୨୬ରେ ବାତ୍ୟା !
ଭୁବନେଶ୍ବର,୨୪।୧୦(ଏସଏସନିଉଜ)ବାତ୍ୟାକୁ ନେଇ ଆସିଲା ବଡ଼ ଅପ ଡେଟ୍।ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଧିରେ ଧରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାକୁ ଯାଉଛି । ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖରୁ ଓଡ଼ିଶାରେ ଅତିପ୍ରବଳ ବର୍ଷାସମ୍ଭାବନା ଥିବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ୨୮ ତାରିଖ ସୁଦ୍ଧା ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବାର ଥିବାରୁ ଅଶାନ୍ତ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। […]