Browsing author

SATYA SANDHANA DESK

ବାଲି ମାଫିଆଙ୍କୁ ବଡ଼ ଝଟକା !

ଭୁବନେଶ୍ୱର,୯।୮(ଏସଏସନିଉଜ)ବାଲି ଚୋରା କାରବାର ରୋକିବା ଏବଂ ବାଲିର ଅତ୍ୟଧିକଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାପାଇଁ ସରକାର ବଡ଼ପଦକ୍ଷେପ ନେଇଛନ୍ତି। ସରକାର ସର୍ବନିମ୍ନ ବାଲିବିକ୍ରୟ ମୂଲ୍ୟ(MSP)ପ୍ରତି କ୍ୟୁବିକ ମିଟର ୩୪୦ଟଙ୍କା ଧାର୍ଯ୍ୟ କରିଛନ୍ତି।ଯାହାଫଳରେ ଗୋଟିଏ ଟ୍ରାକ୍ଟର ବାଲିରମୂଲ୍ୟ ପ୍ରାୟ ୬୮୦ଟଙ୍କା ହେବ ।ଆଉ ମନଇଚ୍ଛା ବାଲି ମୂଲ୍ୟ କେହି ନେଇପରିବେନି ଓ ଆଉ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେବେନି।ଏହାକୁ ରୋକିବା ଏବଂ ସାଧାରଣ ଲୋକଙ୍କୁ ଉପଯୁକ୍ତଦରରେ ବାଲି ଯୋଗାଇବା ଉଦ୍ଦେଶ୍ୟରେ ସରକାର ଏମଏସପି ବ୍ୟବସ୍ଥା ଲାଗୁ କରିଛନ୍ତି।

ମୋବାଇଲ ଖୋଲିଲା ରହସ୍ୟ

କଟକ,୮।୮(ଏସଏସନିଉଜ)ତ୍ରିଶୂଳିଆ ସୁବାସ ସେତୁରୁ କାଠଯୋଡ଼ିକୁ ଡେଇଁ ଜଣେ ଯୁବକ ନିଖୋଜ ହେବା ଘଟଣାର ନୂଆ ମୋଡ଼ ଆସୁଛି। ଯୁବକ ଜଣକ ନଦୀକୁ ଡେଇଁ ନାହାନ୍ତି, ବ୍ରିଜ୍ ଉପରେ ମୋବାଇଲ ଫୋନ୍ ଓ ରେନକୋର୍ଟ ରଖି ଘରକୁ ପଳାଇ ଯାଇଥିଲେ ବୋଲି ତଦନ୍ତ ବେଳେ ବାରଙ୍ଗପୋଲିସ ଜାଣିବାକୁ ପାଇଛି। ପ୍ରକାଶ ଯେ,ସୁବାସ ସେତୁର ବାଡ଼ରେ ଏକ ମୋବାଇଲ,ଚପଲ ସହିତ ରେନକୋର୍ଟ ଥୁଆହୋଇଥିବାରଶନିବାର ସକାଳେ ମର୍ଣିଂ ୱାକରେ ଯାଇଥିବା ସ୍ଥାନୀୟ ଗ୍ରାମର କିଛି ବ୍ୟକ୍ତି ଦେଖିବାକୁ ପାଇଥିଲେ।ତେବେ କେହି ଏସବୁ […]

ଆଜିର ରାଶିଫଳ

୨୦୨୬ ମସିହା,ଅଗଷ୍ଟମାସ,୯ତାରିଖ,ରବିବାର,ଶ୍ରୀମନ୍ଦିରେ ସର୍ବସମ୍ମତକାମଦା (ଚକ୍ରବୁଲା) ଏକାଦଶୀ,ଋତୁ-ବର୍ଷାଋତୁର(ପ୍ରଥମମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୨୮/୩୬🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୧୫/୪୨, ଶ୍ରାବଣମାସ,କୃଷ୍ଣପକ୍ଷ,ଆଦିତ୍ୟବାସ,ତିଥି-ଏକାଦଶୀ ଦିବା ଘ୧୧/୩୯ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ,ନକ୍ଷତ୍ର-ମୃଗଶିରା ନକ୍ଷତ୍ର ଦିବା ଘ୩/୫୧ମି ପର୍ଯ୍ୟନ୍ତ ତଦନ୍ତେ ଆର୍ଦ୍ରା ନକ୍ଷତ୍ର,ବ୍ୟାଘାତଯୋଗ ଦିବା ଘ୭/୧୭ମି ପର୍ଯ୍ୟନ୍ତ ତଦନ୍ତେ ହର୍ଷଣଯୋଗ କ୍ଷୟ ରାତ୍ରିଘ୩/୪୪ମି ପର୍ଯ୍ୟନ୍ତ,କରଣ-ବାଳବକରଣ ଦିବା ଘ୧୧/୩୯ମି ପର୍ଯ୍ୟନ୍ତ ତଦନ୍ତେ କୌଳବକରଣ ରାତ୍ରିଘ୧୦/୮ମି ପର୍ଯ୍ୟନ୍ତ,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଆଗ୍ନେୟକୋଣରେ,ଦିବା ଘ୧୧/୩୯ମି ପରେ ନୈର୍ଋତ କୋଣରେ,ଅଗନ୍ତବ୍ୟତିଥି,ପାପଯୁକ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ, ମେଷ,ମିଥୁନ,କର୍କଟ,ସିଂହ,ଧନୁ,ମକର ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି,ଘାତଚନ୍ଦ୍ର-କନ୍ୟାରାଶିର ଘାତଚନ୍ଦ୍ର,ଘାତବାର-ମେଷ […]

ଆଇନ ମନ୍ତ୍ରୀଙ୍କ ବାସଭବନରେ ନାଗ ଓ ଢମଣା

ଭୁବନେଶ୍ୱର,୭।୮(ଏସଏସନିଉଜ)ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କ ସରକାରୀ ବାସଭବନରୁ ଆଜି ଗୋଟିଏ ଦିନରେ ୪ଫୁଟର ନାଗସାପ ଓ ୬ଫୁଟର ଢମଣା ସାପ ଉଦ୍ଧାର ହୋଇଛି।ସାପ ଦୁଇଟିକୁ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନର ସାଧାରଣସମ୍ପାଦକ ଶୁଭେନ୍ଦୁ ମଲ୍ଲିକ।ଉଦ୍ଧାର ପରେ ପ୍ରାକୁତିକ ଆବାସିକ ସ୍ଥଳୀରେ ଛାଡ଼ି ଦିଆଯାଇଛି।

ସ୍କୁଟି ଚାଳକକୁ ରୋକି ମନିପ୍ରସ ଛଡାଇବା ଅଭିଯୋଗ

କଟକ,୭।୮(ଏସଏସନିଉଜ)ତ୍ରିଶୁଲିଆ ବ୍ରିଜରେ ସ୍କୁଟି ଯୋଗେ ଆସୁଥିବା ଯୁବତୀକୁ ରୋକି ତାଙ୍କ ମନିପର୍ସ ନେବା ଉଦ୍ୟମ କରିବା ଅଭିଯୋଗ ରେ ବାରଙ୍ଗ ଥାନା ପୋଲିସ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।ସିଏ ହେଲେ ସଦର ଥାନା ଅଧୀନସ୍ଥ କାଜିପାଟଣା ଗ୍ରାମର ପ୍ରଭାଞ୍ଜନ ସାହୁ ଓରଫ ନାଳୁଆ (୩୬) ପ୍ରକାଶ ଯେ, ଗତ ରବିବାର ଦିନରେ ସିଡିଏ ସେକ୍ଟର ୭ରେ ରହୁଥିବାସ୍ନେହଲତା ପ୍ରଧାନ ନାମକ ଯୁବତୀ ସ୍କୁଟି ଯୋଗେ କଟକରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ।ଏହି ସମୟର ଏକ […]

ନାବାଳିକାକୁ ଅପହରଣ

ଭୁବନେଶ୍ୱର,୭।୮(ଏସଏସନିଉଜ)ଜଣେ ନାବାଳିକା ଝିଅ ନିଖୋଜ ହେବା ଓ ତାକୁ ଅପହରଣ କରିଥିବା ଅଭିଯୋଗ ରେ ନନ୍ଦନ କାନନ ଥାନା ପୋଲିସ ଶୁକ୍ରବାର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସିଏ ହେଲେ ଚନ୍ଦକା ଥାନ ଅଧିନସ୍ଥ ପାଇକେରା ପୁର ଗ୍ରାମର ସିଲୁ ଭୋଇ(୨୪)। ପ୍ରକାଶ ଯେ,ଗତ ୨୧ ଏପ୍ରିଲ ୨୦୨୫ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଥାନା ଅନ୍ତର୍ଗତ ପାଇକରାପୁର ଗ୍ରାମର ବାସିନ୍ଦା ତଥା ବର୍ତ୍ତମାନ କେନ୍ଦୁପାଟଣା କଲେଜ ଛକରେ ବସବାସ କରୁଥିବା କଳ୍ପନା ରଞ୍ଜିତ ନନ୍ଦନକାନନ […]

ଭୂତ ବଙ୍ଗଳାର ରହସ୍ୟ ଖୋଲିଲା ପୋଲିସ

ମେଣ୍ଢାଶାଳ,୭।୮(ଏସଏସନିଉଜ) ଭୂତ ବଙ୍ଗଳାରେ ସୋଇଥିବା ଜଣେ ବ୍ୟକ୍ତିକୁ ଠେଙ୍ଗାରେ ମାଡ ମାରି ରକ୍ତାତ କରିବା ଓ ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିବା ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ଚନ୍ଦକାଥାନା ପୋଲିସାପୋଲିସ ଆଜି ତାଙ୍କୁ କୋର୍ଟଚାଲାଣ କରିବା ସହ ବ୍ୟବହୃତ ବାଉଁଶ ଲାଠିକୁ ଜବତ କରିଛି ।ଗିରଯ ବ୍ୟକ୍ତି ହେଉଛନ୍ତି ଚନ୍ଦକା ଥାନା ଅଧିନସ୍ଥ ପାଇକେରାପୂର୍ ଗ୍ରାମର ବ୍ରଜ କିଶୋର ଭୋଇ(୩୦)। ସୂଚନାଯୋଗ୍ୟ ଯେ,ଚନ୍ଦକା ଥାନା ଅନ୍ତର୍ଗତ ପାଇକରାପୁର ଗ୍ରାମରେ ଏକ ପରିତ୍ୟକ୍ତ ଘରେ […]

ଆଜିର ରାଶିଫଳ

୨୦୨୬ମସିହା, ଅଗଷ୍ଟମାସ, ୮ ତାରିଖ, ଶନିବାର🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୨୮/୧୪🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୧୬/୨୦ଶ୍ରାବଣ ମାସ ,କୃଷ୍ଣପକ୍ଷ ,ଶୌରି ବାସ,ତିଥି- ଦଶମୀ ଦିବା ଘ୨/୨୬ମିପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ।ନକ୍ଷତ୍ର- ରୋହିଣୀ ନକ୍ଷତ୍ର ସନ୍ଧ୍ୟା ଘ୫/୫୩ମି ପର୍ଯ୍ୟନ୍ତ ତଦନ୍ତେ ମୃଗଶିରାନକ୍ଷତ୍ର ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ଘ୨/୨୬ମି ପରେ ଆଗ୍ନେୟ କୋଣରେ । ଶନିବାର, ବିଷ୍ଟିକରଣ, ପାପଯୁକ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ ।ଚନ୍ଦ୍ରଶୁଦ୍ଧି- ବୃଷ, ମିଥୁନ,କର୍କଟ, ସିଂହ, ଧନୁ, କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଏବଂ ରାତ୍ରି ଘ୪/୫୨ମିପରେ […]

ପୂର୍ବତନ ବିଧାୟକଙ୍କ ଜ୍ୱାଇଁ ଗିରଫ

ଦେବଗଡ଼,୭।୮(ଏସଏସନିଉଜ)ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଜ୍ୱାଇଁ ଗିରଫ ହୋଇଛନ୍ତି।ଝିଅକୁ ଯୌତୁକ ନିର୍ଯାତନା ଓ ହତ୍ୟା ଧମକ ଅଭିଯୋଗରେ ଗିରଫ ହୋଇଛନ୍ତି।ଜ୍ୱାଇଁ ସବ୍ୟସାଚୀ ମିଶ୍ରଙ୍କୁ ଅନୁଗୁଳରୁ ଗିରଫ କଲା ଦେବଗଡ଼ ପୋଲିସ୍।ଗତ ଏପ୍ରିଲ ୧୩ରେ ଜ୍ୱାଇଁଙ୍କ ବିରୋଧରେ ଅଭିଯୋଗ କରିଥିଲେ ଝିଅ।ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଜିଜିପି କଲୋନୀରେ ଜ୍ୱାଇଁଙ୍କ ଘର।

ବିଜେପି କର୍ମୀଙ୍କୁ ହତ୍ୟା; ୩ଗିରଫ

ଭବାନୀପାଟଣା,୭।୮(ଏସଏସନିଉଜ)ବିଜେପିକର୍ମୀ ଫକୀର ରଣାଙ୍କୁ ହତ୍ୟା ଘଟଣାରେ ୩ଜଣ ଗିରଫ ହୋଇଛନ୍ତି।ପୂର୍ବଶତ୍ରୁତାରୁ ହତ୍ୟା କରାଯାଇଥିବା ନେଇ କଳାହାଣ୍ଡି ଏସ୍‌ପି ସୂଚନା ଦେଇଛନ୍ତି।ଛୁରିରେ ହତ୍ୟା କରାଯାଇଥିବା ନେଇ ମ. ରାମପୁର ଥାନାରେ ଅଭିଯୋଗ ହୋଇଥିଲା।