୫ କୋଟି ଟଙ୍କା ଠକି ଯୁବକ ଗିରଫ

କଟକ,୧୭/୩(ଏସଏସନିୟୁଜ) ୫ କୋଟି ଟଙ୍କା ଠକି ଥିବା ସାଙ୍ଗଭୀ ଏଣ୍ଟରପ୍ରାଇଜର୍ସ ସଂସ୍ଥାର ମାଲିକ ବିପ୍ର ପ୍ରସାଦ ସ୍ୱାଇଁଙ୍କୁ କଟକ ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମୋବାଇଲ ଫୋନ ଏବଂ ଟିଭି ରିଚାର୍ଜ କରିବା ନାଁରେ ଲୋକଙଙ୍କୁ ଠକିବା ସହ କମ ମୂଲ୍ୟରେ ଏହି ସୁବିଧା ବର୍ଷକ ପାଇଁ ମିଳିବ କହି ଗ୍ରାମାଞ୍ଚଳରେ ଲୋକମାନଙ୍କ ଠାରୁ ଅଗ୍ରୀମ ଅର୍ଥ ଆଦାୟ କରୁଥିଲେ ।ଆରମ୍ଭରୁ ଏହି ସୁବିଧା କିଛି ଲୋକଙ୍କୁ ଦେବାପରେ ପରବର୍ତି ସମୟରେ ଏହା ବନ୍ଦ ହୋଇଯାଇଥିଲା ।ଲୋକମାନେ ଏହି ସୁବିଧା ନପାଇବାପରେ ବହୁଖୋଜଖୋଜି କରିନିରାଶ ମଧ୍ୟ ହୋଇଥିଲେ । ଞାନରଞ୍ଜନ ଶତପଥୀ ନାମକ ବ୍ୟକ୍ତି ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ଖୋଳତାଡ଼ କରିଥିଲେ । ଗିରଫ ଯୁବକ ଜଣକଙ୍କର ଘର , ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ପାତ୍ରପଡା ଗ୍ରାମରେ । ସେ କଟକ ସଦର ଥାନା ଅନ୍ତର୍ଗତ ବୟିଆଳିଶ ମୌଜାର ଦିବାଟି ଗ୍ରାମରେ ଘର ଭଡ଼ା ନେଇ, ଏହି କାରବାର ଚଳାଇ ଆସୁଥିବାର ଅନୁଧ୍ୟାନ ବେଳେ ପୋଲିସ ଜାଣିବାକୁ ପାଇଥିଲା । ପୋଲିସ ଏହି ସଂସ୍ଥାର ଅଫିସରରୁ ୬ଟି କମ୍ପୁଟର, ହାର୍ଡଡିସ,ସମେତ ଏକ ଦାମୀ କାରକୁ ଜବତ କରି ବିପ୍ର ପ୍ରସାଦ ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments (0)
Add Comment