ସାବଧାନ ଆଗରେ ନଡିଆ ଗଛ

0 412

ଭୁବନେଶ୍ୱର,୧୧/୧୧-ସାବଧାନ ଆଗରେ ରହିଛି ନଡିଆ ଗଛ । କଥାଟା ମନକୁ ଖଟକା ଲାଗିଲେ ମଧ୍ୟ ଘଟଣାଟି ସତ୍ୟ ! କାହିଁକି ନା , ପର୍ଯ୍ୟଟକମାନଙ୍କ ମନୋରଞନର ଖୋରାକ ସାଜିଥିବା ଏହି ନଡିଆ ଗଛ ଏବେ ଚିନ୍ତାର କାରଣ ସାଜିଛି । ଦୁଇଟି ନଡିଆ ଗଛ ମଝିରେ ରହି ଫଟୋ ଉଠାଇବାରୁ ଦେବାକୁ ପଡୁଛି ଟିକସ । ପଚାଶନୁହେଁ କି ଶହେ ନୁହେଁ ପୁରା ପାଂଚଶହ ଟଙ୍କା ଜୋରିମନା ବାବଦରେ ଦେଉଛନ୍ତି ପର୍ଯ୍ୟଟକ । ଏହି ଟିକସ ଏବେ ଗୋଆର ପାରା ଗ୍ରାମପଂଚାୟତ ପର୍ଯ୍ୟଟକଙ୍କଠାରୁ ନେଉଛନ୍ତି । ଗୋଆ ସରକାର ଏହା ଜାଣିବାପରେ ତଦନ୍ତ ନିର୍ଦେଶ ଦେଇଛନ୍ତି ।

ଉତରଗୋଅରେ ରହିଛି ଏକ ପଂଚାୟତ ଯାହାର ନାମ ପାରା ପଂଚାୟତ । ଏହି ପଂଚାୟତ ଅଧିନରେ ଥିବା ରାସ୍ତାର ଦୁଇପାଶ୍ୱର୍ରେ ଧାଡିଧାଡିହୋଇ ସଜେଇ ହେବାସଦୃଶ ରହିଛି ନଡିଆ ଗଛ । ପ୍ରସସ୍ତ ରାସ୍ତା ନଥିଲେ ମଧ୍ୟ ଏହି ନଡିଆଗଛ ପଥଚାରୀଙ୍କୁ କିଛି ସମୟପାଇଁ ଅଟକାଇ ରଖିବାରେ ସହାୟକ ହୋଇଛି । ପର୍ଯ୍ୟଟକମାନେ ନଡିଆଗଛ ପାଖରେ ଫଟୋ ଉଠାଇ ମନଲୋଭା ଦୃଶ୍ୟକୁ ଉପଭୋଗ କରିବା ସହ ମଜ୍ଜା ଉଠାଇଥାନ୍ତି । ଯାହାଫଳରେ ଏହି ରାସ୍ତା ପ୍ରାୟ ସମୟରେ ଜନଗହଳି ଲାଗିରହିଥାଏ । ତେଣୁ ପଂଚାୟତ ପକ୍ଷରୁ ଏଠାରେ ଫଟୋ ଉଠାଇଲେ ପାଂଚଶହଟଙ୍କାକରି ଟିକସ ଆଦାୟ କରାଯାଇଥାଏ । ଯାହାକୁ ନେଇ ପର୍ଯ୍ୟଟକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବାରୁ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.