ଆଖଣ୍ଡଳମଣିଙ୍କ ଦର୍ଶନ ମନା

ଭଦ୍ରକ, ୧୦/୧(ଏସଏସନିୟୁଜ) ଭଦ୍ରକ ଜିଲାର ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କଟକଣା ଜାରିକରିଛି ଜିଲ୍ଲାପ୍ରଶାସନ ।କରୋନାସଂକ୍ରମିତଙ୍କ ସଂଖ୍ୟା ଯେଉଁଭଳିଭାବେ ବୃଦ୍ଧି ପାଉଛି ଏହାକୁ ଦୃଷ୍ଟିରେ ରଖି ପୀଠରେ ୧୪୪ଧାରା ଜାରି ପାଇଁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ସୂଚନା ଦିଆଯାଇଛି ।ଏହାସହ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯାଇଛି ।ଏହି କଟକଣା ରବିବାର ରାତି ଗୋଟାଏରୁ ଜାନୁଆରୀ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ଲାଗୁକରାଯାଇଛି ।ସେହିପରି ପୀଠରେ କୌଣସି ମେଳା, ମହୋତ୍ସବ ଆଦି ଆୟୋଜନ ନ କରିବାକୁ ପ୍ରଶାସନ ପକ୍ଷରୁ କଡା ନିର୍ଦେଶ ଦିଆଯାଇଛି।ତେବେ ଆଜି ଦୂରଦୂରାନ୍ତରରୁ ବହୁଭକ୍ତ ବାବାଙ୍କ ଦର୍ଶନ ପାଇଁ ଆସି ନିରାଶରେ ଫେରିଛନ୍ତି ।

- Advertisement -

Leave A Reply

Your email address will not be published.