ଆକାଶରେ ଦେଖାଗଲା ଅସାଧାରଣ ଦୃଶ୍ୟ

0 322

ବାରଙ୍ଗ,୨୫/୧୧(ଏସ୍‌ଏସ୍‌ନିୟୁଜ)ଆଜି ସନ୍ଧ୍ୟାରେ ଚନ୍ଦ୍ର ଚାରିପଟରେ ଇନ୍ଦ୍ରଧନୁ ସଦୃଶ ବଳୟ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା ।ଏହି ଅସାଧାରଣ ଦୃଶ୍ୟକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ଲୋକମାନେ ଏହି ଦୃଶ୍ୟକୁ କୈାତୁହଳର ସହ ଦେଖିଥିଲେ ।ଆଉ କେବେ ଦେଖାଦେବ,କାହିଁକି ଘଟିଲା ,ଏପରି ଅନେକ ପ୍ରଶ୍ନ ସାଧାରଣରେ ଶଙ୍କା ବଢାଇଥିଲା ।

ମେଘ ଓ  ଆଲୋକଦ୍ୱାରା ସଂଗଠିତ ଏହା ହେଉଛି ଏକ ଅସାଧାରଣ ଦୃଶ୍ୟ ।ଏହି ବଳୟ ଗୋଟିଏ ବର୍ଷରେ ଶହେରୁ ଅଧିକ ଥର ଘଟିଥାଏ । ବେଳେବେଳେ ଚନ୍ଦ୍ର ଓ ସୁର୍ଯ୍ୟ ଚାରିପଟେ ଏପରି ବଳୟ ସୃଷ୍ଟି ହୋଇଥାଏ ।୨୦ହଜାରେ ଫୁଟ ଉର୍ଦ୍ଧ ଉଚ୍ଚତାରେ ପତଳାମେଘ ରହିଲେ ଦିନରେ ସୁର୍ଯ୍ୟ ଓ ରାତିରେ ଚନ୍ଦ୍ର ଚାରିପଟେ ଏହିପରି ବଳୟ ଦେଖାଦେଇଥାଏ ।ତେବେ ଏହାର ପ୍ରଭାବ ପୃଥିବୀ ଉପରେ ନଥିବାବେଳେ ବାୟୁମଣ୍ଡଳରୁ ଝଡପୁର୍ବରୁ ମେଘ ପତଳା ହୋଇ ଖୁବ ଉପରକୁ ଉଠିଯାଏ,ଗୋଟିଏ ଦିନ ପରେ ଏହା ତଳକୁ ଆସି ବହୁତ ବର୍ଷା କରିଥାଏ ।ତେଣୁ ସାଧାରଣତଃ ସୁର୍ଯ୍ୟ ଓ ଚନ୍ଦ୍ର ଚାରିପଟେ ଏକ ବଳୟ ଦେଖାଗଲେ ପରବର୍ତିସମୟରେ ବର୍ଷା ହେବାର ସମ୍ବାବନା ଥାଏ ବୋଲି ପଠାଣିସାମନ୍ତ ପ୍ଲାନେଟାରିୟମ୍ ର ଉପ-ନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.