ଭୁବନେଶ୍ୱର,୯।୯(ଏସଏସନିଉଜ)ଉପରାଷ୍ଟ୍ରପତି ପଦ ପାଇଁ ଏନ୍ଡିଏ ଓ ଇଣ୍ଡିମେଣ୍ଟ ମଧ୍ୟରେ ସିଧାସଳଖ ଟକ୍କର ହେବାକୁ ଯାଉଛି।ଏନଡିଏ ପ୍ରାର୍ଥୀ ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ୍ ବନାମ ଇଣ୍ଡିମେଣ୍ଟର ବି. ସୁଦର୍ଶନ ରେଡ୍ଡୀ।ଏନଡିଏର ପୋଲିଂ ଏଜେଣ୍ଟ କିରଣ ରିଜିଜୁ, ଶ୍ରୀକାନ୍ତ ସିନ୍ଦେ ଓ ରାମମୋହନ ନାଇଡୁ ହୋଇଥିବା ବେଳେ ଇଣ୍ଡିମେଣ୍ଟର ପୋଲିଂ ଏଜେଣ୍ଟେ ନାସିର୍ ହୁସେନ୍, ମାଣିକମ୍ ଟାଗୋର ଓ ଶକ୍ତିସିଂହ ଗୋହିଲ୍ ହୋଇଛନ୍ତି।ଉଭୟ ଲୋକସଭା ଓ ରାଜ୍ୟସଭା ସଦସ୍ୟମାନେ ଦେବେ ଭୋଟ୍।
ଉପରାଷ୍ଟ୍ରପତିନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟିଂ।ମତଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ସଂସଦ ଭବନରେ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦି।ସନ୍ଧ୍ୟା ୫ଟା ଯାଏ ଚାଲିବ ଭୋଟ ଗ୍ରହଣ, ୬ଟାରେ ଗଣତି ହେବ ବୋଲି ଜଣାପଡିଛି।