ଆଖିବୁଜିଲେ କରୋନା ଆକ୍ରାନ୍ତ, ପୁଣି ଗୋଟିଏ ଦିନରେ ୫୮ ଚିହ୍ନଟ

0 243

ଭୁବନେଶ୍ବର:୧୦/(ଏସଏସଏନ୍) କରୋନା ମହାମାରୀ ତାର କାୟା ବିସ୍ତାର କଲାଣି । ଏହି ମହାମାରୀ କରୋନାରେ ପୂର୍ବରୁ ୨ ଜଣ କ ମୃତୁ ହୋଇଥିବା ବେଳେ ଆଜି ପୁଣି ଆଉ ଜଳକର ମୃତ୍ୟୁ ଘଟିଛି । ଖାଲି ସେତିକି ନୁହେଁ ଜଣକ ର ମୃତ୍ୟୁ ପରେ ମଧ୍ୟ ଆଜି ଗୋଟିଏ ଦିନରେ ରାଜ୍ୟରେ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୧୫, ଗଞ୍ଜାମ ୨୯, ଅନୁଗୁଳ ୧୩ ଜଣ ଓ ମୟୁରଭଞ୍ଜରୁ ଜଣେ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୨୮୧ ଚିକିତ୍ସିତ ହେଉଥିବା ବେଳେ ୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୩ଜଣଙ୍କର ମୃତ୍ୟୁ ଘଟିଛି । ତେବେ ପ୍ରଥମ ଥର ଲାଗି ରବିବାର ଅନୁଗୁଳକୁ କରୋନା ପ୍ରବେଶ କରିଛି ।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି । ସେଥିରୁ ୧୧୭ ଚିକିତ୍ସିିତ ହେଉଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଯାଜପୁରରେ ୫୫ (୧ସୁସ୍ଥ), ଖୋର୍ଦ୍ଧା ୫୦ (୩୨ ସୁସ୍ଥ), ବାଲେଶ୍ୱର ୪୨ (୯ସୁସ୍ଥ), ଭଦ୍ରକ ୨୫ (୧୨ସୁସ୍ଥ), ସୁନ୍ଦରଗଡ଼ ୧୩ (୬ସୁସ୍ଥ), ଅନୁଗୁଳ ୧୩, ମୟୁରଭଞ୍ଜ ୮ ଓ କେନ୍ଦ୍ରାପଡା ୮ (୨ ସୁସ୍ଥ) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଅନୁଗୁଳକୁ ମିଶାଇ ଏବେ ରାଜ୍ୟର ୨୦ ଜିଲ୍ଲାକୁ କରୋନା ପ୍ରବେଶ କରିସାରିଛି । ତେବେ ଏ ସମସ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି, ସେ ନେଇ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.