ଆଜିଠୁ ୟୁଟ୍ୟୁବ୍‌ରେ ପାଠପଢ଼ା

ଖବର ଆଜିରତାରିଖ ୨୧-୦୬-୨୦୨୧/ ସୋମବାର

0 274

୧-ଆଜି ସକାଳ ସାଢେ ୬ଟାରେ ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପିଏମ୍ ମୋଦୀ
୨–ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ପ୍ରଥମ ଇଂନିସରେ ୨୧୭ ରନରେ ଭାରତ ଅଲଆଉଟ ।ନ୍ୟୁଜିଲାଣ୍ଡ ୧୦୧/୨ .
୩-ଆଜିଠୁ ୟୁଟ୍ୟୁବ୍‌ରେ ପାଠପଢ଼ା .
୪-ଅନାଥ ଶିଶୁଙ୍କ ପାଇଁ ଆସିଲା ଆଶୀର୍ବାଦ ଯୋଜନା । ବାପା ଓ ମା’ଙ୍କୁ ହରାଇଥିଲେ ମିଳିବ ମାସିକ ୨୫୦୦ ଟଙ୍କା ।
୫–ସିଏଚ୍‌ଏସଇ ପରୀକ୍ଷା ନିୟନ୍ତ୍ରକ ଡ.ବିଜୟ ସାହୁଙ୍କ ସୂଚନା- ବିକଳ୍ପ ମୂଲ୍ୟାୟନ ଯୋଗୁ ଚଳିତ ବର୍ଷ ଭଲ ହେବ ଯୁକ୍ତ ଦୁଇ ପରୀକ୍ଷାଫଳ। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ମୋଟ ପାସହାର ୯୦ ପ୍ରତିଶତରୁ ଅଧିକ ରହିବ।
୬–ଛତିଶା ନିଯୋଗ ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ, ସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ।ସ୍ନାନଯାତ୍ରା ପାଇଁ ରାତି ୧ଟାରେ ମଙ୍ଗଳାର୍ପଣ, ଭୋର ୪ଟା ପର୍ଯ୍ୟନ୍ତ ପହଣ୍ଡି ।ଗୁଣ୍ଡିଚା ଯାତ୍ରା: ସକାଳ ୮.୩୦ରେ ପହଣ୍ଡି, ଅପରାହ୍ଣ ୩ଟାର ରଥଟଣା ବାହୁଡ଼ା ଯାତ୍ରା: ମଧ୍ୟାହ୍ନ ୧୨ଟାରୁ ଦିନ ୨.୩୦ ପର୍ଯ୍ୟନ୍ତ ପହଣ୍ଡି; ଅପରାହ୍ଣ ୪ଟାରେ ରଥଟଣା।ଭୋର ୪ଟାରୁ ସକାଳ ୫.୩୦ ସୁନାବେଶ, ବେଶ ଓଲାଗି ରାତି ୧୧ଟାରୁ ୧୨ଟା
୭–ଆଜିଠାରୁ ରାଜ୍ୟରେ ସମ୍ପୂର୍ଣ୍ଣ ଟିକାକରଣ ଅଭିଯାନ, ପ୍ରତିଦିନ ୩ ଲକ୍ଷ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ।
୮–ସମ୍ବଲପୁର ଜିଲ୍ଲା ରେଡ଼ାଖୋଲ ବନଖଣ୍ତ(କେନ୍ଦୁପତ୍ର)ବିଭାଗ ଲୁହାପଙ୍କ ଗାଡୁମୁଣ୍ତା ଠାରେ ଦନ୍ତାହାତୀ ଆକ୍ରମଣରେ ଜଣେ କେନ୍ଦୁପତ୍ର ବନ୍ଧେଇ ଶ୍ରମିକ ମୃତ ; ୨ ଗୁରୁତର
୯-ଋଣଭାରରେ ଡୁବୁଛି ପାକିସ୍ତାନ: ଚୀନ, ଆଇଏମଏଫ୍‌ ପରେ ବିଶ୍ବ ବ୍ୟାଙ୍କରୁ ଆଣିଲା ୪୪୨ ମିଲିୟନ ଡଲାର
୧୦-ପୁଣି ରୂପ ବଦଳାଉଛି କରୋନା ଭୂତାଣୁ । ବିଶେଷଜ୍ଞ କହିଲେ, ସତର୍କ ନହେଲେ ଚିନ୍ତାର କାରଣ ହୋଇପାରେ ଡେଲଟା ପ୍ଲସ ଭାରିଆଣ୍ଟ ।
୧୧-ଗଙ୍ଗା ସ୍ନାନ ଉପରେ ଲାଗିଥିଲା କଟକଣା, ନିୟମ ଭାଙ୍ଗି ଗଙ୍ଗାରେ ବୁଡ଼ ପକାଇଲେ ଶହ ଶହ ଲୋକ ।
୧୨-ଗୁଜୁରାଟ ପରେ ଏବେ କେଜ୍ରିୱାଲଙ୍କ ଫୋକସରେ ପଞ୍ଜାବ: ଆଜି ପଞ୍ଜାବ ଗସ୍ତ ସମୟରେ ଦଳରେ ସାମିଲ ହୋଇପାରନ୍ତି ପୂର୍ବ ଆଇପିଏସ୍ ଅଫିସର ।
୧୩-ପ୍ରତିବନ୍ଧକ ହଟାଇଲା ୟୁଏଇ, ଜୁନ ୨୩ରୁ ଭାରତରୁ ଦୁବାଇକୁ ଆରମ୍ଭ ହେବ ବିମାନ ଚଳାଚଳ ।
୧୪-UPSC ସିଭିଲ୍‌ ସର୍ଭିସେସ୍ ପରୀକ୍ଷା ସ୍ଥଗିତ ।ଶୁଭ ସକାଳ,ସୁପ୍ରଭାତ।

Leave A Reply

Your email address will not be published.