ଆଜିର ରାଶିଫଳ

0 161

୨୦୨୩ମସିହାସେପ୍ଟେମ୍ବର ମାସ୫ତାରିଖ ମଙ୍ଗଳବାର। ଶ୍ରୀମନ୍ଦିରରେ ଗର୍ଭୋଦକ ବନ୍ଦାପନା, ଜେଉଡ଼ ଭୋଗ,।ସୁର୍ଯ୍ୟୋଦୟ-ପ୍ରାତଃ ଘ୫/୩୫/୨୫ ,ସୂର୍ଯ୍ୟାସ୍ତ- ଘ୫/୫୫/୩୯ ,ଭାଦ୍ରବମାସ ,କୃଷ୍ଣପକ୍ଷ ,ଭୌମ ବାସ ,ତିଥି- ଷଷ୍ଠୀ ଦିବା ଘ୩/୩୮ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ଦିବା ଘ୩/୩୮ମି ପରେ ବାୟବ୍ୟ କୋଣରେ। ମଙ୍ଗଳବାର, ଅଗନ୍ତବ୍ୟ ତିଥି, ବିଷ୍ଟିକରଣ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ମେଷରାଶିର ଏବଂ ଦିବା ଘ୩/୩୪ମି ପରେ ବିଛା ରାଶିର ଘାତଚନ୍ଦ୍ର।ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନିମ୍ବ, ଦିବା ଘ୩/୩୮ମି ପରେ ତାଳ ଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା ପ୍ରାତଃ ଘ୭/୮ମି ରୁ ଘ୮/୩୯ମି ପର୍ଯ୍ୟନ୍ତ।କାଳବେଳା ଦିବା ଘ୧/୧୫ମି ରୁ ଘ୨/୪୭ମି ପର୍ଯ୍ୟନ୍ତ।କାଳରାତ୍ରି- ରାତ୍ରି ଘ୭/୧୮ମି ରୁ ଘ୮/୪୭ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ- ଦିବା ଘ୮/୦ମି ରୁ ଘ୧୦/୨୪ମି ମଧ୍ୟେ, ଘ୧୨/୪୮ମି ରୁ ଘ୨/୨୪ମି ମଧ୍ୟେ, ଘ୩/୨୧ମି ରୁ ଘ୪/୪୮ମି ମଧ୍ୟେ, ସୂର୍ଯ୍ୟାସ୍ତରୁ ରାତ୍ରି ଘ୬/୪୦ମି ମଧ୍ୟେ, ଘ୯/୪ମି ରୁ ଘ୧୨/୨୮ମି ମଧ୍ୟେ, ଘ୧/୫୨ମି ରୁ ଘ୩/୨୮ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ନାହିଁ । ପୁଷ୍କରଦୋଷ- ମୃତ ବ୍ୟକ୍ତିର ୧ ପାଦ ବାର ପୁଷ୍କର ଦୋଷ। ଫଳଂ କୃଷିହାନି ଓ ଭୁମିଦାନ। ଦିବା ଘ୯/୩୦ମି ପରେ ୨ ପାଦ ବାର ଓ ନକ୍ଷତ୍ର ପୁଷ୍କର ଦୋଷ । ଫଳଂ କୃଷି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ। ଭୂମି ଓ ତିଳ ସୁବର୍ଣ୍ଣ ଦାନ। ଏବଂ ଦିବା ଘ୩/୩୮ମି ପରେ ୩ ପାଦ ବାର, ତିଥି, ନକ୍ଷତ୍ର ପୁଷ୍କର ଦୋଷ। ଫଳଂ କୃଷିହାନି, ଗୋପଶୁ ଓ ଗୋତ୍ରବଂଶ, ସନ୍ତାନ ସନ୍ତତିର ବିନାଶ। ଭୂମି, ଅନ୍ନବସ୍ତ୍ର, ତିଳସୁବର୍ଣ୍ଣ ଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ଦଶମାସ ଦିବା ଘ୯/୩୦ମି ପରେ ସମ୍ବତ୍ସର ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ଘ୯/୩୦ମି ପରେ ଦରିନ୍ଦ୍ରା । ରଜଶ୍ଚକ୍ରେ ବେଶ୍ୟା। ଘୃତକାଂସ୍ୟପାତ୍ର, ପୀତବସ୍ତ୍ର ତିଳସୁବର୍ଣ୍ଣ ତଣ୍ଡୁଳ ଦାନ। ଶାନ୍ତି କରଣୀୟ। ଶୁଭକର୍ମ:- ଯାନକ୍ରୟ, ଯାନପୂଜା, ଔଷଧକରଣ, ହଳପ୍ରବାହ, ବୀଜବପନ।
ମେଷ-ଆଜି ଆକସ୍ମିକ ଧନଲାଭ ଯୋଗ ରହିଛି।ସାହାଯ୍ୟପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।
ବୃଷ-ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।
ମିଥୁନ-ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।
ର୍କଟଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।

ସିଂହ-ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।
କନ୍ୟା-ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।
ତୁଳା-ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।
ବିଛା-ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।
ଧନୁ-ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।
ମକର-ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।
କୁମ୍ଭ-ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।
ମୀନ-ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.