ଆଜିର ଅନୁଚିନ୍ତା

ତାରିଖ - ୨୫:୦୫:୨୦୨୧ ( ମଙ୍ଗଳବାର )

➡️ବ୍ଯବହାର, ସଂସ୍କାର, ସୁନ୍ଦର ବିଚାର ହିଁ ଗୋଟିଏ ବ୍ଯକ୍ତିର ଭଦ୍ରତାର ପରିଚୟ ଦିଏ ।
➡️ଯେଉଁ ବ୍ୟକ୍ତି ଅହଂକାରର ବଶବର୍ତ୍ତୀ ହୋଇ କିଛି ପଦକ୍ଷେପ ନେଇଥାଏ ସେ ହିଁ ଅହଂକାର ପାଇଁ ଦିନେ ପଶ୍ଚାତାପ କରେ !
➡️”ଟଙ୍କା ଧାର ଦିଅନ୍ତୁ , କିନ୍ତୁ ଭଲ ଭାବରେ ଚିନ୍ତା କରିବା ପରେ , କାହିଁକି ନା ନିଜ ଟଙ୍କା ଭିକାରୀ ଭଳି ମାଗିବାକୁ ପଡ଼ି ଥାଏ ଆଉ ସେ ମାଲିକ ଭଳି ତାରିଖ ପରେ ତାରିଖ ଦେଇଥାଏ !
➡️ଅର୍ଥ ମଣିଷର ଅବସ୍ଥିତି ପରିବର୍ତ୍ତନ କରି ପାରିଲେ ବି ସ୍ବଭାବର ପରିବର୍ତ୍ତନ କରିପାରେନା !
➡️ସବୁ ଜିନିଷର ମୂଲ୍ୟ କେବଳ ସମୟ ଆସିଲେ ହିଁ ଜଣା ପଡିଥାଏ — ଏଇ ଯେମିତି Oxygen ,ସବୁଦିନ ମୁକ୍ତରେ ମିଳିଯାଏ ତ ତାର ମୂଲ୍ୟ କେହି ବୁଝନ୍ତି ନାହିଁ ; ହେଲେ ମୂଲ୍ୟ ତ ସେତେବେଳେ ବୁଝନ୍ତି ଯେତେବେଳେ Hospital Bed ରେ Oxygen ମହଙ୍ଗା ପଡିଥାଏ ।ଶୁଭ ସକାଳ, ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ! ଜୟ ଜଗନ୍ନାଥ,ସକାଳ,ସୁପ୍ରଭାତ

Comments (0)
Add Comment