କଟକ,୭।୮(ଏସଏସନିଉଜ)ତ୍ରିଶୁଲିଆ ବ୍ରିଜରେ ସ୍କୁଟି ଯୋଗେ ଆସୁଥିବା ଯୁବତୀକୁ ରୋକି ତାଙ୍କ ମନିପର୍ସ ନେବା ଉଦ୍ୟମ କରିବା ଅଭିଯୋଗ ରେ ବାରଙ୍ଗ ଥାନା ପୋଲିସ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।ସିଏ ହେଲେ ସଦର ଥାନା ଅଧୀନସ୍ଥ କାଜିପାଟଣା ଗ୍ରାମର ପ୍ରଭାଞ୍ଜନ ସାହୁ ଓରଫ ନାଳୁଆ (୩୬)
ପ୍ରକାଶ ଯେ, ଗତ ରବିବାର ଦିନରେ ସିଡିଏ ସେକ୍ଟର ୭ରେ ରହୁଥିବାସ୍ନେହଲତା ପ୍ରଧାନ ନାମକ ଯୁବତୀ ସ୍କୁଟି ଯୋଗେ କଟକରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ।ଏହି ସମୟର ଏକ ବାଇକ୍ ଯୋଗେ ପଛପଟ ରୁ ଆସି ଜଣେ ଯୁବକ ତାଙ୍କୁ ଅଟକାଇଥିଲେ। ସ୍କୁଟି ରହିବା କ୍ଷଣି ଯୁବକ ଜଣଙ୍କ ତାଙ୍କ ପର୍ସ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ।ସ୍ନେହଲତା ଏହାକୁ ବିରୋଧ କରିବାରୁ ଉଭାୟଙ୍କ ମଧ୍ୟରେ ସାମାନ୍ୟ ଧସ୍ତାଧସ୍ତି ହୋଇଥିଲା।ଏଥିରେ । ଭାରସାମ୍ୟ ହରାଇ ସ୍ନେହଲତା ଗାଡ଼ିରୁ ପଡ଼ିଯାଇଥିଲେ।ଯାହାଫଳରେ ତାଙ୍କ ହାତ ଏବଂ ଗୋଡ଼ରେ ଆଘାତ ଲାଗିଥିଲା। ଏହାପରେ ଯୁବକ ଜଣଙ୍କ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ବୋଲି ସ୍ନେହଲତା ବାରଙ୍ଗ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଥିଲେ। ବାରଙ୍ଗ ଥାନା ଅଧିକାରୀ ବିକାଶ ପଲାଇ ଅଭିଯୋଗ ଆଧାରରେ ୩୭୮/୨୬କେସ ନମ୍ବରରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।ସିସିଟିଭି ଫୁଟେଜ୍ ଆଧାରରେ ଘଟଣାରେ ସମ୍ପକୃତ ଯୁବକପ୍ରଭାଞ୍ଜନ ସାହୁଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛନ୍ତି। ଅପରାଧରେ ବ୍ୟବହୃତ ହୋଇଥିବା ମୋଟରସାଇକେଲକୁ ମଧ୍ୟ ଜବତ କରିଛନ୍ତି।ଅନ୍ୟପଟେ ପ୍ରଭାଞ୍ଜନଙ୍କୁରିମାଣ୍ଡରେ ଆଣିବା ପାଇ ପୋଲିସ କୋର୍ଟରେ ଆବେଦନ କରିଛି।