Browsing monthly archive

July 2021

ସଫଳ ପରୀକ୍ଷଣ ହେଲା ସୁପରସୋନିକ କ୍ରୁଜ଼ ମିଜାଇଲ ବ୍ରହ୍ମସ

ଭୁବନେଶ୍ୱର, ୧୨/୭(ଏସଏସନିୟୁଜ) ବାଲେଶ୍ବର ଚାନ୍ଦିପୁରରେ ଥିବା କ୍ଷେପଣାସ୍ତ୍ର କେନ୍ଦ୍ର ୩ନଂ ଲଞ୍ଚପ୍ୟାଡ଼ରୁ ସୁପରସୋନିକ କ୍ରୁଜ଼ ମିଜାଇଲ ବ୍ରହ୍ମସର ସୋମବାର ସକାଳ ୧୦ଟା ୧୫ ମିନିଟରେ ସଫଳ ପରୀକ୍ଷଣ କରାଯାଇଛି ।ଋଷ ଓ ଭାରତର ମିଳିତ ସହଯୋଗରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଯେକୌଣସି ପରିସ୍ଥିତିରେ ସ୍ଥଳଭାଗ, ଯୁଦ୍ଧ ଜାହାଜ ଓ ରେଳ ଲଞ୍ଚରରୁ ଉତକ୍ଷେପଣ କରାଯାଇପାରିବ।ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତି କରିପାରୁଥିବା ମିସାଇଲ ଲମ୍ବ ୮.୪ ମିଟର ଥିବାବେଳେ ପ୍ରସ୍ଥ ୦.୬ ମିଟର […]

ଝୁଲି ଝୁଲି ଆସୁଛନ୍ତି ଚକାନୟନ

ପୁରୀ,୧୨/୭(ଏସଏସନିୟୁଜ)ଶ୍ରୀମନ୍ଦିରରୁ ଅବକାଶ, ରୋଷହୋମ, ଦ୍ୱାରପାଳ ପୂଜା ସହ ଅନ୍ୟାନ୍ୟ ନୀତି ପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ବାହାରିଆସିଛନ୍ତି ଶ୍ରୀଜିଉ। ଭାଇଭଉଣୀଙ୍କୁ ଧରି ନବଦିନାତ୍ମକ ଯାତ୍ରାରେ ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ ଶ୍ରୀଜିଉ । ମଙ୍ଗଳାର୍ପଣ ହେବା ପରେ ପରେ ଆରମ୍ଭ ହୋଇଚି ପହଣ୍ଡି। ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତୀ ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଝୁଲି ଝୁଲି ଆସୁଛନ୍ତି । ଚାମର ପଡ଼ୁଛି, ଆଲଟ ହେବାସହ ବିଜେ କାହାଳୀ ବି ବାଜୁଛି । […]

ଆଜିର ଅନୁଚିନ୍ତା

?ବିଶ୍ୱାସ ଓ ସମ୍ମାନରେ ହିଁ ଅନେକ ସମ୍ପର୍କର ମୂଳଦୁଆ ଆରମ୍ଭ ହୋଇଥାଏ। ସେହିଭଳି ପ୍ରତେକ କାର୍ଯ୍ୟକୁ ମଧ୍ୟ ସମ୍ମାନର ସହ କରିବା ଉଚିତ । ?କିଛି ପାଇବାକୁ ହେଲେ, କିଛି ହରାଇବାକୁ ପଡିଥାଏ। ହୁଏତ ସେଥିପାଇଁ କିଛି ଲୋକ ନୂଆ ସାଥିଟିଏ ପାଇଗଲେ, ପୁରୁଣା ସାଥିଟିକୁ ହରାଇ ଦିଅନ୍ତି । ?ଯଦି ଭଗବାନଙ୍କ ନାମ ଶୁଣିବା ମାତ୍ରେ ତୁମ ଆଖିରେ ଲୁହ ଆସେ ଆଉ ତୁମ ଲୋମ ଟାଙ୍କୁରି ଉଠେ ,ତାହେଲେ ଜାଣିବ ତୁମ ମନ କାମିନୀ […]

ପର୍ଯ୍ୟଟକଙ୍କ ମନ ଜିଣିବେ

୧-ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା: ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରା କରିବେ ମହାବାହୁ, ରଥ-ପଥ ସବୁ ପ୍ରସ୍ତୁତ । ୨-ଉତ୍ତରପ୍ରଦେଶ ଏଟିଏସ୍‌କୁ ମିଳିଲା ବଡ଼ ସଫଳତା, ଲକ୍ଷ୍ନୌରୁ ୨ ସନ୍ଦିଗ୍ଧ ଆତଙ୍କୀ ଗିରଫ, ରାଜ୍ୟରେ ହାଇଆଲର୍ଟ ଜାରି । ୩-ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ପଞ୍ଜିକରଣ । ୪-କୋପା ଆମେରିକା ଫୁଟବଲ୍‌ ଫାଇନାଲ୍‌ରେ ବାଜି ମାରିଲା ଆର୍ଜେଣ୍ଟିନା। ଫାଇନାଲ୍‌ ମ୍ୟାଚ୍‌ରେ ବ୍ରାଜିଲକୁ ୧-୦ ଗୋଲ୍‌ରେ ହରାଇ ଚାମ୍ପିଅନ ହୋଇଛି ଲିଓନାଲ […]

ଆଜିର ରାଶିଫଳ

‼️?‼️ଜୁଲାଇ ମାସ ୧୨ ତାରିଖ ୨୦୨୧ ମସିହା(ସୋମବାର)ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି-ଦ୍ଵିତୀୟା ,ନକ୍ଷତ୍ର- ଅଶ୍ଳେଷା ,ଆଜି ଶ୍ରୀଗୁଣ୍ଡିଚା,ମିଥୁନ ରାଶିର ଘାତବାର,ତୃତୀୟା ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଟଳ ଭକ୍ଷଣ ନିଷେଧ। ମେଷ: –ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ବୃଷ:- ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ […]

ସିଂହଦ୍ୱାର ସମ୍ମୁଖରେ ଲାଗିଲା ତିନି ରଥ

ଭୁବନେଶ୍ୱର,୧୧/୭(ଏସଏସନିୟୁଜ)ଆଉ କେଇଘଂଟାପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ।ଏଥିନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ପର‌୍ୟ୍ୟାୟରେ ପହଂଚିଛି । ରବିବାର ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ଅନୁଷ୍ଠିତ ହୋଇଥିଲା । ଆଜ୍ଞାମାଳ ବିଜେ ପରେ ତିନି ରଥର ଚକ ଓ ଅଖରେ ତୈଳ ଲାଗି ହେବାପରେ ତିନି ରଥକୁ ଦକ୍ଷିଣ ମୋଡ଼ କରି ରଥଖଳାରୁ ସିଂହଦ୍ୱାର ସେବାୟତମାନେ ଟାଣି ଟାଣି ସିଂହ ଦ୍ୱାର ସମ୍ମୁଖକୁ ନେଇଥିଲେ । ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତିନିର୍ଘଣ୍ଟ ପ୍ରସ୍ତୁତ […]

ହୀରାକୁଦରୁ ଛଡାଗଲା ପ୍ରଥମ ବନ୍ୟାଜଳ

ଭୁବନେଶ୍ୱର,୧୧/୭(ଏସଏସନିୟୁଜ) ପୂଜାର୍ଚ୍ଚନା କରାଯାଇ ଚଳିତବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ନଦୀବନ୍ଧରୁ ରବିବାର ପୂର୍ବାହ୍ନ ୧୧ଟା ସମୟରେ ନିଷ୍କାସନ କରାଯାଇଛି। ବାମପାର୍ଶ୍ବ ସ୍ପିଲୱେ ର ୭ ଓ ୮ନଂ ଦୁଇଟି ଫାଟକ ଦେଇ ମହାନଦୀକୁ ଜଳ ନିଷ୍କାସନ ଆରମ୍ଭକରିଛି । ଖୋଲାଯାଇଥିବା ଦୁଇଟି ସ୍ଲୁଇସ ଗେଟରୁ ୧୬ ହଜାର ଘନଫୁଟ ଲେଖାଏ ଜଳ ମହାନଦୀକୁ ଛଡ଼ାଯାଉଛି। ସର୍ବୋଚ୍ଚ ଯନ୍ତ୍ରୀ ସୁନୀଲ କୁମାର ନାୟକ ଏବଂ ସମ୍ବଲପୁର ଆରକ୍ଷୀ ନୀରିକ୍ଷକ ବି ଗଙ୍ଗାଧର ନଡ଼ିଆ ଭାଙ୍ଗି ପ୍ରଥମ ଫାଟକ ଖୋଲିବା […]

ବାରଙ୍ଗ ଅଂଚଳର ଗଛ ସାର

ବାରଙ୍ଗ, ୧୧/୭(ଏସଏସନିୟୁଜ) ବାରଙ୍ଗ ଅଂଚଳର ଗଛ ସାର ନାମରେ ପରିଚିତ ବସନ୍ତ ମହାପାତ୍ର ।ଚାକିରିରୁ ଅବସର ପରେ ଗଛ ଲଗାଇବାକୁ ଏକ ପ୍ରକାର ସଉକ ବୋଲି ଧରିନେଇଛନ୍ତି । ପ୍ରତିବର୍ଷ ବର୍ଷା ରୁତୁ ଆସିଲେ ଗଛ ଲଗାଇବାକୁ ସଜବାଜ ହୋଇଯାଇଥାନ୍ତି ।ସ୍କୁଲ,କଲେଜଠାରୁ ଆରମ୍ଭ କରି ସର୍ବଜନିନ ସ୍ଥାନମାନଙ୍କରେ ଗଛ ଲଗାଇ ଆସୁଛନ୍ତିାଗଛ ଲଗାଇବା ପାଇଁ ଅଂଚଳର ବୁଦ୍ଧିଜିବୀଙ୍କଠାରୁ ଆରମ୍ଭକରି ମୁରବୀ,ଶିକ୍ଷାବିତ,ପ୍ରଶାସକ,ସାମ୍ବାଦିକ,ସ୍କୁଲକଲେଜପିଲା,ଯୁବଗୋଷ୍ଠିମାନଙ୍କୁ ସାମିଲ କରି ପରିବେଶ ସୁରକ୍ଷାର ବାର୍ତା ଦେବାସହ ପ୍ରୋତ୍ସାହିତ ମଧ୍ୟ କରିଥାନ୍ତି ।ଏହାମଧ୍ୟରେ ସେ ବହୁ […]

ଆଜିର ଅନୁଚିନ୍ତା

ଯିଏ ଶୀଘ୍ର କ୍ଷମା ମାଗିନିଏ ସେ ସବୁଠାରୁ ବଡ଼ ସାହସୀ,ଯିଏ ଶୀଘ୍ର କ୍ଷମା କରିଦିଏ ସେ ସବୁଠାରୁ ଅଧିକ ବଳବାନ; ଆଉ ଯିଏ ଶୀଘ୍ର ପଛକଥା ଭୁଲିଯାଏ, ସେ ହିଁ ସବୁଠାରୁ ବଡ଼ ସୁଖୀ । ସମୟ_ କଥା କହିପାରିନଥାଏ ନାହିଁ ସତ, କିନ୍ତୁ ଠିକ୍ ସମୟରେ କିଏ ପର ଆଉ କିଏ ଆପଣାର କହିଦେଇଥାଏ । ବେଶି ଭଲପାଉଥିବା ଲୋକୋଠାରୁ ଟିକେ ଆଘାତ ପାଇଲେ, କେବଳ ଆଖିରୁ ନୁହେଁ ହୃଦୟରୁ ବି ଲୁହ ଝରିପଡ଼େ । […]

ସଂସଦ ଘେରିବେ ଅନ୍ନଦାତା

୧. କେନ୍ଦ୍ର ଗୃହ ସଚିବଙ୍କ ସମୀକ୍ଷା: ହିଲ ଷ୍ଟେସନ ଓ ପର୍ଯ୍ୟଟନସ୍ଥଳୀରେ କୋଭିଡ ସଂକ୍ରମଣ ଚିନ୍ତା । ୮ଟି ରାଜ୍ୟ ସହ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲାଙ୍କ ସମୀକ୍ଷା ବୈଠକ । ୨. ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସମୀକ୍ଷା। ଗୋଆ, ହିମାଚଳ ପ୍ରଦେଶ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ। ୩. ୮ ରାଜ୍ୟର ମୁଖ୍ୟଶାସନ ସଚିବ, ଡିଜିପି ଓ ସ୍ବାସ୍ଥ୍ୟ ସଚିବଙ୍କ ସହ ସମୀକ୍ଷା, ମାସ୍କ […]