ଦାଦାବଟି ଆଦାୟ ବେଳେ ମାଡ଼ିବସିଲା ପୋଲିସ
ମେଣ୍ଢାଶାଳ,୮।୫(ଏସଏସନିଉଜ)ଗୁରୁବାର ରାତିରେ ପଥଚାରୀମାନଙ୍କୁ କଟୁରୀ ଓ ଚାପଡ଼ ଦେଖାଇ ମାରିଦେବାକୁ ଭୟ ଦେଇ ଦାଦା ଚାନ୍ଦା ଆଦାୟ କରିବା ଅଭିଯୋଗରେ ଚନ୍ଦକାଥାନା ପୋଲିସ ୩ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।ସିଏ ହେଲେ ଚନ୍ଦକାଥାନା ଅଧୀନସ୍ଥ ଦାରୁଠେଙ୍ଗଗ୍ରାମର ସନ୍ତୋଷ ପାହାଡସିଂ ଓରଫ ଖୋବା ଓ ଗୋବିନ୍ଦସାହୁ,ବାରଙ୍ଗଥାନା ଅଧୀନସ୍ଥ ତ୍ରିଶୁଲିଆ ଗ୍ରାମର ସନ୍ତୋଷ ସାମଲ।ସେମାନଙ୍କଠାରୁ ପୋଲିସ ୧କଟୁରୀ ଓ ୨ଚାପଡ ଜବତ କରିଛି। ପ୍ରକାଶଯେ,ଗୁରୁବାରରାତିରେ ଖୋବା,ଗୋବିନ୍ଦ ଓ ସନ୍ତୋଷ ପଥଚାରୀ ଏବଂ ସ୍ଥାନୀୟବ୍ୟବସାୟୀମାନଙ୍କୁ ମାରଣାସ୍ତ୍ର ଦେଖାଇ ବେଆଇନଭାବେ […]