ମାଟିରେ ମିଶିଲା ଗଞ୍ଜେଇ ମାଫିଆ ଘର
ଭୁବନେଶ୍ବର,୯।୯(ଏସଏସନିଉଜ) ମାଟିରେ ମିଶିଲା ଗଞ୍ଜେଇ ମାଫିଆ ଘର।ନୟାପଲ୍ଲୀ ଥାନା ଅଞ୍ଚଳରେ ଘର ଭାଙ୍ଗିଲା ପୋଲିସ।ଜଣେ ମହିଳା ଗଞ୍ଜେଇ ବେପାରୀର ଘର ଭାଙ୍ଗିଲା ପୋଲିସ।
Browsing monthly archive
ଭୁବନେଶ୍ବର,୯।୯(ଏସଏସନିଉଜ) ମାଟିରେ ମିଶିଲା ଗଞ୍ଜେଇ ମାଫିଆ ଘର।ନୟାପଲ୍ଲୀ ଥାନା ଅଞ୍ଚଳରେ ଘର ଭାଙ୍ଗିଲା ପୋଲିସ।ଜଣେ ମହିଳା ଗଞ୍ଜେଇ ବେପାରୀର ଘର ଭାଙ୍ଗିଲା ପୋଲିସ।
କଟକ,୯।୯(ଏସଏସନିଉଜ)ନାବାଳିକାର ଗୋଡ଼ ଉପରେ ଚଢ଼ିଗଲା ଆମବସ୍।ଗଣେଶ ଘାଟ ଅଞ୍ଚଳରେ ଚଢ଼ିଗଲା ଆମବସ୍। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ବସ୍ ଅଟକ ରଖିବା ସହ ଗୁରୁତର ନାବାଳିକାକୁ ମେଡିକାଲକୁ ପଠାଯାଇଛି।
ବ୍ରହ୍ମପୁର,୯।୯(ଏସଏସନିଉଜ)ରାଜ୍ୟର ଅନ୍ୟତମ ଆଦିଶକ୍ତି ପୀଠ ତଥା ଗଞ୍ଜାମ ଜିଲ୍ଲାରେ ଅବସ୍ଥାପିତ ମାଆ ତାରାତାରିଣୀଙ୍କ ପୀଠରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ଅନ୍ନପ୍ରସାଦ ସେବନ ବ୍ୟବସ୍ଥା ।ଏଠାରେ ଏକାଥରକେ ୧୦ହଜାର ଭକ୍ତଙ୍କପାଇଁ ପ୍ରସାଦ ରନ୍ଧନ ବ୍ୟବସ୍ଥା କରାଯାଇଛି ।ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ୩କୋଟି ଟଙ୍କାର ବ୍ୟବବରାଦ କରାଯାଇଛି ।ଏହାକୁ ଆନୁଷ୍ଠାନିକ ଭାବେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ ଭକ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରି ଶୁଭାରମ୍ଭ କରିଛନ୍ତି।ସରକାରଙ୍କ ଆର୍ଥିକ ସହାୟତାରେ ଅତ୍ୟାଧୁନିକ ରନ୍ଧିବା ମେସିନ, ପାକଶାଳା,ଭକ୍ତଙ୍କ ଖାଇବା ପାଇଁ ସ୍ବତନ୍ତ୍ର […]
ଭୁବନେଶ୍ୱର,୯।୯(ଏସଏସନିଉଜ)ଉପରାଷ୍ଟ୍ରପତି ପଦ ପାଇଁ ଏନ୍ଡିଏ ଓ ଇଣ୍ଡିମେଣ୍ଟ ମଧ୍ୟରେ ସିଧାସଳଖ ଟକ୍କର ହେବାକୁ ଯାଉଛି।ଏନଡିଏ ପ୍ରାର୍ଥୀ ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ୍ ବନାମ ଇଣ୍ଡିମେଣ୍ଟର ବି. ସୁଦର୍ଶନ ରେଡ୍ଡୀ।ଏନଡିଏର ପୋଲିଂ ଏଜେଣ୍ଟ କିରଣ ରିଜିଜୁ, ଶ୍ରୀକାନ୍ତ ସିନ୍ଦେ ଓ ରାମମୋହନ ନାଇଡୁ ହୋଇଥିବା ବେଳେ ଇଣ୍ଡିମେଣ୍ଟର ପୋଲିଂ ଏଜେଣ୍ଟେ ନାସିର୍ ହୁସେନ୍, ମାଣିକମ୍ ଟାଗୋର ଓ ଶକ୍ତିସିଂହ ଗୋହିଲ୍ ହୋଇଛନ୍ତି।ଉଭୟ ଲୋକସଭା ଓ ରାଜ୍ୟସଭା ସଦସ୍ୟମାନେ ଦେବେ ଭୋଟ୍। ଉପରାଷ୍ଟ୍ରପତିନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟିଂ।ମତଦାନ କଲେ […]
ଭଦ୍ରକ,୯।୯(ଏସଏସନିଉଜ)ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି।ବ୍ୟାନର୍ ମରାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।କଲେଜ୍ ଗେଟ୍ ଆଗରେ ଗୋଟିଏ ଗୋଷ୍ଠୀ ପକ୍ଷରୁ ଧାରଣା ଦିଆଯାଇଥିବା ବେଳେ ବିଜୁ ଛାତ୍ର ଜନତାଦଳ ପକ୍ଷରୁ ଟାୟାର୍ ଜାଳି ବିକ୍ଷୋଭ କରାଯାଇଛି।ଉତ୍ତେଜନା ଦୃଷ୍ଟିରୁ ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ମୃତାୟନ୍ ରହିଛି।
ଚୌଦ୍ୱାର,୯।୯(ଏସଏସନିଉଜ) ଟାଙ୍ଗୀ ଥାନା ଚଟିଳଗଡ଼ା ନିକଟରେ ଆମ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।ଦୃତାଗତିରେ ଆସୁଥିବା ବେଳେ ଟ୍ୟାଙ୍କର୍ ପଛରେ ପିଟି ଦେଇଛିଆମ ବସ୍।ଯାହାଫଳରେ ୧୫ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁକଟକ ବଡ଼ ମେଡିକାଲ୍କୁ ପଠାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବାର ଜଣାପଡିଛି।
ଢ଼େଙ୍କାନାଳ.୯।୯(ଏସଏସନିଉଜ)ଗାନ୍ଧୀମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କ ପୀଠରେ ମଙ୍ଗଳବାର ଆଶ୍ୱିନମାସର ନିଶା ମଙ୍ଗଳବାର ଥିବାରୁ ମାଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା।ସକାଳୁ ମଙ୍ଗଳଆଳତି,ମହାସ୍ନାନ,ନୂତନବସ୍ତ୍ର, ବିଭିନ୍ନପ୍ରକାର ଫୁଲହାରରେ ମାଙ୍କୁ ସଜ୍ଜିତ କରାଯାଇଥିଲା।ଏହାସହ ବିଭିନ୍ନ ପ୍ରକାରର ଭୋଗ ସହ ମଧ୍ୟାହ୍ନରେ ପଣା ଲାଗି ହେବ।ସଂନ୍ଧ୍ୟା ଆଳତୀ ପରେ ପହଡ଼ ପଡ଼ିବ।ସେହିପରି ବାଜିଚୌକସ୍ଥିତ ମା ବ୍ରାହ୍ମଣୀଦେଇ ପୀଠରେ ଆଜି ଆଶ୍ୱିନମାସର ନିଶା ମଙ୍ଗଳବାର ଥିବାରୁ ମାଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା।ସକାଳୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ବିଭିନ୍ନ ପ୍ରକାର ଫୁଲହାରରେ ସଜାଜାଇଥିବାରୁ […]
ବାଙ୍କୀ,୮।୯(ଏସଏସନିଉଜ) ଭସାଣ ଯାତ୍ରା ବେଳେ ଡିଜେ ସାଉଣ୍ଡ୍ରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।ବାଙ୍କୀଥାନା ସୁବର୍ଣ୍ଣପୁରରେ ଖୁଦୁରୀକୁଣି ଭସାଣ ଯାତ୍ରା ବେଳେ ଏଭଳି ଅଘଟଣା ଘଟିଥିବାର କୁହାଯାଇଛି।ଡିଜେ ଗାଡ଼ି ପାଖରେ ନାଚୁଥିବା ବେଳେ ଯୁବକ ଜଣଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।ବାଙ୍କୀ ଉପଖଣ୍ଡ ହସ୍ପିଟାଲ୍ରେ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର।
ଢେଙ୍କାନାଳ,୮।୯(ଏସଏସନିଉଜ) କାଙ୍କଡପାଳ ନୂଆସାହିର ବଜରଙ୍ଗ କ୍ଲବ୍ ପକ୍ଷରୁ ସବୁବର୍ଷ ଭଳି ଏଥର ୪୬ତମ ଗଣେଶପୂଜା ମହସମା ରୋହର ସହ ପାଳିତ ହୋଇଛି। ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ପୂଜାତ୍ସଵ ଆସନ୍ତା ୧୬ ତାରିଖରେ ସରିବାକୁ ଯାଉଛି।ଏହି ଦିନ ପୂଜାର ଅନ୍ୟତମ ଆକର୍ଷକ ଭସାଣିକୁ ମନାଲୋଭା ଓ ଆକର୍ଷଣୀୟ କରିବା ପାଇଁ କ୍ଲବର ସଦସ୍ୟମାନେ ଏବେଠାରୁ ଉଦ୍ୟମ ଆରମ୍ଭ କରିସାରିଲେଣି।ପ୍ରତ୍ୟହ ସନ୍ତୋଷ ଭାଇନା ନୀତିକାନ୍ତିରେ ପୂଜାର୍ଜନା କରୁଥିବା ବେଳେ ପ୍ରତାପ ସାସମଲ୍ କର୍ତ୍ତା ଭାବେ ପୂଜାକାର୍ୟ୍ୟ ସମ୍ପର୍ନ୍ନ […]
ସେପ୍ଟେମ୍ବରମାସ ୦୯ତାରିଖ ୨୦୨୫ମସିହା (ମଙ୍ଗଳବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା ସନ୍ଧ୍ୟା ଘ୦୬/୩୨ଗତେ ତୃତୀୟା,ନକ୍ଷତ୍ର- ଉତ୍ତରଭାଦ୍ର ସନ୍ଧ୍ୟା ଘ୦୬/୪୭ଗତେ ରେବତୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୭/୧୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୨/ ୩୩,ଯୋଗିନୀ ଉତ୍ତରେ ସନ୍ଧ୍ୟା ଘ୦୬/୩୨ ଗତେ ପଶ୍ଚିମେ,ଧନୁରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ,କାଳବେଳା-ଦିବା ଘ୦୧/୧୩ ଗତେ ଘ୦୨/୪୫ ମଧ୍ୟେ,ବାରବେଳା- ଦିବା ଘ୦୭/୦୮ ଗତେ ଘ୦୮/୪୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ୦୮/୪୦ ଗତେ ଘ୧୦/୧୭ ମଧ୍ୟେ ଓ ଦିବା ଘ ୧୨/୪୦ ଗତେ ଘ୦୧/୧୩ ମଧ୍ୟେ ଓ […]