ସୁଶୀଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ

0 179

ବାରଙ୍ଗ,୧୦/୨(ଏସ ଏସ ନିଉଜ)ମହାବୀର କ୍ରିକେଟ କ୍ଲବ ଇଂଜଣା ଆନୁକୂଲ୍ୟରେ ପ୍ରଥମ ସୁଶୀଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଟି ୧୬ ଗୋଟି ଦଳକୁ ନେଇ ଆୟୋଜନ କରାଯାଇଥିଲା । ପ୍ରଥମ ଉଦ୍ଘାଟନୀ ମ୍ୟାଚ୍ ରେ ନେତାଜୀ କ୍ରିକେଟ କ୍ଲବ ବରିମୁଣ୍ଡ ଓ ରଘୁନାଥପୁର କ୍ରିକେଟ କ୍ଲବ ମଧ୍ୟରେ ମ୍ୟାଚ ଆୟୋଜନ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ନେତାଜୀ କ୍ରିକେଟ କ୍ଲବ ବରିମୁଣ୍ଡ ନିର୍ଦ୍ଧାରିତ ୧୨ ଓଭରରେ ୧୭୯ ରନ ସଂଗ୍ରହ କରିଥିଲା ବେଳେ ରଘୁନାଥପୁର କ୍ରିକେଟ ଟିମ ୧୩୦ ରନ ରେ ସିମିତ ରହିଥିଲା । ତେବେ ନେତାଜୀ କ୍ରିକେଟ କ୍ଲବ ବିଜୟ ହାସଲ କରିଥିଲା । ପରବର୍ତ୍ତୀ ଦ୍ଵିତୀୟ ପର୍ଯ୍ୟାୟ ମ୍ୟାଚ କଳାରାହାଙ୍ଗ କ୍ରିକେଟ କ୍ଲବ ଏବଂ ଜରିପାଟଣା କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ମ୍ୟାଚ ରେ ପ୍ରଥମେ ବ୍ୟାଟିଂ କରି ଜରିପାଟଣା କ୍ରିକେଟ କ୍ଲବ ନିର୍ଦ୍ଧାରିତ ୧୨ ଓଭରରେ ୮୦ ରନ ସଂଗ୍ରହ କରିଥିଲା । ଯାହାକୁ କଳାରାହାଙ୍ଗ କ୍ରିକେଟ କ୍ଲବ ୭ ଓଭରରେ ନିଜ ଲକ୍ଷ୍ୟ ରେ ପହଂଚିଯାଇଥିଲା । ଫଳରେ କଳାରାହାଙ୍ଗ କ୍ରିକେଟ କ୍ଲବ ବିଜୟ ହାସଲ କରିଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେଡିର ମୁଖପାତ୍ର ସମରେନ୍ଦ୍ର ସାହୁ , ନିର୍ମଳ ରାଉତ , ପ୍ରଦୀପ ଦାସ , ହେମନ୍ତ କୁମାର ପରିଡା , ସଂଜୟ କୁମାର ପତି , ଅନ୍ତର୍ଯ୍ୟାମୀ ବେହେରା ଏବଂ ଗ୍ରାମର ମୁରବି ଶ୍ରୀଧର ବେହେରା , ଅର୍ଜୁନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ମ୍ୟାଚ କୁ ମହାବୀର କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ ।

Leave A Reply

Your email address will not be published.