ଆଖି ବୁଜିଲେ ଲତା ମଙ୍ଗେସକର

0 491

ଭୁବନେଶ୍ୱର,୬/୨(ଏସଏସନିଉଜ) ଆଖି ବୁଜିଲେ କୋକିଳକଣ୍ଠୀ ଲତା ମଙ୍ଗେସକର । ୨୯ଦିନ ହେଲା ଭେଣ୍ଟିଲେଟରରେ ଥିଲୋ କରୋନାରେ ସଂକ୍ରମିତ ହୋଇ ଜାନୁଆରୀ ୮ ତାରିଖରେ ମେଡିକାଲରେ ଭର୍ତି ହୋଇଥିଲେ ।ସେ କୋଭିଡ୍ ୧୯ ଓ ନିମୋନିଆ ରୋଗରୁ ସୁସ୍ଥ ହୋଇଥିଲେ ମଧ୍ୟ ପୁଣି ଥରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ମଧ୍ୟ ପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ମଞ୍ଚ କଳାକାର ଥିଲେ । ଲତା ୫ବର୍ଷ ବୟସରୁ ତାଙ୍କ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ବାପାଙ୍କ ଦେହାନ୍ତ ପରେ ଆଜୀବନ ଅବିବାହିତ ରହି ଲତା ପରିବାର ଭରଣପୋଷଣ ନିମନ୍ତେ ସେ ୧୯୪୨ରୁ ସଙ୍ଗୀତ ଜୀବନ ଆରମ୍ଭ କଲେ ।

Leave A Reply

Your email address will not be published.