ଯୁବତୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୧୦/୧(ଏସଏସନିୟୁଜ)ସୋମବାର ଭରତପୁରରେ ସୁରେଖା ପଲେଇ ନାମକ ଯୁବତୀଙ୍କ ମୃତଦେହକୁ ପୋଲିସ ଜବତ କରିଛି। ମୃତ ଯୁବତୀ ଜଣକ ତାରିଣୀ ବସ୍ତିରେ ରହୁଥିବା ବେଳେ ବ୍ରହ୍ମଗିରି ଅଂଚଳର ବୋଲି ଜଣାପଡ଼ିଛି ।ପୋଲିସ ମୃତଦେହ ନିକଟରୁ ୨ଟି ମୋବାଇଲ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।ଗତକାଲିରାତିରେ ଯୁବତୀଜଣଙ୍କ କିଛି ଯୁବକଙ୍କ ସହମିଶି ଭୋଜି କରିଥିଲେ । ଆଜି ନିକଟସ୍ଥ ଏକ ଘର ଭିତରୁ ତାଙ୍କ ମୃତ ଦେହ ଜବତ କରାଯାଇଛି । ପାରିପାଶ୍ୱିର୍କସ୍ଥିତିରୁ ଯୁବତୀଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।ଅନ୍ୟପଟେ ତାଙ୍କ ବେକରେ ଦାଗ ରହିଥିବାରୁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ବୋଲି କୁହାଯାଉଛି ।

- Advertisement -

Leave A Reply

Your email address will not be published.