ବିଦ୍ୟାଳୟପରିଚାଳନା ସଭାପତି ଚଳାଇଲେବିଦ୍ୟାଳୟ

0 102

ବାରଙ୍ଗ ୧୪/୯(ଏସଏସନିଉଜ) ଭୁବନେଶ୍ବର ବ୍ଲକର ୨୦ଟି ପଞ୍ଚାୟତରେ ପ୍ରାଥମିକ ଶିକ୍ଷକଶିକ୍ଷୟିତ୍ରୀମାନେ ୩ଦଫା ଦାବୀ ନେଇ ଆନ୍ଦୋଳନ କରିବା ଫଳରେ ଅନେକ ବିଦ୍ୟାଳୟରେ ଶିକ୍ଷା ପ୍ରଦାନ ହୋଇପାରୁନାହିଁ।ଏହି ପରିପେକ୍ଷୀରେ ଉପକଣ୍ଠ ଦାଢାପଞ୍ଚାୟତର କେନ୍ଦୁପାଟଣା ଉତ୍କଳମଣି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୨ଜଣ ଶିକ୍ଷୟିତ୍ରୀ ଓ ଜଣେ ଶିକ୍ଷକ ସାମୂହିକ ଛୁଟି ନେଇ ଆନ୍ଦୋଳନରେ ସାମିଲ ହେବା ଫଳରେ ବିଦ୍ୟାଳୟରେ ପାଠପଢା ବନ୍ଦ ରହିଥିଲା।ଗୁରୁବାର ବିଦ୍ୟାଳୟ ପରିଚାଳନା କମିଟି ତରଫରୁ କମିଟି ସଭାପତି ଜଗନ୍ନାଥ ଭଞ ଓ କମିଟି ସଦସ୍ୟ ମାନଙ୍କ ଉଦ୍ୟମ କ୍ରମେ ବିଦ୍ୟାଳୟରେ ବିଭିନ୍ନ ସାଧାରଣ ଜ୍ଞାନ,ବକୃକ୍ତା,କୁଇଜ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା।ପ୍ରଥମରୁ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀମାନେ ଏଥିରେ ଭାଗ ନେଇଥିଲେ।ଏହାପରେ ମଧ୍ୟାନ୍ନ ଭୋଜନ ଛାତ୍ରଛାତ୍ରୀ ଖାଇ ସାରିବାପରେ ଛାତ୍ରଛାତ୍ରୀଙ୍କୁ ଛୁଟି କରିଥିଲେ।ଫଳରେ ଫଳରେ ଅଭିଭାବକଙ୍କ ମଧ୍ୟରେ ଏଭଳି ପ୍ରଚେଷ୍ଟାକୁ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.