ଆମ୍ବବରେଇ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ

0 179

ବାରଙ୍ଗ,୧୦/୨(ଏସ ଏସ ନିଉଜ) ବାରଙ୍ଗ ବ୍ଲକ ବେଲଗଛିଆ ପଞ୍ଚାୟତର ଆମ୍ବବରେଇ ଗ୍ରାମର ରାଧାଗୋବିନ୍ଦ କ୍ଲବ ପ୍ରାଙ୍ଗଣରେ ପ୍ରତିବର୍ଷ ଭଳି ସୋମବାର ବାର୍ଷିକ ଓଡ଼ିଶୀ ନାମ ସଂକୀର୍ତ୍ତନ ଓ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ଗ୍ରାମର ବହୁ ମାନସିକଧାରୀ ନିକଟସ୍ଥ ପୁରୀ ମୁଖ୍ୟ କେନାଲରୁ ପାଣି ଉଠାଇ କଳସ ଶୋଭାଯାତ୍ରାରେ ବାହାରି ସଂକୀର୍ତ୍ତନ ସ୍ଥଳରେ ପହଞ୍ଚିଥିଲେ।୪୮ ମଣ୍ଡଳ ସଂକୀର୍ତ୍ତନ ମଣ୍ଡଳୀର ଦେଉଳି,ଭାଣପୁର,ବ୍ରାହ୍ମଣୀଗାଁ ଏବଂ ଆମ୍ବବରେଇକୁ ନେଇ ସମୁଦାୟ ଚାରୋଟି ଦଳ ଏଥିରେ ଅଂଶ ଗ୍ରହଣ କରିଥିଲେ।ସନ୍ଧ୍ୟାରେ ସମସ୍ତ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସେହିପରି ମଙ୍ଗଳବାର ନାମଯଜ୍ଞ ହୋଇଥିବା ବେଳେ ବୁଧବାର ଶେଷ ଦିନରେ ଯଜ୍ଞର ପୂର୍ଣ୍ଣାହୁତି ଦିଆଯିବା ସହ ନଗରକୀର୍ତ୍ତନ କାର୍ଯ୍ୟକ୍ରମ ହୋଇଯାଇଛି।ଗ୍ରାମର ଆବାଳବୃଦ୍ଧବନିତା ଏଥିରେ ସହଯୋଗ କରିଥିଲେ।ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହୋଇଥିଲା।

Leave A Reply

Your email address will not be published.