ଆମେ ବି କମ୍ ନୁହେଁ

0 586

ଭୁବନେଶ୍ୱର,୧୦/୧୧-ଦୃଢ ଇଚ୍ଛାଶକ୍ତି ଆଗରେ ହାର୍ ମାନେ ଶରୀରର ଅକ୍ଷମତା । ଯଦି ମନରେ ଦୁନିଆ ପାଇଁ କିଛି କରି ଦେଖାଇବାର ଇଛାଶକ୍ତି ଯାଗ୍ରତ ହୁଏ , ତେବେ ସମୁଦ୍ର ବି ତା ଆଗରେ ନଇ ଭଳି ଦେଖାଯାଏ । ଏକଥା କହିବାର ତାପର୍ଯ୍ୟ ଏହିକିଯେ , ଦୁନିଆ ନଜରରେ ସେମାନେ ଆଜି ଭିନ୍ନକ୍ଷମ ହୋଇଥିଲେ ମଧ୍ୟ କାହାଠାରୁ କମ୍ ନୁହେଁ ବୋଲି ଜଣେଇଦେଇଛନ୍ତି ଦୃଷ୍ଟିହୀନ କ୍ରିକେଟ୍ ଖେଳାଳୀ । ଦାରୁଠେଙ୍ଗ ପିଣ୍ଡିକ୍ ୟୁଥ୍ କ୍ଲବ ଖେଳ ପଡିଆ ଠାରେ ଜାତୀୟ ଦୃଷ୍ଟିବାଧିତ ଅନୁଷ୍ଠାନ ଓ ଉତ୍କଳ ଦୃଷ୍ଟିହୀନ କ୍ରିକେଟ ସଂଘ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ବନାନୀ ଦୃଷ୍ଟିହୀନ ମହିଳା କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ମ୍ୟାଚ୍ ରେ ଓଡିଶାର ୪ଟି ଦଳ ଅଂଶ ଗ୍ରହଣ କରିଥିଲେ । ଗତକାଲି ଲୁଇବ୍ରେଲ(ଭରତପୁର) ଓ ରାଣାପାଟଣା(ବାଲେଶ୍ୱର) ମଧ୍ୟରେ ଖେଳାଯିବା ପରେ ରାଣାପାଟଣା ଫାଇନାଲକୁ ଉତିନ୍ନ ହୋଇଥିଲା । ୨ୟ ମ୍ୟାଚ୍ ରେ ବେତଡା ଓ ବନାନୀ ସ୍ପୋଟିଙ୍ଗ୍ ଭୁବନେଶ୍ୱର ମଧ୍ୟରୁ ବେତଡା ଫାଇନାଲ କୁ ଯାଇଥିଲେ । ଫାଇନାଲ ମ୍ୟାଚ୍ ରେ ରାଣାପାଟଣା ସହିତ ବେତଡା ମଧ୍ୟରେ ହୋଇଥିଲା । ୧୨ ଓଭର ବିଶିଷ୍ଟ ଖେଳରେ ପ୍ରଥମେ ଟଚ୍ ଜିତି ରାଣାପାଟଣା ବୋଲିଙ୍ଗ୍ ନିଷ୍ପତି ନେଇଥିଲା । ନିର୍ଦ୍ଦାରିତ ୧୨ ଓଭର ଖେଳି ବେତଡା ୭ ଉଇକେଟ୍ ହରାଇ ୯୦ରନ୍ କରିବାରେ ସକ୍ଷମ ହୋଇଥିଲେ । ଜମୁନା ମଣୀ ୧୪ବଲ୍ ଖେଳି ୨୪ ରନ୍ ସଂଗ୍ରହ କରିଥିଲେ । ରାଣାପାଟଣା ସମ୍ପୁର୍ଣ୍ଣ ୧୨ ଓଭର ଖେଳ ସୁଦ୍ଧା ୩ ଉଇକେଟ୍ ବିନିମୟରେ ୮୮ରନ୍ କରିଥିଲେ । ବେତଡା ୨ରନ୍ରେ ମ୍ୟାଚ୍ ଜିତିଯାଇଥିଲେ । ପୁରସ୍କାର ବିତରଣୀ ସଭାରେ ଜିଲ୍ଲାପରିଷଦସଭ୍ୟ ଡାକ୍ତରବେହେରା ଅତିଥିଭାବେ ଯୋଗଦାନ କରି ଚମ୍ପିୟାନ ଟିମ୍ କୁ ୮ହଜାର ଓ ରନରସଅପ୍ କୁ ୬ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହିମ୍ୟାଚକୁ ଉପଭୋଗ କରିବା ପାଇଁ ଦେଖଣାହାରିଙ୍କର ଭୀଡ ରହିଥିଲା ।

Leave A Reply

Your email address will not be published.