ଆଜିଠୁ ବଦଳିଲା ଥାନାର ପରିସୀମା

0 143

ଭୁବନେଶ୍ୱର,୨୬ା୧(ଏସଏସନିଉଜ) ଥାନାପରିସୀମା ବିବାଦରେ ପୂର୍ଣ୍ଣଚ୍ଛେଦ ପଡିଛି। ବଡ଼ଗଡ଼ , ଲକ୍ଷ୍ମୀସାଗର ଓ ସହିଦନଗର ଥାନାର ପରିସୀମା ବଦଳା ଯାଇଛି। ଗଣତନ୍ତ୍ର ଦିବସଠାରୁ ଥାନାର ପରିସୀମା ପରିବର୍ତ୍ତନ କରାଯାଇଛି। ପୂର୍ବରୁ ସହିଦନଗର ଥାନା ଅଧୀନରେ ଥିବା ବାସୁଆଘାଇ ପଞ୍ଚାୟତ ଏବେ ବଡ଼ଗଡ଼ ଥାନା ଅଧୀନରେ ରହିବ। ସେହିପରି ଲକ୍ଷ୍ମୀସାଗର ଥାନା ଅଧୀନରେ ରହିବ ଜଗନ୍ନାଥ ନଗର। ପୂର୍ବରୁ ମଞ୍ଚେଶ୍ୱର ଓ ସହିଦନଗର ଅଧୀନରେ ଥିଲା ଜଗନ୍ନାଥ ନଗର। ଥାନା ପରିସୀମା ବଦଳିବା ଯୋଗୁ କେଶୁରା , କୋରଡକଣ୍ଟା , ବାଙ୍କୁଆଳ ଲୋକଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିଛିା

Leave A Reply

Your email address will not be published.