ଚିଲିକା ମଝିରେ ଅଟକିଲା ଭସାପୋଲ

0 374

ବ୍ରହ୍ମଗିରି,୬/୧(ଏସଏସନିଉଜ) ଯାତ୍ରୀବାହୀ ଭସା ପୋଲ ମଝି ଚିଲିକାରେ ଫସିଯାଇଛି ।ସାତପଡ଼ାରୁ ଜହ୍ନିକୁଦା ଯାଉଥିବା ବେଳେ ମହିଁଶା ଗାଁ ନିକଟରେ ଏହି ଭସା ପୋଲଟି ଅଟକି ଯାଇଛି । ୨ଟି ଯାତ୍ରୀ ବାହୀ ବସ୍ ସହିତ ଶତାଧିକ ଯାତ୍ରୀ ଥିବା ଜଣାପଡ଼ିଛି । ନିୟନ୍ତ୍ରଣ ହରାଇ ଟ୍ରାକ୍ ମିସ୍ କରିବାରୁ ମଝି ଚିଲିକାରେ ଫସିଥିବା ସୂଚନା ରହିଛି । ଦୁଇଟି ବସ ସହ ଶହ ଶହ ଯାତ୍ରୀ ଏବେ ଉଦ୍ଧାର ପାଇଁ ଅପେକ୍ଷା କରିଥିବାର ଜଣାପଡିଛି ।

Leave A Reply

Your email address will not be published.