ଆଜିରରାଶିଫଳ

0 117

୨୦୨୪ମସିହା ଅପ୍ରେଲମାସ ୪ତାରିଖ ଗୁରୁବାର।ସୁର୍ଯ୍ୟୋଦୟ- ଘ୫/୪୧/୩୨ ,ସୂର୍ଯ୍ୟାସ୍ତ- ଘ୫/୫୮/୧୬ ,ଚୈତ୍ରମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ଦଶମୀ ଦିବାଘ୪/୨୭ମିପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ।ଦିବା ଘ୪/୨୭ମିପରେ ଆଗ୍ନେୟକୋଣରେ। ବିଷ୍ଟିକରଣଦୋଷ ହେତୁ ଦିବାଘ୪/୨୭ମିପରେ ରାତ୍ରିଶେଷପର୍ଯ୍ୟନ୍ତ ଯାତ୍ରାଶୁଭ।ଅଗ୍ନିକୋଣ,ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର– ସିଂହରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-  କଳମଶାଗ ଦିବା ଘ୪/୨୭ମିପରେ ଶିମ୍ବଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାରବେଳା ଦିବା ଘ୨/୫୨ମି ରୁ ସୂର୍ଯ୍ୟାସ୍ତ ଘ୫/୫୮ମି ପର୍ଯ୍ୟନ୍ତ।କାଳରାତ୍ରି-ରାତ୍ରି- ଘ୧୧/୪୭ମି ରୁ ଘ୧/୧୪ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ) ରାତ୍ରି ଘ୧/୧୧ମି ରୁ ଘ୩/୩୫ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ସୂର୍ଯ୍ୟୋଦୟ ରୁ ଦିବା ଘ୭/୧୪ମି ମଧ୍ୟେ,ଘ୧୦/୨୬ମି ରୁ ଘ୧୨/୫୦ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ପୁଷ୍କରଦୋଷ ନାହିଁ।ପ୍ରଥମରଜୋଦର୍ଶନେ- ରଜଶ୍ଚକ୍ରେ ସ୍ତ୍ରୀ ବିଧବା। ପୀତବସ୍ତ୍ର, ତିଳ ସୁବର୍ଣ୍ଣ, ତଣ୍ଡୁଳଦାନ କରଣୀୟ। ରାତ୍ରି ଘ୮/୫୯ମି ପରେ ସର୍ବସମ୍ପନ୍ନା।ଦିବା ଘ୪/୨୭ମିଗତେ ତିଥିଦୋଷ ହେତୁ (ଦୁର୍ଗାଙ୍କୁ ଲାଲ ରଙ୍ଗରପୁଷ୍ପ ଅର୍ପଣ)।ଶୁଭକର୍ମ- ଦିବା ଘ୪/୨୬ମିପରେ ସୂର୍ଯ୍ୟାସ୍ତ ମଧ୍ୟେ ୨୨ନକ୍ଷତ୍ରେ ଚତୁର୍ବେଦୀବ୍ରତ (ଉପନୟନ), ନବଦୋଳାଦ୍ୟାରୋହଣ, ନୌକାଗଠନ ଓ ଯାତ୍ରା, ବିଦ୍ୟାରମ୍ଭ, ନାମକରଣ,ନିଷ୍କ୍ରାମଣ, ଔଷଧକରଣ ଓ ସେବନ,ହଳପ୍ରବାହ,ବୀଜବପନ,ବାଣିଜ୍ୟକରଣ, ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାସନାଦ୍ବୁପଭୋଗ, ଧାନ୍ୟସ୍ଥାପନ, ନାଟ୍ୟାରମ୍ଭ ରାଜଦର୍ଶନ।
ମେଷ- ଆଜି ଆପଣଙ୍କୁ ଧନପ୍ରାପ୍ତି ହୋଇପାରେ ।ପିଲାମାନେ ଆଜି ଆପଣଙ୍କ ଘରୋଇକାର୍ଯ୍ୟ ସାରିବାରେ ସହଯୋଗଦେବେ ।ସମ୍ଭାଳିକି ବନ୍ଧୁମାନଙ୍କ ସହିତ କଥାହୁଅନ୍ତୁ,କାରଣ ଆଜିଦିନରେ ବନ୍ଧୁତା ହଜେଇବସିବାର ସମ୍ଭାବନାଅଛି ।ବୟସ୍କବ୍ୟକ୍ତିମାନେ ସେମାଙ୍କର ପୁରୁଣାସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିପାରିବେ ।ଆପଣଙ୍କୁ ନିଜର ଜୀବନସାଥୀଙ୍କର ଶକ୍ତ ଓ କଡ଼ାରୂପ ଦେଖିବାକୁ ମିଳିବ, ଯାହାକାରଣରୁ ଆପଣ ଅସହଜତା ଅନୁଭବ କରିବେ।
ବୃଷ-ବନ୍ଧୁ ବାନ୍ଧବମାନଙ୍କ ଠୁ ସହଯୋଗ ମିଳିବ ଓ ମନରବୋଝ ହାଲୁକା ହେବ ।ଆପଣ ଓ ଆପଣଙ୍କରପ୍ରିୟଜନ ଅଧିକସମୟ ଏକାଠିକାଟିଲେ ବୁଝିବାଶକ୍ତି ବଢିବ ।ଆଜି ଆପଣଙ୍କର କୌଣସିବନ୍ଧୁ ଆପଣଙ୍କ ଘରକୁଆସି ଆପଣଙ୍କସହିତ ସମୟକାଟିପାରେ ।ଜୀବନସାଥୀସହିତ ଆଜିଦିନ ଅନ୍ୟଦିନ ଅପେକ୍ଷା ଭଲ ରହିବ ।ଆଜି ଆପଣଙ୍କୁ ଆପଣଙ୍କପ୍ରେମୀ ଦୁରେଇ ଗଲାପରି ଲାଗିପାରେ ।
ମିଥୁନ-ନିଜର ନକରାତ୍ମକଚିନ୍ତାଧାରା ଯୋଗୁଁ ଆପଣ ପ୍ରଗତି କରିପାରୁନାହାନ୍ତି ।ଏହି କଥାକୁ ବୁଝିବାପାଇଁ ଏହା ଉତ୍ତମ ସମୟ କି ଆପଣଙ୍କର ଚିନ୍ତା କରିବାର ଅଭ୍ୟାସ ଆପଣଙ୍କ ଭାବନାଶକ୍ତିର ଅନ୍ତକରି ଦେଇଛି ।ବିଦେଶରେ ରହୁଥିବା କୌଣସି ବନ୍ଧୁବାନ୍ଧବଠୁ ମିଳିଥିବା ଉପହାର ଆପଣଙ୍କୁ ଖୁସି ଦେଇପାରେ । ଆପଣଙ୍କର ଚୁମ୍ବକୀୟ ବ୍ୟକ୍ତିତ୍ୱ ବହୁତଲୋକଙ୍କ ହୃଦୟ ଜିତି ନବ ।
କର୍କଟ- ପାଠପଢା ଜାଗାରେ ଘରୁ ଅତି ଡ଼େରି ଯାଏଁ ବାହାରେରହିବ କାରଣରୁ ଆପଣଙ୍କ ମାତାପିତା ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି ।କ୍ୟାରିୟର ପାଇଁ ଯୋଜନା ବନେଇବା ସେତିକି ହି ଆବଶ୍ୟକ , ଯେତିକି ଖେଳ-ଖୁଦ ।ସେଥିପାଇଁ ମାତାପିତାଙ୍କୁ ଖୁସି ରଖି ପାଇଁ ଦୁଇଟାରେ ହିଁ ସନ୍ତୁଳନ ରଖିବା ଆବଶ୍ୟକ । ଆପଣଙ୍କର ପ୍ରେମିକ/ପ୍ରେମିକା ଆଜି ଆପଣଙ୍କ ଉପରେ ତାଙ୍କର ପାରିବାରିକ ସମସ୍ୟାର କ୍ରୋଧ ସୁଝାଇ ପାରନ୍ତି û ତେଣୁ ତାଙ୍କ ସହିତ ବସି ତାଙ୍କୁ ସ୍ଥିର ଓ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ।
ସିଂହ-ଆପଣ କୌଣସି ଦାନ-ଧର୍ମ କାର୍ଯ୍ୟରେ ସହଭାଗିତା ନେଇ କରି ପାରନ୍ତି,ଯାହା ଦ୍ୱାରା ଆପଣଙ୍କୁ ମାନସିକ ସନ୍ତୋଷ ମିଳିବ । ଅନ୍ୟର ସହଯୋଗ ବିନା ମଧ୍ୟ ଆପଣ ଧନ ଅର୍ଜନ କରିବାରେ ସକ୍ଷମ । କେବେ ନିଜ ଉପରେ ବିଶ୍ୱାସ ରଖିବା ଆବଶ୍ୟକ । ବିଦେଶରେ ରହୁଥିବା କୌଣସି ବନ୍ଧୁ-ବାନ୍ଧବ ଠୁ ମିଳି ଥିବା ଉପହାର ଆପଣଙ୍କୁ ଖୁସି ଦେଇ ପାରେ । ଆପଣଙ୍କ ପ୍ରେମୀଙ୍କର ଅନାବଶ୍ୟକ ଅନୁରୋଧ କୁ ଗୁରୁତ୍ୱ ଦିଅନ୍ତୁ ନାହିଁ ।
କନ୍ୟା-ଶାରୀରିକ ରୋଗର ଠିକ ହେବାର ଅନେକ ସମ୍ଭାବନାଅଛି । ଏହିଁ କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ ଭାଗ ନେଇ ପାରିବେ ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ । ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଜୀବନ-ସାଥୀ ବହୁତ ଚେଷ୍ଟା କରିବେ। ଆପଣଙ୍କ ଦେଶ ବିଷୟରେ କିଛି ନୂଆ ତଥ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି ।
ତୁଳା-ଆଜି ଆପଣଙ୍କର ବହୁତ କାମ ରହିବ ଓ ଆପଣ କୌଣସି ପ୍ରକାରେ ସବୁ ସମ୍ଭାଳିନେବେ । ଆଜି ଦିନଟି ଆପଣଙ୍କ ଅନେକ କାର୍ଯ୍ୟବ୍ୟସ୍ତତାରେ ଯିବ ବିଶେଷକରି ସେଥିରେ
ବିଛା- ଆପଣଙ୍କ ସହଜ ଜ୍ଞାନ ଭାବନାଗୁଡିକ ଆଜି ଆପଣଙ୍କ କାର୍ଯ୍ୟକୁ ନିୟନ୍ତ୍ରଣ କରିବ । ଆପଣ କାର୍ଯ୍ୟର ଚାପକୁ ପଛରେ ପକାଇ ଅଧିକ ଉତ୍ସାହର ସହିତ କାମଗୁଡିକ କରିବେ । ଆପଣଙ୍କ ସ୍ଵାଭାବିକତାକୁ ଅନୁସରଣ କରନ୍ତୁ ଓ କାର୍ଯ୍ୟର ଚାପ ଅଧିକ ଥିବା ବେଳେ ଭଲ ଗୀତ ଶୁଣି ମନକୁ ଆରାମ ଦିଅନ୍ତୁ ।
ଧନୁ-ଆଜି ଆପଣ ପରିଶ୍ରମରୁ କିଛିଟା ମୁକ୍ତ ରହିବେ । ଆଜି ଆପଣଙ୍କ ଜୀବନସାଥୀଙ୍କ ସହ ଫିଲ୍ମ ଦେଖିବାକୁ ଯାଆନ୍ତୁ । ଆପଣଙ୍କ ପରିବାର କିମ୍ଵା ବନ୍ଧୁମାନଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି । ସେ ଯାହା ବି ହେଉ, ଧିରେଧିରେ ଆପଣଙ୍କ ପକେଟ ହାଲୁକା ହେବ ।
ମକର- ଆପଣ ଅନ୍ୟମାନଙ୍କ ଠାରୁ ବହୁ ଉଚ୍ଚର ସ୍ଵାସ୍ଥ୍ୟକର ଜୀବନଶୈଳୀ ଅନୁସରଣ କରନ୍ତି ଓ ଆଜି ମଧ୍ୟ ଆପଣଙ୍କ ପାଇଁ ସ୍ଵାସ୍ଥ୍ୟ ସମ୍ପର୍କିତ କୌଣସି ସମସ୍ୟା ରହିବ ନାହିଁ । ଦୂରଯାତ୍ରା ପାଇଁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଜୀବନ ସାଥି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ମନୋବାଞ୍ଛା ପୂର୍ଣ୍ଣ ହେବ ।
କୁମ୍ଭ-ଦିନଟି ଅତ୍ୟନ୍ତ ଶୁଭଫଳଦାୟକ । ଦୃଢ ବିଶ୍ୱାସ ଓ ଠିକ ସିଦ୍ଧାନ୍ତ ଆପଣଙ୍କୁ ସବୁ କାର୍ଯ୍ୟ ସୁଚାରୁରୁପେ ସମ୍ପାଦନ କରିବାକୁ ପ୍ରେରଣା ଯୋଗାଇବ । ଠିକ ସମୟରେ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାର ପ୍ରୟାସ ଜାରି ରଖିବେ । ଘରପାଇଁ କିଛି ଦରକାରୀ ଆବଶ୍ୟକୀୟ ଜିନିଷ କିଣିପାରନ୍ତି । ଆପଣ ଚାହିଁଲେ ଗୋଟିଏ ନୂଆ ଗାଡି କିଣିପାରିବେ ।
ମୀନ-ଗ୍ରହଙ୍କ ଶୁଭଦୃଷ୍ଟି ଯୋଗୁଁ ଶାରୀରିକ ତଥା ମାନସିକ ଶାନ୍ତି ଅବ୍ୟାହତ ରହିବ । ସୁସ୍ଥ ପାରିବାରିକ ଓ କର୍ମମୟ ଜୀବନରେ ତୃପ୍ତି ଲାଭ କରିବେ । କୌଣସି ସମସ୍ୟାର ସମାଧାନ କରିବାକୁ ପଡିଲେ କ୍ରୋଧ ପ୍ରକାଶ ନକରି କୋମଳ କଥାରେ ଅନାୟସରେ ସାମାଧାନ କରିବା ଶ୍ରେୟସ୍କର । ମାଆଙ୍କଠାରୁ ବହୁ ଦିନରୁ ପ୍ରତିକ୍ଷିତ ଶୁଭସମ୍ୱାଦ ପାଇପାରନ୍ତି !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.