ବନ୍ଦ ହେବ ନନ୍ଦନକାନନ ସଫାରୀ !

0 1,505

ବାରଙ୍ଗ,,୨୫/୧୧(ଏସଏସନିୟୁଜ)ବାଜିରେ ଲାଗିଛି ଜିଦ୍ । ଅବ୍ୟବସ୍ଥାରେ ଏବେ ନନ୍ଦନକାନନ ଟେଣ୍ଡର ପକ୍ରିୟା , ଟେଣ୍ଡର ଡକାଗଲା ।ହେଲେ ଭାଗ ନେଉନାହାନ୍ତି କେହି । ଥରେ ନୁହେଁ ,ଦୁଇ ଦୁଇ ଥର ଟେଣ୍ଡର ଡକାଯାଇଥିଲେ ମଧ୍ୟ କେହି ହେଲେ ଭାଗ ନେଉନାହାନ୍ତି ।ଏହିଭଳି ଏକ ଘଟଣା ନନ୍ଦନକାନନରେ ଘଟିଥିଲେ ମଧ୍ୟ କର୍ତୁପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।ଏହାମଧ୍ୟରେ ନନ୍ଦନକାନନ ଅକ୍ଟୋବର୪ତାରିଖରେ ଖୋଲି ଆଉ ଦିକେଇଟା ପରେ ଦୁଇମାସ ଚାଲିବ ।ଏହାଭିତରେ ମଧ୍ୟ ପର‌୍ୟ୍ୟଟକମାନେ ବୋଟିଂ,ସଫାରୀ,ବେଟାରୀଚାଳିତ ଅଟୋ ସହ ପାର୍କିଂ ର ସୁବିଧା ପାଇପାରିନାହାନ୍ତି ।ତେବେଅଧିକାରୀମାନଙ୍କର ଆନ୍ତରିକତାର ଅଭାବ ଏହାର ମୁଖ୍ୟ କ।ରଣ ବୋଲି ଚର୍ଚ୍ଚା ଯୋର ଧରିଛି ।ବିଶ୍ୱବିଖ୍ୟାତ ନନ୍ଦନକାନନ ମଧ୍ୟ ମହାମାରୀ କରୋନା କବଳରୁ ବାଦ ପଡିନଥିଲା ।କରୋନାପାଇଁ ମାର୍ଚ୍ଚ ୧୫ରୁ ପର‌୍ୟ୍ୟଟକମାନଙ୍କ ପାଇଁ ନନ୍ଦନକାନନକୁ ବନ୍ଦ କରାଯାଇଥିଲା ।ମାର୍ଚ୍ଚ୩୦ ତାରିଖ ଥିଲା ସଫାରୀ ନେଇଥିବା ଠିକାଦରର ଶେଷ ତାରିଖ ।କିନ୍ତୁ କର୍ତୁପକ୍ଷଙ୍କ ଖାମଖିଆଲ ମନୋଭାବ ଯୋଗୁ ଟେଣ୍ଡର ଅବଧି ସରିବାର ୧ମାସ ପୁର୍ବରୁ ଟେଣ୍ଡର ପ୍ରକିୟା କରିଥିଲେ ହୁଏତ ଆଜି ସଫାରୀ କୁ ନେଇ ଦେଖାଦେଇଥିବା ଅଚଳାବସ୍ଥା ସୃଷ୍ଟି ହୋଇନଥାନ୍ତା ।ନନ୍ଦନକାନନ ଖୋଲିଲା ।ଏହାପରେ ନନ୍ଦନକାନନ କର୍ତୁପକ୍ଷ ଦୁଇଦୁଇଥର ସଫାରୀ ପାଇଁ ଟେଣ୍ଡର ଡାକିଥିଲେ ମଧ୍ୟ କୈାଣସି ଠିକାଦର ଅଂଶଗ୍ରହଣ କରି ନଥିଲେ । ସଫାରୀ ପାଇଁ କର୍ତୁପକ୍ଷଙ୍କ ନୁଆ ସର୍ତ- ଆଗରୁ ଥିଲା ଦୁଇବର୍ଷ ,କିନ୍ତୁ ନୁଆ ଟେଣ୍ଡରରେ ୬ମାସ,ଆଗରୁ ସଫାରୀ ଷ୍ଟାଣ୍ଡ ସରିସୃପ ଉଦ୍ୟାନ ପାଖରେ ଥିବାବେଳେ ଏବେ ଜିରାଫ ଏନକ୍ଲୋଜର ପାଖରେ ହୋଇଛି । ଆଗରୁ ବର୍ଷକୁ ୭୬ ଲକ୍ଷଟଙ୍କାରେ ଟେଣ୍ଡର ଯାଇଥିବାବେଳେ ଏବେ ମାସକୁ ୫ଲକ୍ଷଟଙ୍କା ସହ ଅନ୍ୟ ୪୪ଟି ସର୍ତ କର୍ତୁପକ୍ଷ ରଖିଥିଲେ ।ଯାହାକୁ ଠିକାଦାରମାନେ ଗ୍ରହଣ କରିପାରିନଥିବାର ଜଣାପଡିଛି ।ଯାହାଫଳରେ ଦୁଇଦୁଇଥର ହୋଇଥିବା ସଫାରୀ ଟେଣ୍ଡରରେ ଠିକାଦାରମାନେ ଅଂଶଗ୍ରହଣ କରିନଥିବାର ଦେଖିବାକୁ ମିଳିଛି ସଫାରୀପାଇଁ ଦୁଇଥର ଓ ବୋଟିଂ ପାଇଁ ମଧ୍ୟ ଥରେ ହୋଇଥିବା ଟେଣ୍ଡରରେ କେହି ଭାଗ ନେଇନାହାନ୍ତି ।କିଛି ଠିକାଦାର କର୍ତୁପକ୍ଷଙ୍କୁ ଭେଟି ସର୍ତରେ ପରିବର୍ତନ ପାଇଁ ପ୍ରସ୍ଥାବ ଦେଇଥିଲେ ମଧ୍ୟ ନିଜର ଜିଦରେ ଅଟଳ ରହିଥିଲେ କର୍ତୁପକ୍ଷ ।ଯାହାର କୁପରିଣାମ ଏବେ ନନ୍ଦନକାନନକୁ ଭୋଗିବାକୁ ପଡୁଥିବାବେଳେ ପର‌୍ୟ୍ୟଟକମାନଙ୍କୁ ନିରାଶ ହେବାକୁ ପଡୁଛି ।ନିଜ ଜିଦ୍ କୁ ନେଇ ବାଜି ପଡିଥିବାର ନନ୍ଦନକାନନରେ ଦେଖିବାକୁ ମିଳିଛି ।ନନ୍ଦନକାନନ ତାର ରାଜସ୍ୱ ଆଦାୟ କ୍ଷେତ୍ରରେ ଘରୋଇକରଣ ଏକ ପ୍ରମୁଖ ମାଧ୍ୟମ ସାଜିଥିଲା ।ଏହି ଜିଦ ଯୋଗୁ କର୍ତୁପକ୍ଷ ଓ ଠିକାଦାର ଛକାପନ୍‌ଝାରେ ରହୁଥିବାର ଅନୁମାନ କରାଯାଉଛି ।

ଯାହାକୁ ନେଇ ନନ୍ଦନକାନନ ସଫାରୀ ବନ୍ଦ ହେଇଯିବ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ସମୟହିଁ କହିବ ନନ୍ଦନକାନନର ସ୍ୱାର୍ଥ ଦୃଷ୍ଟିରୁ କର୍ତୁପକ୍ଷ ଠିକାଦାରମାନଙ୍କୁ କିଭଳି ଟେଣ୍ଡର ପ୍ରକିୟାରେ ସମିଲ କରାଇ ପାରୁଛନ୍ତି ତାକୁ ଦେଖିବାକୁ ବାକି ରହିଲା ।ଅନ୍ୟପଟେ ବୋଟିଂ ଓ ସଫାରୀର ଅବ୍ୟବସ୍ଥା ପରେ ବେଟାରୀଚାଳିତ ଅଟୋ ସହ ପାର୍କିଂର ବ୍ୟବସ୍ଥା ଅଦ୍ୟାବଧି ହୋଇପାରିନଥିବାର ଜଣାପଡିଛି ।କେବେ ନନ୍ଦନକାନନ କର୍ତ୍ତୁପକ୍ଷ ତାଙ୍କ ଜିଦ୍ ଭାଙ୍ଗିବେ ସଫାରୀ , ବୋଟିଂ , ବ୍ୟାଟେରୀ ଗାଡି ଏବଂ ପାର୍କିଂ ବ୍ୟବସ୍ଥା ସୁରୁଖୁରୁରେ ଚାଲିବ ତାବା ଦେଖିବା ବାକି ରହିଲା । (ବାରଙ୍ଗରୁ ଗୌତମରାଉତ ଙ୍କ ରିପୋର୍ଟ )

Leave A Reply

Your email address will not be published.