ଆମେ ବେକାର ନାଗରିକ ନୁହେଁ

0 454

ଭୁବନେଶ୍ୱର,୮/୧(ଏସଏସନିଉଜ): ଆମେ ବେକାର ଯୁବକ ହୋଇପାରୁ କିନ୍ତୁ ବେକାର ନାଗରିକ ନୁହେଁ ।କେବଳ ଆମେ ଆମ ପାଈଁ ବଂଚିବା ଦରକାର ନାହିଁ ସମାଜ ପାଇଁ ଆମକୁ କିଛି କରିବା ଦରକାର ।ଏଥିପାଇଁ ଅର୍ଥର ଆବଶ୍ୟକତା ନାହିଁ କେବଳ ଦୃଢଇଛାଶକ୍ତି ଓ ମନୋବଳ ରହିଲେ ଅନ୍ୟମାନଙ୍କ ମୁହଁରେ ଆମେ ହସ ଫୁଟାଇପାରିବା ବୋଲି କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ସାଂସଦ ଡ.ଅଚ୍ୟୁତସାମନ୍ତ କହିଛନ୍ତି ।କିଟ୍ କ୍ୟାମ୍ପସ୍-୭ରେ ଅଡିଟରିୟମରେ ଉଦ୍ୟମଟ୍ରଷ୍ଟର ଦ୍ୱିତୀୟବାର୍ଷିକ ଉସବରେ ମୁଖ୍ୟଅତିଥିଭାବେ ଯୋଗଦାନ କରି ଉଦ୍ୟମ ଟ୍ରଷ୍ଠର ଉଦ୍ୟମକୁ ପ୍ରଂଶସା କରିଛନ୍ତି ।ଚାକିରି ନାହିଁ ,ପାଖରେ ପଇସା ନାହିଁ ତଥାପି ଗରିବଲୋକମାନଙ୍କୁ ସାହାର୍ଯ୍ୟ କରିବାର ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃହ୍ଟିକରିଛି ଉଦ୍ୟମ ଚାରିଟେବୁଲ ଟ୍ରଷ୍ଟ ବୋଲି କହିଥିଲେ ।ମୁଖ୍ୟବକ୍ତାଭାବରେ ଅବସରପ୍ରାପ୍ତ ଚିଫ୍ ସେକ୍ରେଟାରୀ ବିଜୟକୁମାରପଟ୍ଟନାୟକ ଯୋଗଦେଇ ଦୁଇବର୍ଷ ମଧ୍ୟରେ ଉଦ୍ୟମ ଟ୍ରଷ୍ଟର ପିଲାମାନଙ୍କଦ୍ୱାରା କରାଯାଇଥିବା ବିଭିର୍ଣ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

https://youtu.be/BTzRNj8-5sQ

ପଟିଆ ଗ୍ରାମ ଙ୍ଗଳସମିତିର ସଭାପତି ତଥା ଉଦ୍ୟମଟ୍ରଷ୍ଟର ଉପଦେଷ୍ଟା ସନ୍ତୋଷକୁମାରମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ଉଦ୍ୟମଟ୍ରଷ୍ଟଚାରିଟେବୁଲଟ୍ରଷ୍ଟର ସଭାପତି ଦିଲିପକୁମାରସ୍ୱାଇଁ ଙ୍କ ଟିମ୍ ଗତ ଦୁଇବର୍ଷ ଭିତରେ ଯେଉଁ ନିଷ୍ଠାର ସହ ଗରିବ ଲୋକଙ୍କ ମୁଷଁରେ ହସ ଫୁଟାଇବାକୁ ଉଦ୍ୟମ ଆରମ୍ଭ କରିଛି ତାହା ଯୁବପିଢିମାନଙ୍କ ପାଇଁ ଉଦାହରଣ ସୃଷ୍ଟିକରିପାରିଛି ବୋଲି କହିଥିଲେ । ଶେଷରେ ଉଦ୍ୟମଟ୍ରଷ୍ଟଚାରିଟେବୁଲଟ୍ରଷ୍ଟର ସଭାପତି ଦିଲିପକୁମାରସ୍ୱାଇଁ ଧନ୍ୟବାଦ ଦେଇଥିଲେ ।ଏହିଅବସରରେ ଉଦ୍ୟମଟ୍ରଷ୍ଟ ପକ୍ଷରୁ ରାଜ୍ୟର ବିଭିର୍ଣସ୍ଥାନରୁ ଆସିଥିବା ବିକଳାଙ୍କ ବ୍ୟକ୍ତିମାନଙ୍କୁ ହୁଇଲଚେୟାର,୪ଜଣ ଆଦିବାସୀମହିଳାଙ୍କୁ ସିଲାଇମେସିନ,୪ଜଣ ଗରିବଲୋକଙ୍କୁ ମାସକର ରାସନ ଅଦି ଅତିଥିମାନେ ପ୍ରଦାନ କରିଥିଲେ ।

Leave A Reply

Your email address will not be published.