ଟ୍ରେଡ଼ ୟୁନିୟନ ଧର୍ମଘଟରେ ଯୋଗ ଦେବେ ନାହିଁ ସରକାରୀ କର୍ମଚାରୀ

0 296

ଖବର ଆଜିର,ତାରିଖ ୨୬-୧୧-୨୦ ଗୁରୁବାର
୧-୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୁରିଲା ୧୨ ବର୍ଷ, Covid ସତ୍ତ୍ୱେ ସହିଦଙ୍କ ଶ୍ରଦ୍ଧାଞ୍ଜଳି ଲାଗି ଅନୁଷ୍ଠିତ ହେବକାର୍ଯ୍ୟକ୍ରମ ।
୨-ଦଶମ ଓ +୨ ପରୀକ୍ଷା ସମ୍ପର୍କରେ ଏକ ସ୍ୱତନ୍ତ୍ର ଜାତୀୟ ମାର୍ଗଦର୍ଶିକା ଜାରି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।
୩-ଟ୍ରେଡ଼ ୟୁନିୟନ ଧର୍ମଘଟରେ ଯୋଗ ଦେଇ ପାରିବେ ନାହିଁ ସରକାରୀ କର୍ମଚାରୀ; କେନ୍ଦ୍ର ସରକାର ଜାରି ଗଲେ ମାର୍ଗଦର୍ଶିକା ।
୪-ଆଜି ଧର୍ମଘଟ : ବିଧାୟକମାନଙ୍କ ପାଇଁ ପୁଲିସ ସହାୟତା ନମ୍ବର ଜାରି ।
୫-ଓଡିଶା ଇତିହାସରେ ସବୁଠାରୁ ବଡ ଭିଜିଲାନ୍ସ ରେଡ । ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକଙ୍କ ୧୫ଟି ସ୍ଥାନରେ ଚଢାଉ । ଲକଡାଉନ ବେଳେ ଚାଟାର୍ଡ ପ୍ଲେନରେ ବୁଲୁଥିଲେ ଅଭୟ ।
୬-ପରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର । ୪ ମାସ ପରେ ବି ଜଣାପଡିଲାନି କିଏ କରିଛି ହତ୍ୟା?
୭-କେନ୍ଦ୍ର ଗୃହ ମନ୍ତ୍ରାଳୟ ଡିସେମ୍ବର ମାସ ପାଇଁ ନୂତନ ନିର୍ଦ୍ଦେଶାବଳୀ ସହିତ ସମ୍ବଳିତ କୋଭିଡ୍‌-୧୯ ଗାଇଡ୍‌ଲାଇନ୍ ବା ମାର୍ଗଦର୍ଶିକା ଜାରି : ପରିସ୍ଥିତିକୁ ଆକଳନ କରି ଆବଶ୍ୟକ ସ୍ଥଳେ ରାଜ୍ୟ ସରକାରମାନେ ଆବଶ୍ୟକୀୟ ସ୍ଥାନୀୟ ପ୍ରତିବନ୍ଧକ ଲଗାଇପାରିବ ।
୮-ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦ ନେଇ ଗୃହରେ ମୁଲତବୀ ଆଲୋଚନା ।
୯-ଆତଙ୍କବାଦୀଙ୍କ ସହ ସଂପର୍କ ରଖିବା ଅଭିଯୋଗରେ ପିଡିପି ନେତା ଗିରଫ୍ । ନିଲମ୍ବିତ ଡିଏସପି ଦେବିନ୍ଦରଙ୍କ ସହ ଥିଲା ସଂପର୍କ
୧୦-କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ମଧ୍ୟରୁ ଶେଷରେ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ଏସସିବିରେ କାଳିଆର ମୃତ୍ୟୁ ଘଟିଛି।
୧୧-ରିଙ୍ଗରେ ଆଉ ଦେଖିବାକୁ ମିଳିବନି ରେସଲିଙ୍ଗ ଲିଜେଣ୍ଡଙ୍କ ଦମଦାର ଫାଇଟ୍ । ୩୦ ବର୍ଷର ଐତିହାସିକ ଯାତ୍ରା ପରେ ଡଡଋ ଦୁନିଆକୁ ଅଲବିଦା ଜଣାଇଲେ ଅଣ୍ଡରଟେକର ।।
୧୨-ମାଲାୟଲମ ଫିଲ୍ମ ‘ଜଲିକଟ୍ଟୁ’ ସହ Oscar ୨୦୨୧ରେ ଭାରତର ପ୍ରବେଶ ।
୧୩-ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ସାବାଳିକା ନିଜ ଇଚ୍ଛାରେ ଯେ କୌଣସି ସ୍ଥାନରେ ଓ କାହା ସହିତ ବି ରହିପାରିବେ ।
୧୪-୬୦ ବର୍ଷ ବୟସରେ କିମ୍ବଦନ୍ତୀ ଫୁଟବଲ ଖେଳାଳୀ ମାରାଡୋନଙ୍କ ପରଲୋକ ।
୧୫-ରାତିକ ପାଇଁ ଚେନ୍ନଇ ବିମାନ ବନ୍ଦର, ମେଟ୍ରୋ ଷ୍ଟେସନ୍ ବନ୍ଦ ।
୧୬-ବାଇଡେନଙ୍କୁ ଜିନ୍‌ପିଙ୍ଗଙ୍କ ଅଭିନନ୍ଦନ ।
୧୭-ଗତ ଦଶଦିନ ମଧ୍ୟରେ ଶିରିଡ଼ି ସାଇ ମନ୍ଦିରକୁ ଭକ୍ତ ଦାନ କରିଛନ୍ତି ୩.୦୯ କୋଟି ଟଙ୍କା ।

 

Leave A Reply

Your email address will not be published.