅନ୍ନବସ୍ତ୍ରଦାନ ସହିତ ହୋମାଦି ଶାନ୍ତିବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ର କନ୍ୟାର ରାତ୍ରି ଘ୧୧/୨୭ମିପରେ ସମ୍ବତ୍ସର ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା।ରଜଶ୍ଚକ୍ରେ ବନ୍ଧ୍ୟା।ଘୃତକାଂସ୍ୟ ପାତ୍ର, ଶୁକ୍ଳବସ୍ତ୍ର, ତିଳସୁବର୍ଣ୍ଣ,ଗୁଡ଼ ତଣ୍ଡୁଳଦାନ କରଣୀୟ। ରାତ୍ରି ଘ୨/୩୦ମିପର୍ଯ୍ୟନ୍ତ ତିଥି ଦୋଷହେତୁ (ଦୁର୍ଗାଙ୍କୁ ଲାଲ ରଙ୍ଗରପୁଷ୍ପ ଅର୍ପଣ)।ଶୁଭକର୍ମ- ସୂର୍ଯ୍ୟୋଦୟ ରୁ ଦିବା ଘ୧/୨୮ମିମଧ୍ୟେ ୮ ନକ୍ଷତ୍ରେ ଚତୁର୍ବେଦୀ ବ୍ରତ (ଉପନୟନ),ଗୃହପ୍ରବେଶ(ପ୍ରତିଷ୍ଠା),ଦେବତାଗଠନ, ଦେବତାପ୍ରତିଷ୍ଠା,ଜଳାଶୟାରମ୍ଭ,ଜଳାଶୟ ପ୍ରତିଷ୍ଠା, ନବଦୋଳାଦ୍ୟା ରୋହଣ,ତରୂ ଋଦ୍ରପ୍ରତିଷ୍ଠା, ବୃକ୍ଷରୋପଣ,ନୌକାଚାଳନ ଓ ଯାତ୍ରା,ନାମକରଣ , ନିଷ୍କ୍ରାମଣ,ଔଷଧକରଣ ଓ ସେବନ,ବାଣିଜ୍ୟକରଣ, ଗ୍ରହଯୋଗ,ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାସନା ଦ୍ବୁପଭୋଗ, ନବବସ୍ତ୍ରପରିଧାନ,ଅଳଙ୍କାର ଭୂଷଣ,ଧାନ୍ୟଚ୍ଛେଦନ ଓ ସ୍ଥାପନ,ନାଟ୍ୟାରମ୍ଭ, ରାଜଦର୍ଶନ।
🐏ମେଷ👉 ଚିନ୍ତାମୁକ୍ତ ହୋଇପାରନ୍ତି।ମନରେ ସେବା ଭାବନା ଜାଗ୍ରତହେବ।ଆକସ୍ମିକଭାବେ ବ୍ୟବସାୟରୁ ଲାଭ ପାଇବେ।କୃଷିକ୍ଷେତକୁ ତ୍ବରାନ୍ବିତ କରିବେ। ଯାନବାହନଲାଭ ହେବ।ଗୃହପରିବେଶ ଠିକ୍‌ ରହିବ। ଭାଇମାନଙ୍କମଧ୍ୟରେ ଶ୍ରେଷ୍ଠ ହେବେ।
🐮ବୃଷ👉 ଆର୍ଥିକଉନ୍ନତି ପାଇଁ ଚେଷ୍ଟା ଜାରି ରଖିବେ।କର୍ମକ୍ଷେତ୍ର ଏପରିକି ସର୍ବସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟବିସ୍ତାର କରିପାରନ୍ତି।ବିବାଦୀୟଘଟଣାରେ ବିଜୟୀ ହେବେ।ଅର୍ଥ ଓ ଦ୍ରବ୍ୟଲାଭର ସୂଚନା ମିଳୁଛି। ମଉଜ ମଜଲିସ୍‌ କରିବେ।
👩‍❤️‍👨ମିଥୁନ👉 ପରିସ୍ଥିତିପ୍ରତି ସଜାଗ ରହିବାକୁ ପଡ଼ିବ। ତ୍ୟାଗପୂତମନୋବୃତ୍ତି ଗ୍ରହଣକରିପାରନ୍ତି।ନୀତିନିଷ୍ଠ ହେବେ।ବିବିଧ ଧନଯୁକ୍ତ ହୋଇପାରନ୍ତି।ଚଞ୍ଚଳମନା ହେବେ।ହୃଷ୍ଟଚିତ୍ତ ଓ ଅତିସୁଖୀ ହୋଇପାରନ୍ତି। କୀର୍ତ୍ତିମାନ୍‌ ଓ ସହିଷ୍ଣୁ ହେବେ।
🦀କର୍କଟ👉ପ୍ରୀତିଭୋଜନ ମିଳିପାରେ।ଦେବଦର୍ଶନ ଓ ପୂଜାର୍ଚ୍ଚନାରେ ଲିପ୍ତରହିବେ।ଆୟପରିମାଣ ବୃଦ୍ଧି ପାଇବ।ସରକାରୀ କିମ୍ବା ବନ୍ଧୁସୂତ୍ରରୁ ଲାଭବାନ୍‌ ହେବେ।ଶରୀର ସୁସ୍ଥରହିବ।ଦାମ୍ପତ୍ୟଜୀବନ ସୁଖପ୍ରଦ ହେବ।ଚିନ୍ତାଧାରା ଉନ୍ନତମାନର ହେବ।
🦁ସିଂହ👉 କର୍ମକ୍ଷେତ୍ରରୁ ପ୍ରତିବନ୍ଧକ ଦୂରୀଭୂତ ହେବ।ଅତିଥିସତ୍କାର ପାଇଁ ଖର୍ଚ୍ଚପରିମାଣ ବୃଦ୍ଧି ପାଇବ।ମନସ୍କାମନାପୂର୍ଣ୍ଣ ହୋଇପାରେ।ବ୍ୟବସାୟ ଲାଭଜନକହେବ।ବିବାଦର ସୁସମାଧାନ ହୋଇପାରେ।କର୍ମକ୍ଷେତ୍ରରେ ସଫଳତା ମିଳିବ। ମଧୁରଭାଷୀ ହେବେ।
🙎‍♀️କନ୍ୟା👉 କାର୍ଯ୍ୟର ସଫଳରୂପାୟନ କରି ପ୍ରଶଂସିତ ହେବେ।ଆୟବୃଦ୍ଧିର ସୂଚନା ମିଳୁଛି। ହସଖୁସିରରେ ସମୟ ବିତାଇପାରନ୍ତି।ବିଭିନ୍ନ ସ୍ତରରୁ ସ୍ନେହ-ଶ୍ରଦ୍ଧା ଲାଭକରିବେ।ଲୋକପ୍ରିୟତା ବୃଦ୍ଧି ହେବ। ସମ୍ମାନିତ ହେବେ।ଯାନବାହନ ସୁଖ ମିଳିବ।ପ୍ରସନ୍ନତା ଲାଭ କରିବେ।
⚖️ତୁଳା👉ହଜିଥିବା ଦ୍ରବ୍ୟ ପୁନର୍ବାର ହସ୍ତଗତ ହେବ।ବ୍ୟବସାୟ ଲାଭଜନକହେବ।କାର୍ଯ୍ୟରେ ସଫଳତା ଲାଭକରିବେ।ମନରେ ସେବାଭାବନା ଜାଗରିତ ହେବ।ପୂଜାର୍ଚ୍ଚନାରେ ନିମଜିତ ହୋଇପାରନ୍ତି।ପାରିବାରିକସୁଖ ମିଳିବ।ଗୃହରେ ଶାନ୍ତି ବିରାଜମାନ କରିବ।
🦂ବିଛା👉 ସଫଳତାର ସୂଚନାମିଳିପାରେ।ଭ୍ରମଣ ଯୋଗ ରହିଛି।ପ୍ରତିଯୋଗିତାରେ ବିଜୟୀ ହେବେ। ଯଶସ୍ବୀ ହୋଇପାରନ୍ତି।ପାରିବାରିକଜୀବନ ସୁଖପ୍ରଦ ହେବ।ବିଭିନ୍ନସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଜନୈକାମହିଳା ସାହାଯ୍ୟ କରିପାରନ୍ତି।
🏹ଧନୁ👉ଶିକ୍ଷାକ୍ଷେତ୍ରରେ ଅଧିକ ଅଭିଜ୍ଞତା ଅର୍ଜନ କରିପାରନ୍ତି।ଧନକ୍ଷୟ ହେବାର ସମ୍ଭାବନା ଅଛି। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି।ମାନସିକ ସ୍ତରରେକ୍ଳେଶ ଉପୁଜିବାର ସମ୍ଭାବନାଅଛି। ସ୍ବାଭିମାନୀ ହେବେ।ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
🐊ମକର👉ପିତାଙ୍କ ସ୍ବାସ୍ଥ୍ୟପାଇଁ ଚିନ୍ତିତ ହୋଇପାରନ୍ତି।ଆମୋଦ-ପ୍ରମୋଦରେ ଦିନଟି ଅତିବାହିତହେବ।କର୍ତ୍ତବ୍ୟପରାୟଣ ହେବେ। ପଡ଼ୋଶୀଙ୍କ ସହ ବୁଝାମଣା ଉତ୍ତମସ୍ଥିତିରେ ରହିବ। ସମୃଦ୍ଧିରମାର୍ଗ ଉନ୍ମୁକ୍ତ ରହିବ।ଶତ୍ରୁ ବିନାଶକରି ମାନସିକ ଶାନ୍ତି ମିଳିବ।
🏺କୁମ୍ଭ👉ପିଲାଙ୍କ ପଢ଼ାପଢ଼ିପାଇଁ ବ୍ୟସ୍ତରହିବେ। କଳ୍ପନାବିଳାସୀ ହୋଇପାରନ୍ତି।ମନରେ ସରସତା ଆସିବ।ପାରିବାରିକସୁଖ ମିଳିବ।କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶପାଇବ।ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ।ଚଞ୍ଚଳ ଚେଷ୍ଟିତ ହେବେ।
🐟ମୀନ👉ପ୍ରାୟ ପ୍ରତ୍ୟେକକ୍ଷେତ୍ରରେ ସଫଳତା ଲାଭ କରିବେ।ହଠାତ୍‌ କିଛିଅର୍ଥ ପାଇ ଚିନ୍ତାମୁକ୍ତହେବେ। ଚଞ୍ଚଳ ପ୍ରକୃତିର ହେବେ।କନ୍ୟା ସନ୍ତାନଦ୍ବାରା ଉପକୃତ ହୋଇପାରନ୍ତି।ବାଣିଜେ ବସତି ଲକ୍ଷ୍ମୀ ଯୋଗଅଛି। ଋଣପରିଶୋଧ କରି ଚିନ୍ତାମୁକ୍ତ ହେବେ।ସୁଖୀ ହୋଇପାରନ୍ତି।

ଘରେ ସୁଖ, ଶାନ୍ତି ଚାହୁଁଛନ୍ତି କି ? ଏସବୁ କରିବାକୁ ଭୁଲନ୍ତୁ ନାହିଁ ..
ହିନ୍ଦୁଧର୍ମ ଅନୁସାରେ ଏପରି କିଛି ବିଶ୍ୱାସ ରହିଛି ଯାହାକୁ ଏଯାଏଁ ମଧ୍ୟ ଲୋକ ମାନିଆସୁଛନ୍ତି।ଘରେ କିଛିଜିନିଷ ରଖିବାଦ୍ୱାରା ସୁଖ, ଶାନ୍ତି, ଧନ ଓ ସମୃଦ୍ଧି ବୃଦ୍ଧିହୋଇଥାଏ ବୋଲି ଲୋକଙ୍କମନରେ ବିଶ୍ୱାସରହିଛି।ଆପଣ ଯଦି ଘରେ ପରିବର୍ତ୍ତନଚାହୁଁଛନ୍ତି ତେବେ ଏଭଳିକିଛି ଉପାୟ ଆପଣାନ୍ତୁ।
ଗଣେଶମୂର୍ତ୍ତି:-ବିଘ୍ନହର୍ତ୍ତା ଗଣେଶଙ୍କମୂର୍ତ୍ତି ଘରେ ନିଶ୍ଚୟରଖନ୍ତୁ।କାରଣ କୌଣସି ସଙ୍କଟ ଆସିବାସମୟରେ ଗଣେଶଙ୍କୁ ଆରାଧନା କରିବା ଫଳରେ ସଙ୍କଟ ଟଳିଯାଇଥାଏ।
ଗଙ୍ଗାଜଳ:-ହିନ୍ଦୁଧର୍ମଅନୁସାରେ ଗଙ୍ଗାଜଳକୁ ପବିତ୍ର ମନାଯାଇଥାଏ।ସକାଳେ ପୂଜାସମୟରେ ଘରେ ଗଙ୍ଗାଜଳ ଛିଞ୍ଚିଲେ ଘର ଶୁଦ୍ଧି ହୋଇଥାଏ ଓ ସୁଖଶାନ୍ତି ବଢ଼ିଥାଏ।
ଶଙ୍ଖ:-ଠାକୁରଘରେ ଶଙ୍ଖରଖି ପୂଜାକରିବା ସହ ଶଙ୍ଖବଜାଇବା ଫଳରେ ଘରେ ନକାରାତ୍ମକପ୍ରଭାବ କଟିଯାଇଥାଏ। ଏହା କରିବାଫଳରେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।
ଗୁଆଘିଅ:-ହିନ୍ଦୁଧର୍ମରେ ଗାଈକୁ ପୂଜା କରାଯାଇଥାଏ। ତେବେ ଗୁଆଘିଅରେ ହୋମ କରିବାଫଳରେ ଘରେ ସକାରାତ୍ମକପ୍ରଭାବ ପଡ଼ିଥାଏ ।
ମହୁ:-ପୂଜାସମୟରେ ମହୁ ବ୍ୟବହାରକରିବା ଉଚିତ। ଏହା କରିବାଫଳରେ ବାସ୍ତୁଦୋଷ କଟିଯାଇଥାଏ।
ଆମ୍ବପତ୍ର:-ଘରବାହାରେ ଆମ୍ବପତ୍ରରେ କଳସବସାଇବା ଫଳରେ ଅନେକ ସଙ୍କଟ ଟଳିଯାଇଥାଏା
!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.