Browsing monthly archive

June 2020

କରୋନା-ସୁସ୍ଥ ୧୨୫ ଓ ଆକ୍ରାନ୍ତ ୧୬୭

ଭୁବନେଶ୍ୱର,୨୩/୬(ଏସ୍‌ଏସ୍‌ନିୟୁଜ) ପୁଣି ୧୬୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦କୁ ବୃଦ୍ଧି ପାଇଛି ।ଏହି ଚିହ୍ନଟଙ୍କ ମଧ୍ୟରେ ୧୫୦ଜଣ କ୍ୱାରେଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୭ଜଣ ସ୍ତାନୀୟ ଲୋକ ବୋଲି ସୁଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।ଏହି ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ୮.ନୟାଗଡରୁ୨,ବାଲେଶ୍ୱରରୁ ୧୩,ରାୟଗଡାରୁ୫, ଯାଜପୁରରୁ ୫,  ଜଗତସିଂହପୁରରୁ୧୯, କଟକରୁ୩,ଢେଙ୍କାନାଳରୁ୯, ବରଗଡରୁ୧, ଗଞାମରୁ୩୦,ଗଜପତିରୁ୪୧, ପୁରୀରୁ୧, ସୁନ୍ଦରଗଡରୁ୪ ,ବଲାଙ୍ଗିରିରୁ୧ ,ମୟୁରଭଞରୁ୧୪, ଝାରସୁଗୁଡାରୁ୩, କେନ୍ଦ୍ରାପଡାରୁ୭ ,କୋରାପୁଟରୁ ଜଣେ […]

ଜୀବନ ମୃତ୍ୟୁ ସଂଗ୍ରାମ ରେ ହାରିଗଲା କୁଲୁ

ନନ୍ଦନକାନନ:୨୩/୬(ଏସଏସଏନ୍) ଦୀର୍ଘ ଏକ ମାସ ଧରି ଜୀବନ ମୃତ୍ୟୁ ସଂଗ୍ରାମ ସହ ଲଢି ଶେଷରେ ହାରିଯାଇଛି କୁଲୁ । ଆମେ ସେହି କୁଲୁ କଥା କହୁଛୁ । ଯିଏ ୨୫ ବର୍ଷ ଧରି ନନ୍ଦନକାନନ ପ୍ରାଣୀଉଦ୍ୟାନର ହିମାଳୟ ଭାଲୁ ଖୁଆଡ ରେ ରହି ପର୍ଯ୍ୟଟକଙ୍କ ମନ ମୋହୁଥିଲା ।ସେ ଆଉ ନାହିଁ ।  ଆଜି ଅପରାହ୍ନରେ ତାର ମୃତ୍ୟୁ ହୋଇଛି । କୁଲୁ ର ମୃତ୍ୟୁ ଖବର ଶୁଣିବା ପରେ କର୍ମଚାରୀ ଠୁ ଆରମ୍ଭ କରି ପଶୁପ୍ରେମିକ […]

ମାଉସୀ ମା ମନ୍ଦିର ରେ ପହଁଚିଲେ ତିନି ଠାକୁର

ପୁରୀ: ୨୩/୬(ଏସଏସଏନ୍)ଆଜି ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ବଡ଼ ଦାଣ୍ଡ ଖାଁ ଖାଁ ରହିଥିଲା। ତଥାପି ଘଣ୍ଟ ଘଣ୍ଟା, କାହାଳୀରେ କମ୍ପି ଉଠୁଥିଲା ରଥଦାଣ୍ଡ। ପ୍ରଥମେ ତାଳଧ୍ଵଜ, ପଛେ ପଛେ ଦେବଦଳନ ଏବଂ ଶେଷରେ ନନ୍ଦିଘୋଷ ରଥରେ ମାଉସୀମା’ ମନ୍ଦିର ଅଭିମୁଖେ ବାହାରି ନିର୍ଧାରଣ ସମୟରେ ମାଉସି ମା ମନ୍ଦିରରେ ପହଁଚିଛନ୍ତି  ତିନି ଠାକୁର। ସୁପ୍ରିମକୋର୍ଟଙ୍କ କରୋନା କଟକଣା ଅନୁସାରେ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ବଡ଼ ଦାଣ୍ଡରେ ଗଡ଼ିଥିଲା ତିନି ରଥ। ସେବାୟତମାନେ ରଥକୁ ଟାଣି […]

ଶ୍ରୀଗୁଣ୍ଡିଚା(ରଥଯାତ୍ରା)ରେ କେମିତି କଟିବ ଦିନ ?

ଆଜି ଜୁନ ୨୩ ତାରିଖ ୨୦୨୦ମସିହା(ମଙ୍ଗଳବାର),ଆଷାଢ-ଶୁକ୍ଳପକ୍ଷ, ତିଥି –ଦ୍ବିତୀୟା.ଅଦ୍ୟ ଶ୍ରୀଗୁଣ୍ଡିଚା(ରଥଯାତ୍ରା) ,ମକର ରାଶିର ଘାତବାର ଆଜି ଦ୍ବିତୀୟାର ଏକୋଦିଷ୍ଟ ଓ ତୃତୀୟାର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ଆଜିର ରାଶିଫଳ ମେଷ :-କ୍ୟାରିୟରର ସୁଧାର ପାଇଁ ଭଲ ଦିନଟିଏ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ଆସିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:- ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ […]

ସକାଳ ୭ରୁ ପହଣ୍ଡି

ସଂକ୍ଷେପରେ ଆଜି ସକାଳର ଖବର (ତାରିଖ ୨୩/୦୬/୨୦, ମଙ୍ଗଳବାର) ୧-ଆଜି ଶ୍ରୀକ୍ଷେତ୍ରରେ ରଥଯାତ୍ରା : ସକାଳ ୭ରୁ ପହଣ୍ଡି,୧୨ଟାରେ ରଥଟଣା। ୨-ରଥଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଦିନ ୨ଟା ଯାଏଁ ପୁରୀ ଜିଲ୍ଲା ସଟ୍ ଡାଉନ୍। ୩-୮୦ ଟଙ୍କା ଟପିଲା ପେଟ୍ରୋଲ; ୧୬ ଦିନ ହେଲା ବଢ଼ି ଚାଲିଛି ତେଲ ଦର। ୪-ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ରାୟ ଶ୍ରୀଜଗନ୍ନାଥଙ୍କ ଅଲୌକିକ ଶକ୍ତିର ପରିଚୟ: ଦିଲିପ ରାୟ। ୫-ତିନି ମନ୍ତ୍ରୀ ଓ ଯୋଜନାବୋର୍ଡ଼ ଉପାଧ୍ୟକ୍ଷଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ […]

ସହିଦ୍ ଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା

ବାରଙ୍ଗ:୨୨/୬(ଏସଏସଏନ୍)ଲଦାଖ୍ ର ଗଲୱାନ ଉପତ୍ୟକାରେ ଚୀନ୍ ଓ ଭାରତୀୟ ଯବାନ ମୁହାଁମୁହିଁ ରେ ସଂଘର୍ଷ ଘଟି ୨୦ ଜଣ ଭାରତୀୟ ଯବାନ ସହୀଦ ହୋଇଛନ୍ତି । ଯାହାକୁ ନେଇ ସମଗ୍ର ଦେଶରେ  ଦେଶବାସୀ କ୍ଷୋଭ ପ୍ରକାଶ ପାଇଛି । ଏଥିପାଇଁ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସର୍ବତ୍ର ଚାଇନା ବିରୁଦ୍ଧରେ ସ୍ବର ଉଠୁଛି।ଏହି ପରିପ୍ରେକ୍ଷିରେ  ସୋମବାର ଅପରାହ୍ନ ୪ ଘଣ୍ଟିକା ସମୟରେ ବାରଙ୍ଗ ତ୍ରିଶୁଳିଆ ଛକ ନିକଟ ମା ବାଉଁଜୋରି ମନ୍ଦିର ପ୍ରାଙ୍ଗଣ ରେ […]

ପୁରୀଲୋକଙ୍କୁ ବଡଦାଣ୍ଡ ମନା

ଭୁବନେଶ୍ୱର,୨୨/୬(ଏସଏସନିୟୁଜ) ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ପୁରୀ ରଥଯାତ୍ରା ଉପରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟ। ଆଉ ମାତ୍ର କେଇଁଘଂଟା ପରେ ମହାପ୍ରଭୂଙ୍କର ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ।ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତିତିପର୍ବ ଆରମ୍ଭ ହୋଇଯାଇଛି ।ତେବେ ସ୍ୱତନ୍ତ୍ର ଭାବେ ପୁରୀଜିଲ୍ଲାକୁ ସଟ୍ ଡାଉନ ଘୋଷଣା କରାଯାଇଛି ।ପୁରୀଲୋକଙ୍କୁ ବଡଦାଣ୍ଡମନା ଥିବାବେଳେ ବାହାର ଲୋକ ପୁରୀକୁ ନଆସିବାପାଇଁ ବିଶେଷ ଭାବେ ଧ୍ୟାନ ଦେଉଛି ପୋଲିସ ।ଏଥିସହ ପୁରୀଜିଲ୍ଲାରେ କର୍ଫ୍ୟୁ ଜାରି ରହିବ ବୋଲି କହିଛନ୍ତି ଡିଜିପି ଅଭୟ […]

ହଟିଲା ସସପେନ୍ସ ,ମିଳିଲା ଆସ୍ବସ୍ତି

ନୂଆଦିଲ୍ଲୀ/ଭୁବନେଶ୍ବର: ୨୨/୬ : (ଏସଏସଏନ୍) ହଟିଲା ସସ୍‌ପେନ୍ସ, ବଡଦାଣ୍ଡରେ ଗଡିବ ରଥ ।ଦୀର୍ଘଦିନ ଧରି ଚାଲିଥିବା ଦ୍ୱନ୍ଦରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡିଛି ।ନିରାଶ ହୋଇପଡିଥିବା ଭକ୍ତଙ୍କୁ ଆସ୍ବସ୍ତି ମିଳିଛି ।  ଆଜି ସୁପ୍ରିମକୋର୍ଟ ପୁରୀ ରଥଯାତ୍ରା ନେଇ ଦାଖଲ ହୋଇଥିବା ମାମଲାର ଶୁଣାଣି କରି ପୁରୀରେ ରଥ ଯାତ୍ରା ଆୟୋଜନ ନେଇ ଅନୁମତି ଦେଇଛନ୍ତି । ବଡଦାଣ୍ଡରେ ଚଳିତ ବର୍ଷ ରଥ ଗଡିବା ନେଇ ସୁପ୍ରିମକୋର୍ଟ ରାୟ ଦେଇଥିଲେ ମଧ୍ୟ ବିନା ଭକ୍ତରେ ଘୋଷଯାତ୍ରା କରିବା ପାଇଁ […]

୫୧୬୦ରେ ପହଁଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର ,୨୧/୬(ଏସଏସନିୟୁଜ)ରାଜ୍ୟରେ ରବିବାର ଆଉ ୩୦୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ୨୭୨ ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୩୨ଜଣ ସ୍ଥାନୀୟ ଲୋକ ଅଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୧୬୦କୁ କୁ ବୃଦ୍ଧି ପାଇଛି। ତେବେ ୧୨୧ ଜିଲ୍ଲାରୁ ଏହି ୩୦୪ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତି ଜିଲ୍ଲାରୁ ସର୍ବାଧିକ ୪୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ […]

ଆଲବମ କୁଇନ ଦୀପା ସାହୁ ଗୁରୁତର

ଭୁବନେଶ୍ବର,୨୦/୬(ଏସଏସନିୟୁଜ)ବିଗତ ଦିନରେ ଆଲବମରେ ଅଭିନୟ କରି ସମସ୍ତଙ୍କ ପ୍ରିୟଭାଜନ ହୋଇଥିବା-ଓଡିଆ ଆଲବମ୍ କୁଇନ ତଥା ଅଭିନେତ୍ରୀ ଦୀପା ସାହୁଙ୍କୁ କ୍ୟାନସର । ଦୀପାଙ୍କୁ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ବର୍ଷ ଧରି ଜରାୟୁ କର୍କଟରେ ପୀଡ଼ିତ ହୋଇ ଅଭିନେତ୍ରୀ ଦୀପା ଚିକିତ୍ସିତ ହେଉଥିଲେ । କିଛିଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେଇଥିଲା । ଅଧିକ ଗୁରୁତର ହୋଇପଡିବାରୁ ଦୀପାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା […]