ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ

0 39

ଭୁବନେଶ୍ୱର,୫।୨(ଏସଏସନିଉଜ)ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି।ଦିନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ ଆରମ୍ଭ ହେବାପରେ ମୁଖ୍ୟମନ୍ତ୍ରୀ ଗୃହରେ ଶୋକପ୍ରସ୍ତାବ ରଖିବେ । ଷୋଡଶ ବିଧାନସଭାର ୧୫ତମ ଅଧିବେଶନ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି । ଆସନ୍ତା ୮ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରାୟ ୨ ଲକ୍ଷ ୬୦ ହଜାର କୋଟିର କାମଚଳା ବଜେଟକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବାରୁ ଏହାର ଗୁରୁତ୍ୱ ରହିଛି।ଅନ୍ୟପଟେ ସରକାରଙ୍କୁ ଘେରିବାକୁ ବିଜେପି ଓ କଂଗ୍ରେସ ତାଙ୍କର ରଣନୀତି କରିଥିବାର ଜଣାପଡିଛି। ତେବେ ଅଧିବେଶନ ବେଳେ ଆନ୍ଦୋଳନକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩୨ ପ୍ଲାଟୁନ ଫୋର୍ସ ମୁତୟନ ସାଙ୍ଗକୁ ଏସଓଜି , ଷ୍ଟ୍ରାଇକିଂ ଫୋର୍ସ , କ୍ୱିକ୍ ଆକ୍ସନ ଟିମ୍ , ଡଗ୍ ସ୍କ୍ୱାଡ୍ ସହ ଅଗ୍ନିଶମ ବିଭାଗର ଟିମ୍ ଉପସ୍ଥିତ ରହିବେ।

Leave A Reply

Your email address will not be published.