ଆଜିର ରାଶିଫଳ

ଶନିଦେବଙ୍କ କୃପାପାଇଁ କଣକରିବେ ଜାଣନ୍ତୁ?

0 192

୨୦୨୩ ମସିହା ସେପ୍ଟେମ୍ବର ମାସ ୧୬ ତାରିଖ ଶନିବାର। ଶ୍ରୀଜୀଉଙ୍କର ଶ୍ରୀମନ୍ଦିରରେ ଦାବାଗ୍ନିଲୀଳା, ଦ୍ବିତୀୟାର ଚ଼ନ୍ଦ୍ରଦର୍ଶନ ପୂଜା ଓ ଅର୍ଘ୍ୟଦାନ, ମାସାନ୍ତ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୭/୩୭,ସୂର୍ଯ୍ୟାସ୍ତ- ଘ୫/ ୪୫/୪୯,ଭାଦ୍ରବମାସ,ଶୁକ୍ଳପକ୍ଷ,ଶୌରିବାସ,ତିଥି- ପ୍ରତିପଦ୍ ଦିବା ଘ୯/୨୨ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ଦିବା ଘ୯/୨୨ମି ପରେ ଉତ୍ତର ଦିଗରେ। ଶନି ବାର, ଦର୍ଶତିଥି, ମଙ୍ଗଳଯୁକ୍ତ ଦୋଷ ହେତୁ, ଓ ମାସାନ୍ତ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ବୃଷରାଶିର ଘାତ ଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ପାଣିକଖାରୁ ଦିବା ଘ୯/୨୨ମିପରେ ବୋଇତାଳୁ ଭକ୍ଷଣ ନିଷେଧ।ଅଶୁଭ ବେଳା-କାଳବେଳା ପ୍ରାତଃ ଘ୫/୩୮ମି ରୁ ଘ୭/୯ମି ମଧ୍ୟେ, ଦିବା ଘ୪/୧୩ମି ରୁ ଘ୫/୪୫ମି ପର୍ଯ୍ୟନ୍ତ।କାଳରାତ୍ରି ସୂର୍ଯ୍ୟାସ୍ତ ଘ୫/୪୫ମି ରୁ ଘ୭/୧୩ମି ମଧ୍ୟେ, ରାତ୍ରି ଘ୪/୯ମି ରୁ ନିଶାନ୍ତ ଘ୫/୩୮ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ପ୍ରାତଃ ରୁ ଦିବା ଘ୬/୨୭ମି ମଧ୍ୟେ, ଘ୭/୧୫ମି ରୁ ଘ୯/୩୯ମି ମଧ୍ୟେ, ଘ୧୨/୩ମି ରୁ ଘ୩/ ୧୫ମି ମଧ୍ୟେ, ଘ୪/୧୦ମି ରୁ ଘ୫/୪୬ମି ମଧ୍ୟେ, ରାତ୍ରି ଘ୧୨/୫୪ମି ରୁ ଘ୨/୩୦ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ରାତ୍ରି ଘ୨/୩୦ମି ରୁ ଘ୩/୧୮ମି ପର୍ଯ୍ୟନ୍ତ ।ପୁଷ୍କରଦୋଷ- ମୃତ ବ୍ୟକ୍ତିର ୨ପାଦ ବାର ଓ ନକ୍ଷତ୍ର ପୁଷ୍କରଦୋଷ। ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ। ଭୂମି ଓ ତିଳସୁବର୍ଣ୍ଣ ଦାନ। ଦିବା ଘ୮/୨୪ମି ପରେ ୧ ପାଦ ବାର ପୁଷ୍କର ଦୋଷ। ଫଳଂ କୃଷିହାନି ଓ ଭୂମିଦାନ। ଦିବା ଘ୯/୨୨ମି ପରେ ୨ ପାଦ ବାର ଓ ତିଥି ପୁଷ୍କର ଦୋଷ। ଫଳଂ କୃଷିହାନି ଓ ଗୋପଶୁ ସମ୍ପଦର ବିନାଶ। ଭୂମି ଓ ଅନ୍ନବସ୍ତ୍ର ଦାନ ସହିତ ହୋମାଦି ଶାନ୍ତିବିଧେୟ।ପ୍ରଥମ ରଜୋଦ ର୍ଶନେ- ରଜଶ୍ଚକ୍ରେ ଦିବା ଘ୯/ ୨୨ମି ପର୍ଯ୍ୟନ୍ତ ବାର ଓ ତିଥି ଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲ ରଙ୍ଗରପୁଷ୍ପ ଅର୍ପଣ ତାପରେ ବାରଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ,ରଜଶ୍ଚକ୍ରେ ସୁଭଗା ଲକ୍ଷ୍ମୀଯୁକ୍ତା।ଶୁଭକର୍ମ:- ନାହିଁ।
🐏ମେଷ👉ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି।
🐮ବୃଷ👉ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଦେଖାଦେଇ ପାରେ ପ୍ରତିଯୋଗି ତାରେ ସଫଳତା ପାଇବେ । କୌଣସି ଜିନିଷ କିମ୍ବା ଜମିଜମା କିଣିବାସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ।
👩‍❤️‍👨ମିଥୁନ👉ଆଜି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବ୍ୟବସାୟ ବାଣିଜ୍ୟ କ୍ଷେତ୍ର ରେ ଉଚ୍ଚଫଳପ୍ରାପ୍ତି ହୋଇ ପାରେ ।ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବଜନିତ କାରଣରୁ ମନସ୍ତାପ କରିବେ ।ଅବଶ୍ୟ ଆର୍ଥିକ ଦିଗରୁ ଉପକୃତମଧ୍ୟ ହେବେ, ଏପରିକି ବକେୟା ମଧ୍ୟ ପାଇ ପାରନ୍ତି।
🦀କର୍କଟ👉ଆଜି ହଠାତ୍ କାୈଣସି ଶୁଭଖବର ପାଇ ବିସ୍ମୟ ପ୍ରକାଶ କରିବେ । ବିଶେଷ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ।ବନ୍ଧୁମାନଙ୍କ ଆଦର କାର୍ଯ୍ୟରେ ସଫଳତା ପୃଷ୍ଠଭୂମି ହୋଇପାରେ। ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବା ସାଙ୍ଗକୁ କଳ୍ପନା ବିଳାସୀ ହୋଇପାରନ୍ତି।
🦁ସିଂହ👉ଆଜି ଆପଣ କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମକରି ଅଭିଳଷିତ ଜିନିଷ ହାସଲ କରିବେ। ସାମାଜିକ ସ୍ତରରେ ମଧ୍ୟ ସମ୍ମାନ ଲାଭ ହେବ। ମନ ଭୁଲାଣିଆ ପଦେ ମଧୁର କଥାରେ ବିମୋହିତ ହୋଇ ଅନ୍ୟମାନଙ୍କ ଦ୍ୱାରା ସହଜରେ ପ୍ରଭାବିତ ହୋଇପାରନ୍ତି।
🙎‍♀️କନ୍ୟା👉ଆଜି ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇବେ। ଆର୍ଥିକ ସମସ୍ୟା ଯୋଗୁ ବ୍ୟସ୍ତ ରହିବାକୁ ପଡ଼ି ପାରେ।ଦୁଃଖକୁ ମନରେ ରଖି ମୁହଁରେ ହସ ଫୁଟାଇ କର୍ମ କ୍ଷେତ୍ରରେ ଅବତୀର୍ଣ୍ଣ ହେବେ।
⚖️ତୁଳା👉ଆଜି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।ବିବାଦୀୟ ଘଟଣାର ସମାଧାନରୁ ଆଶ୍ୱସ୍ତି ଲାଭ କରିବେ।
🦂ବିଛା👉ଆଜି ଯାତ୍ରା ସମୟ ରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ନୈରାଶ୍ୟ ଜନକ ସ୍ଥିତିରୁ ମାନସିକ କଷ୍ଟ ଅନୁଭବ କରିବେ।ବନ୍ଧୁମାନଙ୍କ ଅସଂଯତ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସମସ୍ୟାକୁ ବଢ଼ାଇଦେବ।
⊰🏹ଧନୁ👉ଆଜି ଅତୀତ ସ୍ମୃ ତି ରୋମନ୍ଥନ କରି ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ମାନସିକ ଅସୁସ୍ଥତାର ଅନ୍ୟ ଏକ କାରଣ ହୋଇପାରେ। ଆପଣଙ୍କ କାର୍ଯ୍ୟ ଓ ଚିନ୍ତାଧାରା ନିଜ ଲୋକମାନଙ୍କ ମନରେ ଭିନ୍ନ ଭାବ ପୋଷଣ କରିପାରେ।
🐊ମକର👉ଆଜି ପରିବାର ରେ ଭୁଲ୍‌ ବୁଝାମଣାରୁ ଅଶାନ୍ତି କର ପରିବେଶ ସୃଷ୍ଟି ହେବା ଆଶଙ୍କା ରହିଛି ।ଭ୍ରମଣ ସୁଯୋଗଲାଭ ହେବ।ଇଚ୍ଛା ବିରୋଧୀପରିସ୍ଥିତିର ସମ୍ମୁଖୀନ ହୋଇ ଆପଣଙ୍କକଠୋର ବାକ୍ୟ ନିଜ ଲୋକମାନଙ୍କୁ ଆଘାତ ଦେଇପାରେ ।ଯାତ୍ରାସମୟରେ ସତର୍କତା ଅବଲମ୍ବନ କରନ୍ତୁ।
🏺କୁମ୍ଭ👉ଆଜି ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସ ମ୍ମାନିତ ହୋଇ ପାରନ୍ତି।ନିକଟ ସମ୍ପର୍କୀୟ ମାନଙ୍କଦ୍ୱାରା ସାହା ଯ୍ୟ ଲାଭକରି ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିପାରି ବେ । ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡ଼ିପାରେ।
🐟ମୀନ👉ଆଜି ଭଲ ସମ୍ପର୍କ ନ ଥିବା ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପ୍ରତିକୂଳ ମନ୍ତବ୍ୟ ପ୍ରଦାନ କରିବେ।ସ୍ବାସ୍ଥ୍ୟର କ୍ରମୋନ୍ନତି ସାଙ୍ଗକୁ ଇଚ୍ଛା ମୁତାବକ ମୂଲ୍ୟବାନ ଜିନିଷ ପ୍ରାପ୍ତ ହୋଇ ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି। ଆପଣ ଭୋଗବିଳାସ ପ୍ରତି ଆକୃଷ୍ଟ ହେବେ।

ଶନିଦେବଙ୍କ ବିଶେଷକୃପା ପାଇବାକୁଚାହୁଁଥିଲେ କଣକରିବେ ଜାଣନ୍ତୁ
ଶନିଦେବଙ୍କୁନେଇ ଆମମନରେ ଭୟ ଏବଂ ଡର ରହିଥାଏଯେ ,ଶନି ଯାହାଜାତକରେ ପ୍ରବେଶକରନ୍ତି ତାଙ୍କଜୀବନ ଦୁଃଖ,ଯନ୍ତ୍ରଣାରେ ଭରିଯାଏ ।ଯଦି ଆମେ ସଠିକଭାବେ ଶନିଦେବଙ୍କର ପୂଜାପାଠ କରିବା ଜୀବନରୁ ଦୁଃଖଯନ୍ତ୍ରଣା ଦୂରକରିଦେଇ ସଫଳତାରେ ଭରିଦେବେ ଶନିଦେବ ।
ଶନିବାରଦିନ ନ୍ୟାୟଦେବତାଶନିଦେବଙ୍କୁ ଆରାଧନାକରାଯାଏ। ଶନିବାରଦିନ ଶନିଦେବଙ୍କୁ ପୂଜାକଲେ ସବୁକଷ୍ଟ ଦୂରହୋଇଥାଏ।ଯେଉଁମାନଙ୍କର ଶନିଦୋଷରୁ ମୁକ୍ତିପାଇଁ ମୂଳନକ୍ଷତ୍ରଯୁକ୍ତ ଶନିବାରରୁ ଆରମ୍ଭକରି ସାତଟିଶନିବାରଯାଏଁ ପୂଜାକରିବାସହ ବ୍ରତପାଳନକରିବାଉଚିତ।ସମ୍ପୂର୍ଣ୍ଣ ନିୟମଅନୁସାରେ ପୂଜା ଓ ବ୍ରତ ପାଳନକଲେ ଶନିଦେବଙ୍କକୃପା ପ୍ରାପ୍ତହୋଇଥାଏ ଓ ଦୁଃଖଦୂରହୋଇଥାଏ।ଶନିଦେବଙ୍କପୂଜା କରିବାସମୟରେ କିଛିନିୟମ ପାଳନକରିବା ଆବଶ୍ୟକ।ପଶ୍ଚିମଦିଗଆଡକୁ ମୁହଁକରି ଶନିଦେବଙ୍କୁପୂଜାକରିବା ଉଚିତ ଏବଂ ମନ୍ତ୍ର ଜପକରିବାଉଚିତ।କାରଣ ଶନିଦେବଙ୍କୁ ପଶ୍ଚିମଦିଗରସ୍ୱାମୀ ବୋଲିକୁହାଯାଏ।ପୂଜାକରିବା ସମୟରେ ସଫା ସୁତୁରାରହିବ ନିହାତିଆବଶ୍ୟକ।ଶନିଦେବଙ୍କ କୃପାପାଇଁ ଜାଣନ୍ତୁ କିଛି ଖାସମନ୍ତ୍ର-(୧)ଓଁ ପ୍ରାଂ ପ୍ରିଂ ପ୍ରୋଂ ଶନିଶ୍ଚରାୟ ନମଃ(୨) ଓଁ ଶନ୍ନୋଦେବୀରଭିଷ୍ଟୟ ଆପୋ ଭବନ୍ତୁ ପିତୟେ ଶନ୍ୟୋରଭିତ୍ତବନ୍ତୁ ନଃ(୩) ଓଁ ଏଂ ହଲିଂ ଶ୍ରୀଶନିଶ୍ଚରାୟ ନମଃ
ଶନିଦେବଙ୍କୁ ସନ୍ତୁଷ୍ଟପାଇଁ ତାଙ୍କର ପ୍ରିୟବାରଶନିବାରଦିନ ସୂର୍ଯ୍ୟାସ୍ତପରେ ଦକ୍ଷିଣଦିଗକୁ ମୁଁହକରି ଘରେ କିମ୍ବା ଶନିମନ୍ଦିରରେ ରାଶିତେଲରେ ଦୀପଟିଏଜଳାଇଲେ ଶନିଦେବ ଅତ୍ୟନ୍ତପ୍ରସନ୍ନହେବେ ।ଶନିବାରଦିନ ଡ଼ଙ୍ଗାର ଏକ କଣ୍ଟାଆଣି ଘରଦୁଆରବନ୍ଧରେ ବାଡେଇବାଦ୍ୱାରା ଶନିଦେବଙ୍କଶୁଭଦୃଷ୍ଟି ପଡିବାସହଶୁଭଫଳ ଦେଇଥାନ୍ତି ।
ଯଦି ଆପଣ ଭାବୁଛନ୍ତିଯେ ଶନିଦେବଙ୍କର ଆପଣଙ୍କଉପରେ କୋପଦୃଷ୍ଟି ପଡିଛିବୋଲି ତେବେଶନିବାରଦିନ ଏକକଳାଘୋଡାରନାଲଆଣି ମୁଦିତିଆରିକରି ହାତରେପିନ୍ଧନ୍ତୁ ।ଶନିଦେବଙ୍କକୋପଦୃଷ୍ଟି ଆପଣଙ୍କଉପରୁ ଦୂରେଇଯିବ ଓ ଶନିବାରଦିନ ବାଡ଼ିଅଁଳାଚେର ପାଖରେରଖନ୍ତୁ ,ଏହାଦ୍ୱାରାଶନିଦେବଙ୍କ ଅଶୁଭନଜର ମଧ୍ୟ ଆପଣଙ୍କଠାରୁ ଦୁରେଇଯିବ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Leave A Reply

Your email address will not be published.