ମାଦୁର୍ଗାଣୀଦେବୀଙ୍କ ଜନ୍ମୋସ୍‌ବ ପାଳିତ

0 57

ମେଣ୍ଢାଶାଳ,୧୯ା୩(ଏସଏସନିଉଜ) ମଙ୍ଗଳବାରଦିନ ପବିତ୍ର ଫଗୁଦଶମୀଅବସରରେ ମେଣ୍ଢାଶାଳସ୍ଥିତ ଶାନ୍ତିକୈାଶଲ୍ୟା କଲ୍ୟାଣମଣ୍ଡପଠାରେ ୧୩ବର୍ଷପୁର୍ବେ ପ୍ରତିଷ୍ଠିତ ମା ଦୁର୍ଗାଣୀଦେବୀଙ୍କ ମନ୍ଦିରଠାରେ ତ୍ରୟୋଦଶବାର୍ଷିକ ଜନ୍ମାସ୍‌ବ ମେଣ୍ଢାଶାଳ ସରପଂଚ କୈାଶଲ୍ୟାବଳିୟାରସିଂହଙ୍କ ପୈାରହତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ପ୍ରତ୍ୟୁଷରୁ ମାଙ୍କ ସ୍ନାନାଦୀ ସମାପନପରେ ନବବସ୍ତ୍ର ପରିଧାନ,ପୁଜାର୍ଜନାକରାଯାଇଥିଲା । କରାଯାଇଥିବା ହୋମରେ କର୍ତିୀଭାବେ ନିଳାନ୍ଦ୍ରୀ ବଳିୟାରସିଂହ ବସିଥିଲେ । ସୁରେନ୍ଦ୍ରବାହିନିପତିଙ୍କଦ୍ୱାରା ହୋମପୁଜା କରାଯାଇଥିଲା ।ଅପରାହ୍ନରେ ଖିରୋଦମହାପାତ୍ରଙ୍କ ପରିଚାଳନାରେ ପ୍ରସାଦସେବନର କାର୍ଯ୍ୟକ୍ରମ କରାଯାଇଥିଲା ।ଗ୍ରାମପଂଚାୟତର ସମସ୍ତ ୱାର୍ଡସଭ୍ୟସଭ୍ୟା,ବିଶିଷ୍ଟବ୍ୟକ୍ତି , ଗ୍ରାମମୁରବୀ ଓ ଶତାଧିକ ମହିଳାମାନେ ଏଥିରେ ଯୋଗଦେଇ ପ୍ରସାଦସେବନ କରିଥିଲେ ।ତେରବର୍ଷପୁର୍ବେ ଆଜିରଦିନରେ ସ୍ୱର୍ଗତ ସଂଜିଲକୁମାରବଳିୟାରସିଂହ ଏହି ମନ୍ଦିରପ୍ରତିଷ୍ଠା କରିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.