ବାରଙ୍ଗ ପ୍ରେସ୍ କ୍ଲବରେ ରକ୍ତଦାନ ଶିବିର

0 300

ବାରଙ୍ଗ,୨୫/୧୧(ଏସଏସନିୟୁଜ)ରକ୍ତଦାନ ମହତ ଦାନ।ରକ୍ତ ଅଭାବ କାରଣରୁ ଅନେକ ସମୟରେ ବହୁତ ଲୋକ ମୃତ୍ୟୁବରଣ କରୁଛନ୍ତି।ତେଣୁ ରକ୍ତ ଅଭାବ ରୁ କେହି ମୃତାହତ ନ ହୁଅନ୍ତୁ,ସେଥିପାଇଁ ବାରଙ୍ଗ ପ୍ରେସ କ୍ଲବ ଓ ସମ୍ବାଦ ଆମ ଓଡ଼ିଶା ର ମିଳିତ ଆନୁକୁଲ୍ୟରେ ବୁଧବାର ବାରଙ୍ଗ ପ୍ରେସ କ୍ଲବ କାର୍ଯ୍ୟାଳୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।ବାରଙ୍ଗ ଅଟୋ ମାଲିକ ସଂଘ ଓ ପ୍ରେସ କ୍ଲବ ର ସଦସ୍ୟମାନେ ସ୍ବେଛାକୃତ ଭାବରେ ରକ୍ତ ଦାନ କରିଥିଲେ।ଏସ୍ ସି ବି ମେଡିକାଲ ବ୍ଲଡ୍ ବ୍ୟାଙ୍କ୍ ର ସହଯୋଗରେ ରକ୍ତ ସଂଗ୍ରହ କରାଯାଇଥିଲା।ଏହି ଶିବିରରୁ ୨୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ବାରଙ୍ଗ ପ୍ରେସ କ୍ଲବ ର ସଭାପତି ଲିଙ୍ଗରାଜ ରାଉତ,ରୁଦ୍ରନାରାୟଣ ଷଡ଼ଙ୍ଗୀ, ପ୍ରକାଶ ଚନ୍ଦ୍ର ସାହୁ, ଦେବେନ୍ଦ୍ର ନାଥ ସାହୁ, ତ୍ରିଲୋଚନ ଦାସ, ଦୁଷ୍ମନ୍ତ ଜେନା, ଚିତ୍ରସେନ ବାରିକ, ସୁକାନ୍ତ କୁମାର ବେହେରା,ଲୋଚନ ମୁଦୁଲି, ମୁନା ଖାନ୍,ଗୌତମ ରାଉତ ଓ ପ୍ରଶାନ୍ତ ସାହୁ ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ।(ବାରଙ୍ଗରୁ ଗୌତମ ରାଉତ ଙ୍କ ରିପୋର୍ଟ)

Leave A Reply

Your email address will not be published.